ETV Bharat / state

ସୀମାରେ ଜୋର ଦେଖାଉଥିଲା ଆନ୍ଧ୍ର, ଅଧିକାରୀଙ୍କୁ ଘେରିଲେ ଲୋକେ

author img

By

Published : Aug 20, 2021, 10:08 AM IST

Updated : Aug 20, 2021, 10:51 AM IST

ଓଡିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ନିର୍ମାଣଧୀନ ରାସ୍ତାକାମକୁ ବନ ବିଭାଗର ବିରୋଧକୁ ଅଞ୍ଚଳବାସୀଙ୍କ କଡା ପ୍ରତିବାଦ । ଆନ୍ଧ୍ର ଭିତ୍ତିପ୍ରସ୍ତର ସ୍ଥାପନକୁ ମଧ୍ୟ ଅଟକାଇଲେ । ଅଧିକ ପଢନ୍ତୁ...

କୋଟିଆ ସୀମାରେ ରାସ୍ତାକାମକୁ ଆନ୍ଧ୍ର ଜଙ୍ଗଲ ବିଭାଗ ବନ୍ଦ କରିବା ଘଟଣା: ଆନ୍ଧ୍ର ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

କୋରାପୁଟ:ଓଡିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ନିର୍ମାଣଧୀନ ରାସ୍ତାକାମକୁ ବନ ବିଭାଗର ବିରୋଧକୁ ଅଞ୍ଚଳବାସୀଙ୍କ କଡା ପ୍ରତିବାଦ। ଉକ୍ତ ସ୍ଥାନକୁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଯାଇ ଥିବାବେଳେ ଅଞ୍ଚଳବାସୀ ବିରୋଧ କରିଥିବା ଦେଖିବାକୁ ମିଳିଛି ।

ସୀମାରେ ଜୋର ଦେଖାଉଥିଲା ଆନ୍ଧ୍ର, ଅଧିକାରୀଙ୍କୁ ଘେରିଲେ ଲୋକେ

କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ଫାଟୁସିନେରୀ ଠାରୁ ନିକଟବର୍ତ୍ତୀ ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତକୁ ରାସ୍ତା ନିର୍ମାଣ କରିବା ପାଇଁ କୋଡ଼ମା ପଞ୍ଚାୟତର ଲୋକଙ୍କ ଅନୁରୋଧ କରିଥିଲେ । ଏହାପରେ ଜିଲ୍ଲାର ସମସ୍ତ 5 ବିଧାୟକ ସହଯୋଗର ହାତ ବଢାଇବା ପରେ ରାସ୍ତାକାମ ଆରମ୍ଭ ହୋଇଥିଲା । ମାତ୍ର ଆନ୍ଧ୍ର ବନ ବିଭାଗ ଏହା ସଂରକ୍ଷିତ ଜଙ୍ଗଲ ହୋଇଥିବା କାରଣ ଦର୍ଶାଇ କାର୍ଯ୍ୟକୁ ବନ୍ଦ କରି ଦେଇଥିଲା । ଏହାପରେ ପାର୍ବତୀପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ପି.କୂର୍ମନାଥ ଫାଟୁସିନେରୀ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଯାଇ ଥିବାବେଳେ କୋଡ଼ମା ପଞ୍ଚାୟତବାସୀ ବନବିଭାଗ ସେମାନଙ୍କ ରାସ୍ତା କାମକୁ ବନ୍ଦ କରିବା ଘଟଣାକୁ ବିରୋଧ କରି ତାଙ୍କୁ ଘେରିଥିବା ଦେଖିବାକୁ ମିଳିଛି ।

ସାଲୁର ମଣ୍ଡଳର ସବୁଠାରୁ ପଛୁଆ ଅଞ୍ଚଳ ଭାବେ ପରିଚିତ କୋଡ଼ମା ପଞ୍ଚାୟତକୁ ପ୍ରଶାସନ ଅବହେଳା କରିବା ସହ ଗ୍ରାମବାସୀ ନିର୍ମାଣ କରୁଥିବା ରାସ୍ତାକୁ ମଧ୍ୟ ବନ୍ଦ କରିଦେବଉଥିବା ନେଇ ପଞ୍ଚାୟତବାସୀ ଅଭିଯୋଗ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ କୁର୍ମନାଥ ଏ ସମ୍ପର୍କରେ ବନବିଭାଗ ସହ ଆଲୋଚନା କରିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଛି । ସୂଚନା ଅନୁଯାୟୀ ସାଲୁର ବିଧାୟକ ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତକୁ ରାସ୍ତା କରିବା ନେଇ ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀ ସୋମବାର କୋରାପୁଟ ଜିଲ୍ଲାର ବିଧାୟକଙ୍କ ନିକଟରେ ଅଭିଯୋଗ କରିବା ସହ ସେମାନେ ନିଜେ ନିଜେ ତିଆରି କରୁଥିବା ରାସ୍ତାକାମରେ ସହଯୋଗ କରିବା ପାଇଁ ନେହୁରା ହୋଇଥିଲେ ।

ପଡୋଶୀ ରାଜ୍ୟର ଲୋକଙ୍କ ଏପରି ଅନୁରୋଧକୁ ଦେଖି ସେହିଠାରେ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ନିଜ ପକେଟରୁ ପ୍ରତ୍ୟେକ ଏକ ଲକ୍ଷ ଟଙ୍କା ଦେଇ ଫାଟୁସିନେରୀ ଠାରୁ କୋଡମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇ ନଡିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ । ସୋମବାର ବିଧାୟକମାନେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଗତ ମଙ୍ଗଳବାର ଠାରୁ ରାସ୍ତାକାମ ମଧ୍ୟ ଆରମ୍ଭ କରାଯାଇଥିଲା । ମାତ୍ର ଉକ୍ତ ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ହୋଇଥିବା ଯୋଗୁଁ କେହି କୌଣସି ପ୍ରକାର ରାସ୍ତା ନିର୍ମାଣ କରିପାରିବେ ନାହିଁ ବୋଲି ଆନ୍ଧ୍ରପ୍ରଦେଶର ଜଙ୍ଗଲ ବିଭାଗ ଗ୍ରାମବାସୀଙ୍କୁ ଜଣାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Aug 20, 2021, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.