ETV Bharat / state

କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଚକ୍ଷୁ ପରୀକ୍ଷା ଶିବିର - Eye Test Camp in Kotia Panchayat

କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମରେ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ଅଧିକ ପଢ଼ନ୍ତୁ...

କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଚକ୍ଷୁ ପରୀକ୍ଷା ଶିବିର

author img

By

Published : Oct 6, 2021, 8:28 PM IST

କୋରାପୁଟ: କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମରେ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ଫାଟୁସିନେରୀ, ସଲିପିଗୁଡ଼ା ଓ ଅନ୍ୟାନ୍ୟ ପାଖଆଖ ଗ୍ରାମର 56 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି । ଏହାସହ 15 ଜଣଙ୍କୁ କାଟ୍ରାକ୍ଟ ସର୍ଜରୀ ଓ 18 ଜଣଙ୍କୁ ଚଷମା ଯୋଗାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଚକ୍ଷୁ ପରୀକ୍ଷା ଶିବିର
କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଚକ୍ଷୁ ପରୀକ୍ଷା ଶିବିର
କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଚକ୍ଷୁ ପରୀକ୍ଷା ଶିବିର
କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଚକ୍ଷୁ ପରୀକ୍ଷା ଶିବିର

ଆନ୍ଧ୍ରପ୍ରଦେଶର ତୋନମ PHCର ଡାକ୍ତର ବେଣୁଗୋପାଳଙ୍କ ନେତୃତ୍ବରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଶିବିର ପରିଚାଳନା କରିଥିଲେ । ଗତ କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ପୋଲିସ ବିଭାଗ ପକ୍ଷରୁ ନେରେଡିବାଲାସାରେ ଅନୁରୂପ ଭାବରେ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଏହାସହ ଓଡ଼ିଶା ପକ୍ଷରୁ ମଧ୍ୟ ଗାଁ ଗାଁରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତଥ୍ୟ ଆଦାନ ପ୍ରଦାନର ବ୍ୟବସ୍ଥା ନାହିଁ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତର ବିବାଦୀୟ ଅଞ୍ଚଳ କୋରାପୁଟର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଏଭଳି ସେବା ସ୍ଥାନୀୟଲୋକଙ୍କ ଉପରେ କି ପ୍ରଭାବ ପକାଇବ ତାହାକୁ ଦେଖିବାକୁ ବାକି ରହିଲା ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.