ETV Bharat / state

କୋଟିଆରେ ରାଜ୍ୟ କୃଷି ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Dec 12, 2022, 9:28 AM IST

ଓଡିଶାର କୃଷି ଶାସନ ସଚିବ ଅରବିନ୍ଦ ପାଢୀ କୋଟିଆ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର କରିଛନ୍ତି ସମୀକ୍ଷା । ଅଧିକ ପଢନ୍ତୁ

ରାଜ୍ୟ କୃଷି ସଚିବଙ୍କ କୋଟିଆ ଗସ୍ତ
ରାଜ୍ୟ କୃଷି ସଚିବଙ୍କ କୋଟିଆ ଗସ୍ତ
ରାଜ୍ୟ କୃଷି ସଚିବଙ୍କ କୋଟିଆ ଗସ୍ତ

କୋରାପୁଟ: ଗତକାଲି ଓଡିଶାର କୃଷି ଶାସନ ସଚିବ ଅରବିନ୍ଦ ପାଢୀ କୋଟିଆ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଅଞ୍ଚଳବାସୀଙ୍କୁ କିପରି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ତାଲିମ ଓ ବ୍ୟବସାୟର ସୁଯୋଗ ପ୍ରଦାନ କରିବାରେ ତତ୍ପର ପ୍ରଦାନ କରାଯାଇପାରିବ ସେ ସଂକ୍ରାନ୍ତରେ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଅନ୍ୟପଟେ ଏହି ଗସ୍ତ ସମୟରେ ତଳ ଗଞ୍ଜେଇପଦର ଠାରେ କୋରାପୁଟ ଜିଲ୍ଲା ପ୍ରଶାସନର ସହାୟତାରେ ବାୟୋଫ୍ଲକ୍ସ କୌଶଳକୁ ବ୍ୟବହାର କରି ଗ୍ରାମବାସୀ କରୁଥିବା ମାଛ ଚାଷକୁ ଦେଖିବା ସହ କୋଟିଆରେ ଚାଲିଥିବା ଝାଡୁ ପ୍ରସ୍ତୁତି କେନ୍ଦ୍ର ଏବଂ କୋଟିଆ ନିକଟସ୍ଥ ଜାନିଗୁଡ଼ା ଠାରେ ଉଦ୍ୟାନ ପୋଖରୀ ଓ ଷ୍ଟ୍ରବେରି ଚାଷକୁ ଦେଖି ଚାଷୀଙ୍କ ସହ ଚର୍ଚ୍ଚା କରିଥିଲେ ।

ଏଥିସହ କୋଟିଆରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନେକ ବିକାଶ ମୂଳକ କାର୍ଯ୍ୟ କରାଯାଉଥିବା ବେଳେ ଏକ ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ କୃଷି ବିଭାଗ ଆନୁକୂଲ୍ୟରେ ଏକ ଆଗ୍ରୀ ପ୍ରଡକ୍ସନ କ୍ଲଷ୍ଟର ଆରମ୍ଭ କରାଯାଇ କୋଟିଆ ଅଞ୍ଚଳର ଉତ୍ପାଦ ପାଇଁ ଉଚିତ୍ ବଜାର ସୃଷ୍ଟି କରାଯିବ ବୋଲି ସେ ଜଣାଇଛନ୍ତି ।

ଗତ କିଛିଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ସମର୍ଥିତ ଲୋକଙ୍କ ଦ୍ୱାରା କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲାସା ଠାରେ ଓଡିଶା ଅଧିକାରୀଙ୍କ କାର୍ଯ୍ୟକୁ ବିରୋଧ କରାଯିବା ଓ ଧୂଳିପଦରରେ ଗ୍ରାମସଭା କରିବା ଭଳି ଓଡ଼ିଶା ବିରୋଧୀ କାର୍ଯ୍ୟ ଚାଲିଥିବା ବେଳେ ଓଡ଼ିଶାର କୃଷି ଶାସନ ସଚିବଙ୍କ ଏହି ଗସ୍ତ ଅନେକ ଗୁରୁତ୍ଵ ବହନ କରିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.