କୋରାପୁଟ: ଜିଲ୍ଲାରେ ଆଉ 11ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର । ଏହି ସଂକ୍ରମିତଙ୍କ ମଧ୍ୟରେ କୋରାପୁଟ ସହରରୁ 2 ଜଣ, ସୁନାବେଡାରୁ 3, ଦାମନଯୋଡିରୁ 2 ଜଣ ଏବଂ ଜୟପୁର, ନାରାୟଣପାଟଣା, କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ଗ୍ରାମ ଓ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଶନିବାର ଚିହ୍ନଟ ହୋଇଥିବା 11 ଜଣଙ୍କ ମଧ୍ୟରେ 9 ଜଣ ପୁରୁଷ ଓ 2 ଜଣ ମହିଳା ରହିଥିବା ବେଳେ, ଜିଲ୍ଲାରେ ପ୍ରଥମଥର ପାଇଁ ଅଗ୍ନିଶମ ସେବା ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଶନିବାର ଠାରୁ ସାମ୍ବାଦିକଙ୍କ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରା ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଭିଡିଓ ମାଧ୍ୟମରେ ବାର୍ତ୍ତା ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହା କୋଭିଡ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇଦେବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ