ETV Bharat / state

ଦୀର୍ଘ 2 ବର୍ଷ ପରେ ଖେଳାଳିଙ୍କ ପାଇଁ ଖୋଲିଲା କୋରାପୁଟ ଷ୍ଟାଡିୟମ - koraput collector

ଶୁକ୍ରବାର ଜିଲ୍ଲାପାଳ ମଧୁସୂଦନ ମିଶ୍ର କୋରାପୁଟ ସହର ଉପକଣ୍ଠରେ କ୍ରୀଡା ବିଭାଗ ଦ୍ଵାରା ପରିଚାଳିତ ନୂତନ କଳେବରକୁ ଧାରଣ କରିଥିବା ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ଦୀର୍ଘ 2 ବର୍ଷ ପରେ ଖେଳାଳିଙ୍କ ପାଇଁ ଖୋଲିଲା କୋରାପୁଟ ଷ୍ଟାଡିଅମ

author img

By

Published : Jan 2, 2021, 12:21 PM IST

କୋରାପୁଟ: କୋରାପୁଟ ସହର ଉପକଣ୍ଠରେ କ୍ରୀଡା ବିଭାଗ ଦ୍ଵାରା ପରିଚାଳିତ ଷ୍ଟାଡିୟମରେ ସ୍ବତନ୍ତ୍ର ଘାସର ଗାଲିଚା ବିଛାଯିବା ପାଇଁ ଖେଳାଳିଙ୍କୁ ପଡିଆ ମଧ୍ୟରେ ଖେଳିବା ପାଇଁ ଗତ ଦୁଇବର୍ଷ ହେବ ବାରଣ କରାଯାଇଥିଲା । ସମଗ୍ର ଷ୍ଟାଡିୟମରେ ଘାସ ବିଛାଇବା ପାଇଁ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ 80 ଲକ୍ଷ ଟଙ୍କା ବ୍ୟୟରେ ଦୁଇ ବର୍ଷ ପୂର୍ବେ ଏହି ଘାସ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କିନ୍ତୁ ପାଣି ଅଭାବରୁ ପଡିଆ ଶୁଷ୍କ ହୋଇଯାଉଥିବା କାରଣରୁ ଷ୍ଟାଡିୟମରେ ଘାସ ଉପରେ ଖେଳିବା ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରୁନଥିଲା। କିନ୍ତୁ ବର୍ତ୍ତମାନ ଅନେକ ଦିନ ଧରି ଷ୍ଟାଡିୟମର ପମ୍ପ ହାଉସକୁ ଅକ୍ତିଆର କରି ରହିଥିବା ଜନୈକ ବ୍ୟକ୍ତିଙ୍କୁ ସେଠାରୁ ହଟାଇ ନୂତନ ଭାବେ ଖୋଲାଯାଇଥିବା ନଳକୂପରୁ ସେହି ପମ୍ପ ହାଉସ ମାଧ୍ୟମରେ ଷ୍ଟାଡିୟମରେ ଥିବା ଘାସକୁ ପାଣି ମଡାଇବା ସମ୍ଭବପର ହୋଇଛି।

ଦୀର୍ଘ 2 ବର୍ଷ ପରେ ଖେଳାଳିଙ୍କ ପାଇଁ ଖୋଲିଲା କୋରାପୁଟ ଷ୍ଟାଡିଅମ

ଏନେଇ ଶୁକ୍ରବାର ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ନୂତନ କଳେବରକୁ ଧାରଣ କରିଥିବା ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି । ଏହି ପଡିଆ ଚାରିପଟେ ଫିନସିଂ କରାଯିବା ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦିତ ହେବ ବୋଲି ଜଣାଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.