ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା - koraput

ଶ୍ରୀକ୍ଷେତ୍ର ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଛି ସ୍ନାନଯାତ୍ରା । କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ଖୁବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jun 17, 2019, 7:52 PM IST

କୋରାପୁଟ: ଶବର ଜନଜାତିଙ୍କ ସହ ମହାପ୍ରଭୁ ଜଗନ୍ନାଥଙ୍କ ଏକ ଅତୁଟ ସମ୍ପର୍କ । କୁହାଯାଏ ଯେ ପ୍ରଭୁ ଜଗନ୍ନାଥଙ୍କୁ ନୀଳମାଧବ ରୂପେ ପୂଜା କରୁଥିଲେ ବିଶ୍ବାବସୁ ନାମକ ଶବର । ତେବେ ସ୍ନାନ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ଅନୁଷ୍ଠିତ ହୋଇଛି ସ୍ନାନ ପୂର୍ଣ୍ଣିମା । ଜିଲ୍ଲାର କୋଣଅନୁକୋଣରୁ ଶାବର ଶ୍ରୀକ୍ଷେତ୍ରକୁ ଛୁଟି ଥିଲା ଭକ୍ତଙ୍କ ସୁଅ । ଏହାପରେ ଭକ୍ତଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତା ରବ୍‌ନମଙ୍କ ମନ୍ଦିର ନିକଟ କୂଅରୁ ଆସିଥିବା ଶ୍ରଦ୍ଧାର ଜଳରେ ସ୍ନାନ କରିଥିଲେ ଶ୍ରୀଜୀଉ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସ୍ନାନବିଧି ପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରା ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ହେଉଥିବା ପ୍ରତିଟି ଉତ୍ସବ ବିଶେଷ ମହତ୍ଵ ରଖିଥାଏ । ସେ ରଥଯାତ୍ରା ହେଉ ବା ଦେବସ୍ନାନ ପୂର୍ଣ୍ଣିମା, ଆପଣା ଛାଏଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ତିନି ଠାକୁରଙ୍କ ଦର୍ଶନ ପାଇଁ ଛୁଟି ଆସନ୍ତି । ଆଦିବାସୀ ଭକ୍ତଙ୍କ ସଂକୀର୍ତ୍ତନ ମଣ୍ଡଳୀ ସହିତ ଯୁବ ପିଢ଼ି ତିନି ଠାକୁରଙ୍କ ପହଣ୍ଡି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସୋମବାର ରାତିରେ ତିନିଠାକୁର ଅଣସର ବେଦୀକୁ ଯିବା ପରେ ଆସନ୍ତା ୧୫ ଦିନ ଧରି ଆଦିବାସୀ ସେବକ ମାନେ ଅସୁସ୍ଥ ହୋଇପଡିଥିବା ତିନିଠାକୁରଙ୍କ ସେବା କରିବାର ସୁଯୋଗ ପାଇବେ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାରେ ତିନୋଟି ରଥ ବ୍ୟବହାର କରାଯାଉଥିବା ଯୋଗୁଁ ଜଗନ୍ନାଥ ମନ୍ଦିର ପରିସରରେ ରଥ ନିର୍ମାଣ ସହ କାରିଗର ମାନେ ରଥରେ ଲାଗିବାକୁ ଥିବା ପାର୍ଶ୍ଵ ଦେବା ଦେବୀଙ୍କ ପ୍ରତିମୂର୍ତ୍ତି, ସାରଥୀ ଓ ଘୋଡା ପ୍ରସ୍ତୁତ କରୁଛନ୍ତି । ମଙ୍ଗଳବାର ମନ୍ଦିରରେ ଭକ୍ତ ପୁରୀ ଅଞ୍ଚଳର ଚିତ୍ରଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ପଟିଦିଅଁ ଦର୍ଶନ କରିପାରିବେ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Slug : od_kpt_Snana purnima _7202788_15-6-19

କୋରାପୁଟ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥମନ୍ଦିର ପରିସରରେ ଥିବା ଶବର ଜନଜାତିର  ଦେବତା ମାତାରବନମଙ୍କ ମନ୍ଦିର ନିକଟ କୁଅଁରୁ ଆସିଥିବା ଶ୍ରଦ୍ଧାର ଜଳରେ ମହାପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ଶୁଭଦ୍ରା ସ୍ନାନ କରି ସାରିବା ପରେ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ହେଉଥିବା ପ୍ରତିଟି ଉତ୍ସବ ବିଶେଷ ମହତ୍ଵ ରଖିଥାଏ । ସେ ରଥଯାତ୍ରା ହେଉ ବା ଦେବସ୍ନାନ ଯାତ୍ରା , ଆପଣା ଛାଏଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ତିନି ଠାକୁରଙ୍କ ଦର୍ଶନ କରିବା ପାଇଁ ଛୁଟି ଆସିଛନ୍ତି ।  ଆଦିବାସୀ ଭକ୍ତଙ୍କ ସଂକୀର୍ତ୍ତନ ମଣ୍ଡଳୀ ସହିତ ଯୁବ ପିଢ଼ି ତିନି ଠାକୁରଙ୍କ ପହଣ୍ଡି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଆଜି ରାତିରେ ତିନିଠାକୁର ଅଣସର ବେଦୀକୁ ଯିବା ପରେ ଆସନ୍ତା ୧୫ ଦିନ ଧରି ଆଦିବାସୀ  ସେବକ ମାନେ ଅସୁସ୍ଥ ହୋଇପଡିଥିବା ତିନିଠାକୁରଙ୍କ ସେବା କରିବାର ସୁଯୋଗ ପାଇବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାରେ ତିନୋଟି ରଥ ବ୍ୟବହାର କରାଯାଉଥିବା ଯୋଗୁଁ ଜଗନ୍ନାଥ ମନ୍ଦିର ପରିସରରେ ରଥ ନିର୍ମାଣ ସହ କାରିଗର ମାନେ ରଥରେ ଲାଗିବାକୁ ଥିବା ପାର୍ଶ୍ଵ ଦେବୀ ଦେବତାଙ୍କ ପ୍ରତିମୂର୍ତ୍ତି , ସାରଥୀ ଓ ଘୋଡା ପ୍ରସ୍ତୁତ କରୁଛନ୍ତି ।ଆସନ୍ତା କାଲି ମନ୍ଦିରରେ ଭକ୍ତ ପୁରୀ ଅଂଚଳର ଚିତ୍ରଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ପଟିଦିଅଁ ଦର୍ଶନ କରିପାରିବେ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ଜଣାଇଛନ୍ତି । 

........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.