ETV Bharat / state

ପ୍ରଶାସନକୁ ନାହିଁ ଭରସା, ନିଜ ବଳରେ ଗଢ଼ିଲେ ପୋଲ - koraput

ବାଟ ଦୁଇ କିଲୋମିଟର କିନ୍ତୁ ପୋଲ ଟିଏ ନଥିବାରୁ ପ୍ରାୟ ୧୫ କିଲୋମିଟର ବାଟ ବୁଲି ସୁନାବେଡା ଯାଉଥିଲେ ଲାଞ୍ଜିଗୁଡା ଗ୍ରାମବାସୀ । ନା ପ୍ରଶାସନ ନା କୌଣସି ନେତା କେହି ମଧ୍ୟ ତାଙ୍କ ଗୁହାରି ଶୁଣି ନଥିଲେ । ଶେଷରେ ଉପାୟ ଶୁନ୍ୟ ଗ୍ରାମବାସୀ ନିଜ ବଳରେ ଗଢ଼ିଛନ୍ତି ବାଉଁଶ ପୋଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 8, 2019, 7:11 PM IST

କୋରାପୁଟ: କେରାଣ୍ଡି ନଦୀ ଯେଉଁଠି କୋଲାବ ଜଳଭଣ୍ଡାର ସହ ମିଶିଛି ସେଠାରେ ଛିଡାହୋଇ ଆରପଟେ ଦେଖିଲେ ଦେଖାଯାଏ ସୁନାବେଡା ସହର । ଏପଟୁ ଡାକିଲେ ସେପଟକୁ ଶୁଣାଯିବ । ସିଧା ଗଲେ ସହର ଦୁଇ କିଲୋମିଟର ହେବ । ତେବେ ଲେଞ୍ଜିଗୁଡା ଗାଁ ଘାଟରୁ ସୁନାବେଡା ଯିବାକୁ ହେଲେ ମଝିରେ ଜଳଭଣ୍ଡାର ଓ ନଦୀର ପାଣି ଥିବା ଯୋଗୁଁ ଘାଟଗୁଡା ଦେଇ ପ୍ରାୟ ୧୫ କିଲୋମିଟର ବାଟ ବୁଲି ଯିବାକୁ ହୁଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଫଳରେ ସ୍କୁଲ ହେଉ, ଡାକ୍ତରଖାନା ହେଉ କିମ୍ବା ବଜାର ସବୁକିଛି ହାତ ପାହାନ୍ତାରେ ଥାଇ ମଧ୍ୟ ଲେଞ୍ଜିଗୁଡା, ଚାଲପାଡି, ମାଳିଗୁଡା ଓ ଗୌଡ଼ଗୁଡା ଭଳି ୨୦ଟି ଗ୍ରାମବାସୀଙ୍କ ପାଇଁ ଏସବୁ ଏବେବି ଦୂରରେ ରହିଛି । ଏନେଇ ଲୋକେ ବହୁବାର ଜିଲ୍ଲା ପ୍ରଶାସନ ଏବଂ ନେତାଙ୍କ ପାଖେ ଗୁହାରି କରିଥିବା ଜଣାଇଛନ୍ତି । କିନ୍ତୁ ତାଙ୍କର ସବୁ ଉଦ୍ୟମ ନିଷ୍ଫଳ ହୋଇଥିଲା, ନା କେହି ତାଙ୍କ କଥା ଶୁଣିଲେ ନା ତାଙ୍କ ଦୁଃଖ ବୁଝିଲେ ।

ଶେଷରେ ଲେଞ୍ଜିଗୁଡା ଲୋକେ ଭାବିଲେ 'ଆପଣା ହାତ ଜଗନ୍ନାଥ' । ତେଣୁ ପ୍ରତ୍ୟେକ ବ୍ୟକ୍ତି କିଛି କିଛି ଅର୍ଥ ସଂଗ୍ରହ କରି ପ୍ରାୟ ଦେଢ଼ଲକ୍ଷ ଟଙ୍କା ଯୋଡିଲେ । ଦେଢ଼ ଲକ୍ଷ ଟଙ୍କାରେ ବାଉଁଶ ପୋଲ ନିର୍ମାଣ କରିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଜିନିଷ ଯୋଗାଡ଼ କଲେ । ନିଜ ପ୍ରଚେଷ୍ଟାରେ ସପ୍ତାହେ କାଳ ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଜଳରାଶି ଉପରେ ତିଆରି କଲେ ବାଉଁଶରେ ତିଆରି ଏକ ଅସ୍ଥାୟୀ ପୋଲ ।

ସମସ୍ତେ ଜାଣନ୍ତି ଯେ ଆସନ୍ତା ବର୍ଷା ଦିନେ ଏହି ପୋଲ ଜଳ ସ୍ରୋତକୁ ସମ୍ଭାଳି ନପାରି ଭାଙ୍ଗିଯାଇପାରେ । କିନ୍ତୁ ଗ୍ରାମବାସୀ ନିଜ ଶ୍ରମରେ ଏହି ପୋଲ ନିର୍ମାଣ କରିଥିବା ଦେଖି, ପ୍ରଶାସନ ଓ ନେତା ଜାଗ୍ରତ ହୋଇ କାଳେ ପୋଲ ନିର୍ମାଣ ପାଇଁ ଆଗେଇ ଆସିବେ ସେ ନେଇ ଆଶା ବାନ୍ଧିଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.