ETV Bharat / state

କୋଟିଆ ପଞ୍ଚାୟତରେ ପୁଣି ଆନ୍ଧ୍ର ପୋଲିସର ପଇଁତରା - Kotia issue

କିଛି ଦିନର ନୀରବତା ପରେ ଶନିବାର ଦିନ ପୁଣିଥରେ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପୋଲିସ ପଇଁତରା ମାରିଛି ।

Andhra police enter in Kotia panchayat
କୋଟିଆ ପଞ୍ଚାୟତରେ ପୁଣି ଆନ୍ଧ୍ର ପୋଲିସର ପଇଁତରା
author img

By

Published : Nov 20, 2021, 11:01 PM IST

କୋରାପୁଟ:କିଛି ଦିନର ନୀରବତା ପରେ ଶନିବାର ଦିନ ପୁଣିଥରେ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପୋଲିସ ପଇଁତରା ମାରିଛି । ଗତ 9 ତାରିଖରେ ଅନୁଷ୍ଠିତ ହୋଇଥିବା ଓଡିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୋଟିଆରେ ସୀମା ବିବାଦ ସମ୍ପର୍କରେ ଆଲୋଚନା ହେବା ପରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କମିଟି ଗଠନର ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏପଟେ ଭୁବନେଶ୍ୱରରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ଚାଲିଥିବା ବେଳେ ଅପରପଟରେ କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଗ୍ରାମସଭା ଅନୁଷ୍ଠିତ କରି ସୀମା ବିବାଦ ର ସମାଧାନ କରିବା ଦିଗରେ ଆନ୍ଧ୍ରପ୍ରଦେଶର ଦୋମୁହାଁ ନୀତି ପଦାରେ ପଡିଥିଲା ।

ଏନେଇ ଓଡ଼ିଶାର ଜନସାଧାରଣ ଙ୍କ ଦ୍ଵାରା ଆନ୍ଧ୍ରପ୍ରଦେଶର ଉଦ୍ଦେଶ୍ୟ କୁ ତିରଷ୍କାର କରାଯାଇଥିଲା । ତା ପରେ ଗତ ଦଶ ଦିନ ଧରି କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶର କୌଣସି ସରକାରୀ ଅଧିକାରୀ ଗସ୍ତ କରିନଥିଲେ ବା ଆନ୍ଧ୍ରପ୍ରଦେଶର କୌଣସି କାର୍ଯ୍ୟକ୍ରମ ସେଠାରେ କରାଯାଇଥିଲା । ତେବେ ଶନିବାର ଦିନ ସାଲୁର ରେ ଅବସ୍ଥାପିତ ଆନ୍ଧ୍ର ସରକାରଙ୍କ ନିୟୋଜିତ କୋଟିଆ ଥାନା ଅଧିକାରୀ କୋଟିଆ ପଂଚାୟତର ନେରେଡିବାଲାସା , ତାଡିବାଲାସା ଓ ଧୂଳିପଦର ଗସ୍ତ କରି ଲୋକଙ୍କ ସହିତ ଆନ୍ଧ୍ରପ୍ରଦେଶର ସରକାରୀ ଯୋଜନା ବିଷୟରେ ଚର୍ଚ୍ଚା କରିବା କୋରାପୁଟ ଜିଲ୍ଲାରେ ଭୃକୁଂଚନ ସୃଷ୍ଟି କରିଛି ।

ଏକପଟେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନାର ଦଶ ଦିନ ବିତିଯାଇଥିଲେ ହେଁ ଉଭୟ ସରକାରଙ୍କ ମିଳିତ ଉଚ୍ଚସ୍ତରୀୟ କମିଟି ଗଠନ ହୋଇନଥିବା ବେଳେ ଆନ୍ଧ୍ରପ୍ରଦେଶର ପୋଲିସ ଅଧିକାରୀଙ୍କ କୋଟିଆ ପଞ୍ଚାୟତ ଗସ୍ତ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚାର ଗାମ୍ଭୀର୍ଯ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.