ETV Bharat / state

56 ଘଣ୍ଟା ପରେ ଉଠିଲା ମୃତଦେହ, ପ୍ରତ୍ୟାହୃତ ହେଲା ଧାରଣା - ମୃତଦେହ

କୋରାପୁଟ ଦାମନଯୋଡି ସ୍ଥିତ ନାଲକୋ କମ୍ପାନୀ ପରିସରରେ ଶ୍ରମିକଙ୍କ ମୃତ୍ୟୁ ଘଟଣା । 56 ଘଣ୍ଟା ପରେ ଘଟଣାସ୍ଥଳରୁ ଉଠିଲା ମୃତଦେହ । ଅଧିକ ପଢନ୍ତୁ...

56 hours later the body woke up, dharana was withdrawn in koraphut
56 ଘଣ୍ଟା ପରେ ଉଠିଲା ମୃତଦେହ, ପ୍ରତ୍ୟାହୃତ ହେଲା ଧାରଣା
author img

By

Published : Jul 16, 2021, 10:41 AM IST

କୋରାପୁଟ: 56 ଘଣ୍ଟା ପରେ ଘଟଣାସ୍ଥଳରୁ ଉଠିଲା ମୃତଦେହ । କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଦାମନଯୋଡି ସ୍ଥିତ ନାଲକୋ କମ୍ପାନୀ ପରିସରରେ । ସୂଚନା ଅନୁସାରେ, ମଙ୍ଗଳବାର ଦିନ ନାଲକୋ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏନେଇ କ୍ଷତି ପୂରଣ ଦାବିରେ ନାଲକୋ ହସ୍ପିଟାଲ ସମ୍ମୁଖରେ ମୃତଦେହକୁ ରଖି ସାଥି କର୍ମଚାରୀମାନେ ଧାରଣାରେ ବସିଥିଲେ ।

56 ଘଣ୍ଟା ପରେ ଉଠିଲା ମୃତଦେହ, ପ୍ରତ୍ୟାହୃତ ହେଲା ଧାରଣା

ତେବେ ଦୀର୍ଘ ଛପନ ଘଣ୍ଟା ପରେ ନାଲକୋର ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପରେ ଆନ୍ଦୋଳନରତ ବ୍ୟକ୍ତିଙ୍କ ସହ ଆଲୋଚନା କରି ମୃତବ୍ୟକ୍ତିଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା ସହ ତାଙ୍କ ପରିବାରକୁ ପେନସନ ଓ ଜଣକୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ମିଳିବା ପରେ ମୃତଦେହକୁ ସେହିଠାରୁ ଉଠାଇବା ସହ ଧାରଣାକୁ ପ୍ରତ୍ୟାହୃତ କରାଯାଇଥିଲା । ତେବେ ଏ ସଙ୍କ୍ରାନ୍ତରେ ନାଲକୋ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.