ETV Bharat / state

‘ଜନପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦେଉ ନାହାନ୍ତି ପ୍ରଶାସନିକ ଅଧିକାରୀ’ - tara prasad bahinipati

ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ଉଚିତ ସମ୍ମାନ ଦେଉ ନଥିବା ଅଭିଯୋଗ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jun 12, 2019, 6:51 PM IST

କୋରାପୁଟ: ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ଉଚିତ ସମ୍ମାନ ଦେଉ ନ ଥିବା ଅଭିଯୋଗ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଉଚିତ ସଂଖ୍ୟକ ଅଧିକାରୀଙ୍କ ସହଯୋଗ ନ ରହିଲେ ଜିଲ୍ଲାର ବିକାଶ ବାଧାପ୍ରାପ୍ତ ହେବ ବୋଲି ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ ଅବସରରେ ଶ୍ରୀ ବାହିନୀପତି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ପ୍ରଭୁ ଜାନୀ ଲକ୍ଷ୍ମୀପୁର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ପରିଷଦର ଉପାଧ୍ୟକ୍ଷା ତୁଳସା କିରସାନିଙ୍କୁ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଆଜି କୋରାପୁଟର ସଦଭାବନା ସଭାଗୃହରେ ଆୟୋଜିତ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକରେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସମେତ କୋରାପୁଟ, ଜୟପୁର, ପଟ୍ଟାଙ୍ଗି ଓ ଲକ୍ଷ୍ମୀପୁର ବିଧାୟକ ଉପସ୍ଥିତ ରହିଥିଲେ । ଏହି ଅବସରରେ ସମସ୍ତ ବିଧାୟକ ଜିଲ୍ଲା ପରିଷଦ ଦ୍ବାରା କିପରି ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିପାରିବ ସେ ନେଇ ମନ୍ତବ୍ୟ ରଖିଥିଲେ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.