ETV Bharat / state

ଶବରୀ ସମ୍ମାନରେ ସମ୍ମାନିତ ହେବେ ଅଚ୍ୟୁତ ସାମନ୍ତ - କୋରାପୁଟ ଖବର

ଆସନ୍ତାକାଲିଠାରୁ ତିନିଦିନ ଧରି ଆଦିବାସୀ ମହୋତ୍ସବ 'ପରବ' ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ନିମନ୍ତେ 'ପରବ' ସମ୍ମାନ ଦିଆଯିବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ
author img

By

Published : Nov 15, 2019, 7:10 PM IST

କୋରାପୁଟ: ଆସନ୍ତାକାଲି ତଥା ଶନିବାର ଠାରୁ ତିନିଦିନ ଧରି କୋରାପୁଟର ଲାଣ୍ଡିଗୁଡାସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ରାଜ୍ୟ ସ୍ତରୀୟ ଆଦିବାସୀ ମହୋତ୍ସବ 'ପରବ' ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ନିମନ୍ତେ 'ପରବ' ସମ୍ମାନ ଦିଆଯିବ । ଏହାସହ ଜିଲ୍ଲାରେ ବାଲ୍ୟ ବିବାହ ନିରୋଧ ପାଇଁ ଆରମ୍ଭ ହୋଇଥିବା 'ଅପରାଜିତା' କାର୍ଯ୍ୟକ୍ରମର ପାଞ୍ଚ ଜଣ ବାର୍ତ୍ତା ବାହକଙ୍କୁ ମଧ୍ୟ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ପରବ ଉତ୍ସବର ସର୍ବୋଚ୍ଚ ସମ୍ମାନ ଭାବେ ପରିଗଣିତ ସମ୍ମାନଜନକ ଶବରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଜଣାଇଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ଏହି ତ୍ରିଦିବସୀୟ ମହୋତ୍ସବର ପ୍ରଥମ ଦିନରେ ଓଡ଼ିଶାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେହିଭଳି ରାଜ୍ୟ ଜାତି ଓ ଜନଜାତି ଉନ୍ନୟନ ତଥା ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ବର୍ଷ ଆଞ୍ଚଳିକ , ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ସାଂସ୍କୃତିକ ଦଳ 'ପରବ' ମଞ୍ଚରେ ଚିତାକର୍ଷକ ସାଂସ୍କୃତିକ ବିଚିତ୍ରା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ହସ୍ତତନ୍ତ , ଟେରାକୋଟା ଭଳି ହସ୍ତକାମ ସହିତ ଆଦିବାସୀଙ୍କ ଦ୍ଵାରା ପ୍ରସ୍ତୁତ ବାଉଁଶ ରେ ତିଆରି ଭଳିକି ଭଳି ଜିନିଷ , ବନ୍ଧୁଗାଁ ଅଞ୍ଚଳର ଲେମନ୍ ଗ୍ରାସ ତୈଳ ଓ ଆଦିବାସୀଙ୍କ ବଗିଚାରୁ ଆସିଥିବା କୋରାପୁଟ କଫି ଏହି ବର୍ଷର ବିଶେଷ ଆକର୍ଷଣ ହେବ ବୋଲି ଓରମାସ୍ ର ଜିଲ୍ଲା ଅଧିକାରୀ ରୋଷନ୍ କାର୍ତ୍ତିକ ଜଣାଇଛନ୍ତି । ଆସନ୍ତାକାଲିର ଉତ୍ସବ ପାଳନ ପାଇଁ ଆଜିଠାରୁ ପରବ ପଡ଼ିଆ ଚଳଚଞ୍ଚଳ ହୋଇଉଠିଛି ।

ପୋଲିସ ସୁରକ୍ଷାର ବନ୍ଦୋବସ୍ତ ସହିତ ଟ୍ରାଫିକ ବ୍ୟବସ୍ଥାର ଉଚ୍ଚପଦସ୍ଥ ଅଧିକାରୀ ମାନେ ତଦାରଖ କରୁଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆସନ୍ତାକାଲି ଠାରୁ ତିନିଦିନ ଧରି କୋରାପୁଟ ର ଲାଣ୍ଡିଗୁଡାସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ରାଜ୍ୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ ର ସମାବର୍ତ୍ତନ ଉତ୍ସବ ମହାହାସମାରୋହରେ ଅନୁଷ୍ଠିତ ହେବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ନିମନ୍ତେ ପରବ ସମ୍ମାନ ଦିଆଯିବା ସହ ଜିଲ୍ଲାରେ ବାଲ୍ୟ ବିବାହ ନିରୋଧ ପାଇଁ ଆରମ୍ଭ ହୋଇଥିବା ଅପରାଜିତା କାର୍ଯ୍ୟକ୍ରମ ର ପାଞ୍ଚ ଜଣ ବାର୍ତ୍ତା ବାହକ ଙ୍କୁ ମଧ୍ୟ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଚି । ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ପରବ ଉତ୍ସବର ସର୍ବୋଚ୍ଚ ସମ୍ମାନ ଭାବେ ପରିଗଣିତ ସମ୍ମାନଜନକ ଶବରୀ ସମ୍ମାନ ରେ ସମ୍ମାନିତ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଜଣାଇଛନ୍ତି ।Body:ଏହି ତ୍ରିଦିବସୀୟ ମହୋତ୍ସବର ପ୍ରଥମଦିନରେ ଓଡ଼ିଶାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ଜାତି ଓ ଜନଜାତି ଉନ୍ନୟନ ତଥା ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ସେଠୀ ଜଣାଇଛନ୍ତି । ଚଳିତ ବର୍ଷ ଆଞ୍ଚଳିକ , ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ସାଂସ୍କୃତିକ ଦଳ ପରବ ମଞ୍ଚରେ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ହସ୍ତତନ୍ତ , ଟେର୍ରାକୋଟା ଭଳି ହସ୍ତକର୍ମ ସହିତ ଆଦିବାସୀଙ୍କ ଦ୍ଵାରା ପ୍ରସ୍ତୁତ ବାଉଁଶ ରେ ତିଆରି ଭଳିକି ଭଳି ଜିନିଷ , ବନ୍ଧୁଗାଁ ଅଞ୍ଚଳର ଲେମନ୍ ଗ୍ରାସ ତୈଳ ଓ ଆଦିବାସୀଙ୍କ ବଗିଚାରୁ ଆସିଥିବା କୋରାପୁଟ କଫି ଏହି ବର୍ଷର ବିଶେଷ ଆକର୍ଷଣ ହେବ ବୋଲି ଅରମାସ୍ ର ଜିଲ୍ଲା ଅଧିକାରୀ ରୋଷନ୍ କାର୍ତ୍ତିକ ଜଣାଇଛନ୍ତି । ଆସନ୍ତାକାଲିର ଉତ୍ସବ ପାଳନ ପାଇଁ ଆଜିଠାରୁ ପରବ ପଡ଼ିଆ ଚଳଚଂଚଳ ହୋଇଉଠିଛି ।Conclusion:ପୋଲିସ ସୁରକ୍ଷାର ବନ୍ଦୋବସ୍ତ ସହିତ ଟ୍ରାଫିକ ବ୍ୟବସ୍ଥାର ଉଚ୍ଚପଦସ୍ଥ ଅଧିକାରୀ ମନେ ତଦାରଖ କରୁଛନ୍ତି ।
Byte : ରୋଷନ୍ କାର୍ତ୍ତିକ , ଅରମାସ୍ ର ଜିଲ୍ଲା ଅଧିକାରୀ
Byte : ଅକ୍ଷୟ କୁମାର ସେଠି , ଜିଲ୍ଲା ସଂସ୍କୃତି ଅଧିକାରୀ
........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.