ETV Bharat / state

ଗାଁଗାଁରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ଆପଦ ମିତ୍ର

ଗାଁଗାଁରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ଆପଦ ମିତ୍ର । ଏନେଇ କୋରୋପୁଟରେ ଏକ ତାଲିମ ଶିବିର ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By

Published : Jan 25, 2023, 10:25 AM IST

Updated : Jan 25, 2023, 2:09 PM IST

aapda mitra to face natural calamity
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବ ଆପଦ ମିତ୍ର
ଗାଁଗାଁରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ଆପଦ ମିତ୍ର

କୋରାପୁଟ: ଜିଲ୍ଲାର ନାରାୟଣପାଟଣା, ପଟ୍ଟାଙ୍ଗି, ସେମିଳିଗୁଡା ଓ ନନ୍ଦପୁର ବ୍ଲକର ବିଭିନ୍ନ ପାହାଡିଆ ଅଞ୍ଚଳରେ ବର୍ଷା ଦିନେ ଭୁସ୍ଖଳନ ଘଟି ଜନଜୀବନକୁ ପ୍ରଭାବିତ କରିଥାଏ । ବର୍ଷା ହେଲେ ଭୟରେ ଦୀନକାଟନ୍ତି ଅଞ୍ଚଳବାସୀ । ହେଲେ ଏବେ ଗାଁଗାଁରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ଆପଦ ମିତ୍ର । ଏନେଇ କୋରୋପୁଟରେ ଏକ ତାଲିମ ଶିବିର ଆରମ୍ଭ ହୋଇଛି ।

କୋଟପାଡ଼, ବୋରିଗୁମ୍ମା, କୁନ୍ଦୁରା, ବୈପାରିଗୁଡା ଓ ଦଶମନ୍ତପୁର ଭଳି ବନ୍ୟା ପ୍ରବଣ ବ୍ଲକରେ ବିଭିନ୍ନ ଛୋଟ ବଡ ନଦୀ ଝରଣାରେ ଅକସ୍ମାତ ଜଳସ୍ତର ବୃଦ୍ଧି ପାଇ ଜମି, ବାଡ଼ି ଓ ଘରଦ୍ୱାରକୁ ଜଳମଗ୍ନ କରିଦିଏ । ଏହି ସବୁ ଅଞ୍ଚଳ ଦୁର୍ଗମ ସ୍ଥାନରେ ଥିବା ଯୋଗୁଁ ଜିଲ୍ଲା କିମ୍ବା ବ୍ଲକ ସଦର ମହକୁମାରୁ ଉଦ୍ଧାରକାରୀ ଦଳ ଠିକ ସମୟରେ ପହଞ୍ଚି ଆବଶ୍ୟକ ପରିମାଣର ସହାୟତା ପ୍ରଦାନ କରିବା ସହଜ ହୁଏ ନାହିଁ । ତେବେ ଏହି ସମସ୍ୟାକୁ ଯଥାସମ୍ଭବ ସମାଧାନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ହାତରେ ହାତ ମିଶାଇ ଆଗେଇ ଆସିଥିବା କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ କହିଛନ୍ତି । NDMA ଏବଂ OSDMAର ମିଳିତ ପ୍ରୟାସରେ ବର୍ତ୍ତମାନ ଗାଁଗାଁରେ ଯୁବପିଢ଼ିଙ୍କୁ ନିଜ ଅଞ୍ଚଳର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତ କରାଯାଉଛି ।

ଓଡ଼ିଶାର 16ଟି ଜିଲ୍ଲାର 14000 ଯୁବକଯୁବତୀଙ୍କୁ ତାଲିମ ଦିଆଯାଉଥିବା ବେଳେ ଆପଦ ମିତ୍ର ଭାବେ ପରିଚିତ ହେଉଥିବା ଏହିପରି 300 ସ୍ବେଚ୍ଛାସେବୀ ଯୁବକ ଯୁବତୀଙ୍କୁ କୋରାପୁଟ ଜିଲ୍ଲା ସଦର ମହକୁମାରେ ତାଲିମ ଦିଆଯାଉଛି । ନଭେମ୍ବର 18 ତାରିଖରୁ ଆରମ୍ଭ ହୋଇଥିବା ଏହି 12 ଦିନିଆ ତାଲିମ ଶିବିରରେ ଏଯାବତ 3ଟି ବ୍ୟାଚରେ 120 ଜଣ ସ୍ବେଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ସାରିଥିବା ବେଳେ ବର୍ତ୍ତମାନ ଚତୁର୍ଥ ବ୍ୟାଚରେ 40ଜଣ ତାଲିମ ନେଉଥିବା କୋରାପୁଟ ଜିଲ୍ଲାରେ ଏହି ପ୍ରକଳ୍ପର ପରିଚାଳକ ନୂତନ କୁମାର ସଗରିଆ କହିଛନ୍ତି ।

ଏହି ତାଲିମ ଶିବିରରେ ଆପଦ ମିତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବାର ତାଲିମ ଦିଆଯିବା ସହ ବନ୍ୟା, ବାତ୍ୟା, ଭୁସ୍ଖଳନ, ଅଗ୍ନି ଦୁର୍ଘଟଣା ଆଦି ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ଘଟିବା ପରେ କିପରି ପ୍ରଭାବିତ ଲୋକଙ୍କୁ ସେବା ଯୋଗାଇ ହେବ ସେ ସମ୍ପର୍କରେ ଅଭ୍ୟାସ ପୂର୍ବକ ତାଲିମ ଦିଆଯାଉଛି । ଏହି ତାଲିମ ଶିବିର ସରିବା ପରେ ପ୍ରତିଟି ଆପଦ ମିତ୍ରଙ୍କୁ ଏକ ସ୍ୱତନ୍ତ୍ର କିଟ୍‌ ଦିଆଯିବ । ନିଜ ଘରେ ଓ ଘର ପାଖରେ ସହଜରେ ମିଳୁଥିବା ଜିନିଷକୁ ବ୍ୟବହାର କରି ବିପର୍ଯ୍ୟୟ ପ୍ରଭାବିତ ବ୍ୟକ୍ତିଙ୍କୁ ସହଯୋଗ କରିହେବାର ସୁଯୋଗ ପାଇ ତାଲିମ ପାଉ ଥିବା ଯୁବକଯୁବତୀ ବେଶ ଉତ୍ସାହିତ ଅଛନ୍ତି । ଗାଁକୁ ଯିବାପରେ ନିଜେ ଜାଣିଥିବା କୌଶଳକୁ ଅନ୍ୟମାନଙ୍କ ସହ ବାଣ୍ଟି କିପରି କୋରାପୁଟ ଜିଲ୍ଲାକୁ ବିପର୍ଯ୍ୟୟଜନିତ କ୍ଷୟକ୍ଷତିରୁ ମୁକ୍ତି ପ୍ରଦାନ କରିହେବ ସେ ଦିଗରେ କାର୍ଯ୍ୟ କରିବେ ।

ଇଟିଭି ଭାରତ, କୋରାପୁଟ

Last Updated : Jan 25, 2023, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.