ETV Bharat / state

ଗୁପ୍ତେଶ୍ବର ପୀଠରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା !

author img

By

Published : Dec 10, 2019, 10:22 AM IST

ଗୁପ୍ତେଶ୍ବର ପୀଠରେ ଚାଞ୍ଚଲ୍ୟ । ପ୍ରଭୁ ଶିବଙ୍କ ସମ୍ମୁଖରେ ଦଉଡି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ଯୁବକର ପରିଚୟ ମିଳିପାରିନଥିବା ବେଳେ ଯୁବକ କାହିଁକି ମନ୍ଦିରରେ ଆତ୍ମହତ୍ୟା କଲେ ତାହାର କାରଣ ଖୋଜୁଛି ପୋଲିସ ।

ଯୁବକଙ୍କ ଆତ୍ମହତ୍ୟା
ଡିଜାଇନ ଫଟୋ

କୋରାପୁଟ: ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ପୀଠରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ମନ୍ଦିର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।

ଘଟଣାଟି ରାତିରେ ଘଟିଥିଲେ ବି ମଙ୍ଗଳବାର ସକାଳେ ଘଟଣା ସମ୍ପର୍କରେ ଜଣାପଡିଛି । ମନ୍ଦିର ଫାଟକ ନଥିବାରୁ ଏହାର ସୁଯୋଗ ନେଇ ଯୁବକ ଜଣକ ଶିବଲିଙ୍ଗ ସମ୍ମୁଖରେ ଲାଗିଥିବା ଘଣ୍ଟ ନିକଟରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

Intro:ଗତକାଲି ରାତିରେ ବୋଇପାରିଗୁଡା ଗୁଡା ସ୍ଥିତ ଗୁପ୍ତେଶ୍ୱର ଶୈବ ପିଠ ରେ ଜଣେ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।Body:ଶିବ ଲିଙ୍ଗ ଥିବା ଗୁମ୍ଫା ରେ କୌଣସି ଫାଟକ ନଥିବା ଯୋଗୁଁ ଶିବ ଲିଙ୍ଗ ର ସମ୍ମୁଖଭାଗରେ ଝୁଲୁଥିବା ଘଣ୍ଟ ନିକଟରେ ଯୁବକ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଆଜି ସକାଳେ ଜଣାପଡିଛି । ଯୁବକ ଙ୍କ ପରିଚୟ ମିଳିପାରୁନାହିଁ ଏବଂ ସେ କେଉଁ କାରଣ ରୁ ଆତ୍ମହତ୍ୟା କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ । ଯୁବକଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଜଣା ପଡୁଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଟିକୁ ଜବତ କରିଛି ଓ ଘଟଣାର ଅନୁଧ୍ୟାନ କରୁଛି। ମନ୍ଦିର ଭିତରେ ଏହିପରି ଅଘଟଣ ଘଟିଥିବାରୁ ମନ୍ଦିର ପରିବେଶ ରେ ଶୋକ ର ଛାୟା ଖେଳିଯାଇଛି ।Conclusion:Santakar
Koraput
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.