ETV Bharat / state

ଆସୁଛି ମହାଶିବରାତ୍ରୀ: ଗୁପ୍ତେଶ୍ବର ହରଙ୍କୁ ଭେଟିବେ ଶାବର ଶ୍ରୀକ୍ଷେତ୍ର ହରି

author img

By

Published : Feb 16, 2020, 9:39 PM IST

Updated : Feb 17, 2020, 8:09 AM IST

ପାଖେଇ ଆସୁଛି ମହାପର୍ବ ମହାଶିବରାତ୍ରୀ । ଧରାପୃଷ୍ଠରେ ଅବତରଣ କହିବେ ଦେବ ଦେବ ମହାଦେବ । ଘଣ୍ଟଘଣ୍ଟା, ମନ୍ତ୍ର ଓ ହର ହର ମହାଦେବ ଧ୍ବନୀରେ ପ୍ରକମ୍ପିବ ସମସ୍ତ ଶୈବପୀଠ । ଏବେଠୁ ସଜେଇ ହେଲାଣି କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ପୀଠ । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...

Gupteswar tample
ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵରରେ ଭକ୍ତଙ୍କ ସମାଗମ

କୋରାପୁଟ: ଶିବ ଶାଶ୍ଵତ ସନାତନ, ସେ ମଙ୍ଗଳମୟ ଜଗତକଲ୍ୟାଣକାରୀ, ମହାପ୍ରଭୁ ମହାଦେବ । ପାଖେଇ ଆସୁଛି ମହାପର୍ବ ମହାଶିବରାତ୍ରୀ । ଧରାପୃଷ୍ଠରେ ଅବତରଣ କହିବେ ଦେବ ଦେବ ମହାଦେବ । ଘଣ୍ଟଘଣ୍ଟା, ମନ୍ତ୍ର ଓ ହର ହର ମହାଦେବ ଧ୍ବନୀରେ ପ୍ରକମ୍ପିବ ସମସ୍ତ ଶୈବପୀଠ । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମହାମିଳନ ପାଇଁ ଏବେଠୁ ସଜେଇ ହେଲାଣି କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ପୀଠ ।

ଭକ୍ତ ଓ ଭଗବାନଙ୍କ ଅପୂର୍ବ ମହାମିଳନ ପାଇଁ ଏବେଠୁ ସଜେଇ ହେଲାଣି କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ପୀଠ । ପ୍ରାୟ 200 ଫୁଟ ଉଚ୍ଚ ତୀକ୍ଷ ପାହାଡ଼ ଉପରେ ଥିବା ଭୋଳାବାବାଙ୍କ ପୀଠର ସୌନ୍ଦର୍ଯ୍ୟକରଣ ଏବେ ଚୂଢାନ୍ତ ପର୍ଯ୍ୟାୟରେ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଏହି କାର୍ଯ୍ୟ କରାଯାଉଛି । ସେପଟେ ମନ୍ଦିରର ସମସ୍ତ କାମ ପାଇଁ ସ୍ବଇଚ୍ଛାରେ ଆଗେଇ ଆସିଛନ୍ତି ସ୍ଥାନୀୟ ଦୁରୁଆ ସମ୍ପ୍ରଦାୟର ଯୁବପିଢୀ । ପ୍ରତିବର୍ଷ ଭଳି ଗୁପ୍ତେଶ୍ଵର ପୀଠ ଆସନ୍ତା 21 ତାରିଖରେ ପାଳିତ ହେଉଥିବା ମହାଶିବରାତ୍ରିକୁ ଆଖିରେ ରଖି ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି ।

ଉତ୍ସବମୁଖର ଶୈବପୀଠ । ଶାବର ଶ୍ରୀକ୍ଷେତ୍ରରୁ ସ୍ବୟଂ ହରି ଆସିବେ ଆଉ ଗୁପ୍ତେଶ୍ବର ପୀଠରେ ହରଙ୍କ ସହ ଭେଟ ହେବେ । ସେପଟେ ଜାଗର ଦିନ ମହାଦେବଙ୍କ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବା ରାତିସାରା ଉଜାଗର ରହିବେ ଶ୍ରଦ୍ଧାଳୁ । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଏହି ଶୈବପୀଠକୁ ଛୁଟିଥାଏ ଭକ୍ତଙ୍କ ସୁଅ । ଏଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳାକୁ ମଧ୍ୟ ଗୁରୁତ୍ବ ଦିଆଯାଇଥାଏ । ଏହି ବଣ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ଏହି ଉତ୍ସବ ପରିସର ନିଜ ଘରକରଣାର ଆବଶ୍ୟକତା ପୁରଣ କରିବା ପାଇଁ ସୁଲଭ ମୂଲ୍ୟରେ ଖୋଲୁଥିବା ସୁପର ବଜାର ଠାରୁ କିଛି କମ ନୁହେଁ ।

ମହାଶିବରାତ୍ରିର ବହୁଦିନ ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଏହି ଆଦିବାସୀ ଜନଜାତିର ଲୋକେ ଝୁଣା, ପାଳୁଅ, ହରିଡା, ବାହାଡ଼ା, ଅଁଳା ଓ ବିଭିନ୍ନ ଔଷଧୀୟ ଗୁଣରେ ଭରି ରହିଥିବା କନ୍ଦା, ଚେରମୂଳ ସଂଗ୍ରହ କରିଥାନ୍ତି । ଆଦିବାସୀଙ୍କ ଠାରୁ ଏହି ସମସ୍ତ ଶୁଦ୍ଧ ଜଙ୍ଗଲଜାତ ଦ୍ରବ୍ୟ କିଣିବାରେ ପର୍ଯ୍ୟଟକ ଯେତିକି ପରିମାଣରେ ଆନନ୍ଦିତ ହୁଅନ୍ତି, ତାଠାରୁ ଅଧିକ ଏହି ସବୁ ଜିନିଷ ବିକ୍ରି କରି ଆଦିବାସୀ ପରିବାର ନିଜ ଘରେ ଆବଶ୍ୟକ ହେଉଥିବା ବିଭିନ୍ନ ଜିନିଷ କିଣି ନେବାର ସୁଯୋଗ ପାଇ ଉଲ୍ଲସିତ ହୋଇଉଠନ୍ତି । ସେପଟେ ପାହାଡ଼ର ଛାତି ଚିରି ପ୍ରଖର ସୁଅରେ ବୋହି ଯାଇଛି ସାବେରୀ ନଦୀ । ଏହି ବିରଳ ପ୍ରାକୃତିକ ଦୃଶ୍ୟ ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।

ଲକ୍ଷାଧିକ ପର୍ଯ୍ୟଟକଙ୍କ ଯାତ୍ରାର ସୁଚାରୁ ସମ୍ପାଦନ ପାଇଁ ଦୁରୁଆ ଆଦିବାସୀ ଯୁବକ ଅଣ୍ଟା ଭିଡି ଆଗକୁ ଆସିଛନ୍ତି । ବର୍ଷ ପରେ ବର୍ଷ ଏହି ଯୁବକ ମାନେ ମନ୍ଦିର ପ୍ରବେଶ ଦ୍ବାର ଠାରୁ ଆରମ୍ଭ କରି ଦୁଇ କିଲୋମିଟର ଦୂରରେ ଥିବା ଗାଡି ରଖିବା ସ୍ଥାନ ପର୍ଯ୍ୟନ୍ତ ଦାୟିତ୍ବ ବାଣ୍ଟି ନେଇ ଯାତ୍ରାକୁ ସୁଚାରୁ ରୂପେ ସମ୍ପାଦିତ କରାଇ ଆସୁଛନ୍ତି । ଚଳିତ ବର୍ଷର ଜାଗରଯାତ୍ରାର ସୁପରିଚାଳନା ନିମନ୍ତେ ଜୟପୁର ଏଣ୍ଡୋମେଣ୍ଟ କମିଟି ତରଫରୁ ଜୟପୁର ଅତିରିକ୍ତ ତହସିଲଦାର ମାନସ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁପ୍ତେଶ୍ଵର ପୀଠରେ ସ୍ବେଚ୍ଛାସେବୀଙ୍କ ସହ ଆଲୋଚନା ସମ୍ପନ୍ନ ହୋଇଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Feb 17, 2020, 8:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.