କୋରପୁଟ: ସଚେତନ ଅଭାବ କାରଣରୁ ଚାଲିଗଲା ଜୀବନ। ଆଦିବାସୀ ଅଧ୍ୟୁଷିତ ଗାଁରେ ଲୋକଙ୍କ ମଧ୍ୟରେ ରହିଛି ସଚେତନତାର ଅଭାବ । ଯାହାଫଳରେ ମୃତ ଗୋରୁ ମାଂସ ଖାଇ ଆନ୍ଥ୍ରାସ୍କ ରୋଗରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନସ୍ଥ ତେନ୍ତୁଳି ଖୁଣ୍ଟି ଗାଁରେ ।
ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ହେଲେ ୩୦ ବୟସ୍କ ବ୍ରଜ ସାଉନ୍ତା । ହଠାତ୍ ବ୍ରଜ ସାଉନ୍ତାଙ୍କ ହାତରେ ପଡା ଘା ସଦୃଶ୍ୟ ହୋଇ ପ୍ରବଳ ଯନ୍ତ୍ରଣା ହୋଇଥିଲା । ପ୍ରଥମେ ଦଶମନ୍ତପୁର ଓ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । ଚିକିତ୍ସାଧିନ ଅବସ୍ଥାରେ ବ୍ରଜର ମୃତ୍ୟୁ ହେବା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଁରେ ଗୋରୁ ମଡ଼କ ପଡିଥିବା ବେଳେ ଗୋରୁ ମାଂସ ଖାଇବା ଏମାନଙ୍କ ପେଶା । କିନ୍ତୁ ଗୋରୁମାନଙ୍କୁ ଆନ୍ଥ୍ରାସ୍କ ରୋଗ ହେବା କାରଣରୁ ତାଙ୍କ ମାଂସ ଖାଇବା ଫଳରେ ମଣିଷକୁ ମଧ୍ଯ ଏହି ରୋଗ ହୋଇଥାଏ। ଯାହା ଫଳରେ ମଲା ଗୋରୁର ମାଂସ ଖାଇବା ଦ୍ବାରା ବ୍ରଜ ସାଉନ୍ତା ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ବିବାଦ ମଧ୍ୟରେ The Kerala Storyର ସ୍ବତନ୍ତ୍ର ସ୍କ୍ରିନିଂ କଲା ବିଜେପି
କୋରାପୁଟ ସିଡିଭିଓ ଡ଼ଃ ରବି ନାରାୟଣ ପଣ୍ଡା କହିଛନ୍ତି, "ଗତକିଛି ଦିନ ହେବ ତେନ୍ତୁଳିଖୁଣ୍ଟି ଏବଂ ଗୁଲି ମୂଷା ଗାଁରେ ଗୋରୁ ମଡକ ଚାଲିଛି । ସଚେତନାତା ଅଭାବ କାରଣରୁ ଗାଁ ଲୋକେ ମରିଯାଇଥିବା ଗୋରୁ କୁ ଖାଉଛନ୍ତି। ତେଣୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ପାର୍ଥ ସାରଥି ପଣ୍ଡା ଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଏବଂ ପ୍ରାଣୀ ଚିକିତ୍ସା ଟିମ୍ ଗାଁରେ ପହଞ୍ଚି ଗାଁ ଲୋକଙ୍କୁ ସଚେତନ କରିଛି। ଏହାସହ ଏଥିରେ ଗାଁର ଆଉ ଅନ୍ୟ ଦୁଇ ଜଣ ନୂଆ ରୋଗୀ ଆନ୍ଥ୍ରାସ୍କରେ ଆକ୍ରାନ୍ତ ହୋଇ ଥିବା ସନ୍ଦେହ କରି ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏହାକୁ ପରୀକ୍ଷା କରିବା ପାଇଁ ଲ୍ଯାବକୁ ପଠାଯାଇଛି । ଆନ୍ଥ୍ରାସ୍କ ନିରାକରଣ ପାଇଁ ଔଷଧ ବିତରଣ କରାଯାଇଛି । ସେହିଭଳି ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍ ମଧ୍ୟ ଗାଁରେ ପହଞ୍ଚି ଗୋରୁମାନଙ୍କୁ ଆନ୍ଥ୍ରାସ୍କ ରୋଗର ଟିକାକରଣ କରାଇଛି । ଲୋକଙ୍କୁ ଗୋ ମାଂସ ନଖାଇବାକୁ ପରାମର୍ଶ ଦିଆଯାଇଛି। ଗାଇ ମଧ୍ଯରେ ଏହି ରୋଗର ଲକ୍ଷଣ ଦେଖିଲେ ତୁରନ୍ତ ପ୍ରାଣୀ ଚିକିତ୍ସକଙ୍କୁ ସୂଚନା ଦେବାକୁ କୁହାଯାଇଛି ।"
ଇଟିଭି ଭାରତ, କୋରାପୁଟ