ETV Bharat / state

ଭାରି ପଡିଲା ଫେସବୁକ ବନ୍ଧୁ, ଯୁବକଙ୍କୁ ଚୂନ ଲଗାଇଲେ 8ଲକ୍ଷ - face book fake friend

ନକଲି ଫେସବୁକ ଆକାଉଣ୍ଟ ମାଧ୍ୟମରେ ଅସଲି ଟଙ୍କା ଲୁଟ । ଲକ୍ଷେ କି ଦୁଇ ଲକ୍ଷେ ନୁହେଁ ଠକି ନେଲେ 8 ଲକ୍ଷ ଟଙ୍କା । ଦାମନଯୋଡିରୁ ଏଭଳି ଠକକୁ ଗିରଫ କରିଛି ପୋଲିସ ।

ଭାରି ପଡିଲା ଫେସବୁକ ବନ୍ଧୁ
author img

By

Published : Oct 19, 2019, 10:30 PM IST

କୋରାପୁଟ: ପ୍ରଥମେ ଫେସବୁକରେ ବନ୍ଧୁତା । ବନ୍ଧୁତାରୁ ନିବିଡତା । ପରେ ବନ୍ଧୁତାର ସୁଯୋଗରେ ଯୁବକଙ୍କୁ ଠକି ଚାଲିଲେ ନକଲି ଫେସବୁକ ଆକାଉଣ୍ଟ ଧାରୀ । ଅନଲାଇନରେ ଠକିନେଲେ ଲକ୍ଷ ଲକ୍ଷ ଟଙ୍କା । ଶେଷରେ ଯୁବକ ଜଣକ ଥାନାର ଦ୍ବାରସ୍ଥ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ।

ଭାରି ପଡିଲା ଫେସବୁକ ବନ୍ଧୁ

ପୁରା ଘଟଣା ଏମିତି, ଗତ ଦୁଇବର୍ଷ ତଳେ ସେମିଳିଗୁଡା ନିବାସୀ ଜଗଦିଶ ପାଢ଼ୀଙ୍କ ଫେସବୁକ ଆକାଉଣ୍ଟକୁ ଦେବସ୍ମିତା ନାମଧାରୀ ଆକାଉଣ୍ଟରୁ ଫ୍ରେଣ୍ଡସିପ ପାଇଁ ଅନୁରୋଧ ଆସିଥିଲା । ଜଗଦିଶ ରିକ୍ବେଷ୍ଟକୁ ଗ୍ରହଣ କରିଥିଲେ । ତା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କଥାବାର୍ତ୍ତା । ଯାହାର ସୁଯୋଗ ନେଇ ଦେବସ୍ମିତା ଜଗଦିଶଙ୍କୁ ମାଙ୍କ ଦେହ ଖରାପ ଅଛି କହି ଟଙ୍କା ମାଗିଥିଲେ ।

ପରେ ଜଗଦିଶ ଟଙ୍କା ମାଗିବାରୁ ସେ ଅଶ୍ଲିଳ ବାର୍ତ୍ତାଆଳାପ କରିଥିଲେ । କିଛି ଦିନ ପରେ ଦେବସ୍ମିତାଙ୍କ ଫେସବୁକ୍ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା । ଏହାପରେ ଜଗଦିଶଙ୍କୁ ଆସିଥିଲା ଫୋନ କଲ । ଯୁବକ ଜଣକ ନିଜକୁ ଦେବସ୍ମିତା ର ଦାଦା ଓ କଟକର ଡିସିପି ଭାବେ ପରିଚୟ ଦେଇଥିଲେ ଏବଂ ଟଙ୍କା ମାଗିଥିଲେ । ଫଳରେ ଜଗଦିଶ ପାଖାପାଖି 8 ଲକ୍ଷ ଟଙ୍କା ଦେଇଥିଲେ । ଶେଷରେ ପୋଲିସର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦିପୁନ ମହାନ୍ତିଙ୍କୁ ଦାମନଯୋଡିରୁ ଗିରଫ କରିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ନକଲି ଫେସବୁକ ଆକାଉଣ୍ଟ ମାଧ୍ୟମରେ ଅସଲି ଟଙ୍କା ଲୁଟ ମାମଲାରେ ପୋଲିସ ଦାମନଯୋଡିର ଜଣେ ଯୁବକକୁ ଗିରଫ କରିଛି।Body:ସେ ସେମିଳିଗୁଡାର ଜଣେ ଯୁବକ ଜଗଦୀଶ ପାଢ଼ୀଙ୍କ ଠାରୁ ଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ଆଠ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । 
ଦୁଇବର୍ଷ ପୂର୍ବେ  ସେମିଳିଗୁଡା ନିବାସୀ ଜଗଦୀଶ ପାଢ଼ୀଙ୍କ ଫେସବୁକ ଠିକଣା ରେ ଦେବସ୍ମିତା ନାମ୍ନୀ ଜନୈକ ଅଜଣା ଝିଅଟିଏ ସାଙ୍ଗ ହେବା ପାଇଁ ଅନୁରୋଧ ମେସେଜ ପଠାଇଲେ । ପାଢ଼ୀ ବାବୁ ମଧ୍ୟ ତାଙ୍କ ଅନଲାଇନ ବନ୍ଧୁତ୍ୱକୁ ସାଦରେ ସ୍ୱାଗତ କଲେ । ତାପରେ ପରସ୍ପର ଭିତରେ ବାର୍ତା ଆଦାନ ପ୍ରଦାନ ଚାଲିଲା । ଇତିମଧ୍ୟରେ ବନ୍ଧୁତ୍ୱ ଗାଢ଼ ହେବା ଦେଖି ଦେବସ୍ମିତା ନିଜ ମାଙ୍କ ସ୍ୱାସ୍ଥ୍ୟ ଠିକ ନଥିବା ଦର୍ଶାଇ ପଇସା ପଠାଇବା ପାଇଁ ବିନୀତ ଅନୁରୋଧ କଲେ । ଧୀରେ ଧରେ ପାଢ଼ୀ ବାବୁଙ୍କ ଆକାଉଣ୍ଟ ରୁ ପଇସା ଦେବସ୍ମିତାଙ୍କ ପାଖକୁ ଯିବା ଆରମ୍ଭ ହେଲା । ପ୍ରତିବଦଳରେ ଦେବସ୍ମିତାଙ୍କ ଠାରୁ ଅଶ୍ଳୀଳ ଭିଡିଓ ଶ୍ରୀ ପାଢ଼ୀଙ୍କ ମୋବାଇଲ କୁ ଆସିବା ଆରମ୍ଭ ହୋଇଥିଲା । ଶ୍ରୀ ପାଢ଼ୀ ମଧ୍ୟ ଏହି ଅଶ୍ଳୀଳ ବାର୍ତାର ଜବାବ ପଠାଇଥିଲେ । କିନ୍ତୁ କିଛି ଦିନ ପରେ ମଧୁସ୍ମିତାଙ୍କ ଫେସବୁକ ଆକାଉଣ୍ଟ ବନ୍ଦ ହୋଇଯାଇ ଶ୍ରୀ ପାଢ଼ୀଙ୍କ ପାଖକୁ ଆସିଥିଲା ଏକ ଧମକ ପୁର୍ଣ ଫୋନ । ନିଜକୁ ଦେବସ୍ମିତା ର ଦାଦା ଓ କଟକର ଡିସିପି ଭାବେ ପରିଚୟ ଦେଇ ଶ୍ରୀ ପାଢ଼ୀ ଓ ଦେବସ୍ମିତା ମଧ୍ୟରେ ହୋଇଥିବା ଅଶ୍ଳୀଳ ବାର୍ତା ଆଦାନପ୍ରଦାନ କରିବା ଅପରାଧରେ ଶ୍ରୀ ପାଢ଼ୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ର ଧମକ ଦେଇଥିଲେ ନିଜକୁ ଦିପୁନ ମହାନ୍ତି କହୁଥିବା ସେହି  ଅଜଣା ଯୁବକ । ଏହି ଧମକ ପରେ ଶ୍ରୀ ପାଢ଼ୀ ଙ୍କ ଠାରୁ ସେହି ବ୍ୟକ୍ତି ୭ .୧୩ ଲକ୍ଷ ଟଙ୍କା ନେଇଯାଇଥିବା ସୁନାବେଡା ଏସଡ଼ିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି । ତେବେ ଏହି ନକଲି ଫେସବୁକ ଆକାଉଣ୍ଟ ମାଧ୍ୟମରେ ଅସଲି ଟଙ୍କା ହଡପ ର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ଦିପୁନ ମହାନ୍ତିର ମୋବାଇଲ ଫୋନକୁ ଟ୍ରାପ କରି ତାକୁ ଦମାନଯୋଡି ରୁ ଆଜି ଗିରଫ କରାଯାଇଥିବା  ଶ୍ରୀ ବେହେରା ସୂଚନା ଦେଇଛନ୍ତି ।Conclusion:ଦିପୁନ ମହାନ୍ତି ଦାମନଯୋଡି ବାସିନ୍ଦା ଓ ପୁନେରେ ଇଂଜିନିୟରିଂ ପାଠ ପଢ଼ୁଥିବା ସେ ଜଣାଇଛନ୍ତି ।
.......
Byte : ଜଗଦୀଶ ପାଢ଼ୀ , ଠକାମୀ ରେ ଶିକାର ଯୁବକ 
Byte : ନିରଞ୍ଜନ ବେହେରା , ସୁନାବେଡା ଏସଡ଼ିପିଓ
.........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.