ETV Bharat / state

ଦେଓମାଳି ପର୍ବତ ଶୃଙ୍ଗରେ ଉଡିଲା ଜାତୀୟ ପତାକା

76ତମ ସ୍ବାଧୀନତା ଦିବସରେ ଦେଓମାଳି ପର୍ବତ ଶୃଙ୍ଗରେ ଉଡିଛି ଜାତୀୟ ପତାକା ତ୍ରିରଙ୍ଗା । ଅଧିକ ପଢନ୍ତୁ

author img

By

Published : Aug 16, 2022, 11:20 AM IST

Updated : Aug 16, 2022, 2:15 PM IST

ଦେଓମାଳି ପର୍ବତ ଶୃଙ୍ଗରେ ଉଡିଲା ଜାତୀୟ ପତାକା
ଦେଓମାଳି ପର୍ବତ ଶୃଙ୍ଗରେ ଉଡିଲା ଜାତୀୟ ପତାକା

କୋରାପୁଟ: 76ତମ ସ୍ବାଧୀନତା ଦିବସ ପାଳନ କିରଛ ଦେଶ । ସବୁଠି ଫର ଫର ହୋଇଛି ଦେଶର ପ୍ରତୀକ ତ୍ରିରଙ୍ଗା ପତାକା(National flag) । ଏହି ପବିତ୍ର ଦିନରେ କୋରାପୁଟ ଜିଲ୍ଲାର ବିଭିନ୍ନ ଯୁବ ସଂଗଠନ ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ (Deomali Hill Top)ଉପରେ 40 ଫୁଟ ଉଚ୍ଚତା ବିଶିଷ୍ଟ ପୋଲ ସ୍ଥାପନା କରି ଜାତୀୟ ପତକା ଉତ୍ତୋଳନ କରିଛନ୍ତି । କୋରାପୁଟ, ସେମିଳିଗୁଡା, କୁନ୍ଦୁଲି ସମେତ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଶହ ଶହ ଯୁବକ ବର୍ଷା ପବନକୁ ଖାତିର ନକରି ଦେଓମାଳି ପର୍ବତ ଶୃଙ୍ଗରେ ଏକତ୍ରିତ ହୋଇ ପତାକା ଉତ୍ତୋଳନ କରିଥିଲେ ।

ଦେଓମାଳି ପର୍ବତ ଶୃଙ୍ଗରେ ଉଡିଲା ଜାତୀୟ ପତାକା

ଦେଓମାଳି ଓ କୋଟିଆ ଓଡ଼ିଶାର ଏକ ଅଭିନ୍ନ ଅଙ୍ଗ । ଆନ୍ଧ୍ରପ୍ରଦେଶ ଏହି କ୍ଷେତ୍ର ମଧ୍ୟକୁ ଅନୁପ୍ରବେଶ କରିବା ବନ୍ଦ କରିବା ପାଇଁ ଆହ୍ଵାନ ଦେଇଛନ୍ତି ଯୁବ ସଂଗଠନ । ଏଥିସହିତ ଏକ ବିଶାଳକାୟ ଜାତୀୟ ପତକାକୁ ସମସ୍ତେ ହାତରେ ଧରି ପର୍ବତର ଏକ କୋଣରୁ ଆଉ ଏକ କୋଣ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିଥିଲେ । ସ୍ୱାଧୀନତା ଦିବସ ଅବସରରେ କୋରାପୁଟ ଜିଲ୍ଲାର ଯୁବପିଢିକୁ ଏକତ୍ରିତ କରିବାର ପ୍ରୟାସରେ ସହଯୋଗ କରିଥିବା କୋରାପୁଟ ଓଏସ୍ଏପି ତୃତୀୟ ବାଟାଲିୟନ ସଂଘର ସଦସ୍ୟ ଜୟରାମ ପୂଜାରୀ ଜଣାଇଛନ୍ତି ।

ଓଡ଼ିଶାର ମାନଚିତ୍ରରେ ଦେଓମାଳିର ସ୍ଥିତି ଅଛି ନା ନାହିଁ ତାହା ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନହାନ୍ତି । ଏହାରି ଭିତରେ କୋଟିଆରେ ଆନ୍ଧ୍ରର ବେନିୟମ ଅନୁପ୍ରବେଶକୁ ରୋକିବା ନେଇ ଓଡ଼ିଶା ସରକାର ଅନେକ ସମୟରେ ଦ୍ଵନ୍ଦରେ ପଡୁଛନ୍ତି । ଏପରି ଏକ ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ଯୁବସଂଗଠନ ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଜାତୀୟ ପତକା ଉତ୍ତୋଳନ କରି ପର୍ବତ ଶୃଙ୍ଗରୁ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟ ଜବାବ ଦେଇଥିବା କହିଛନ୍ତି ଗୋପବନ୍ଧୁ ସେବା ସମିତିର ସଦସ୍ୟ ଉଦିତ ସାହୁ ।

ଇଟିଭି ଭାରତ, କୋରାପୁଟ

Last Updated : Aug 16, 2022, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.