ଭୁବନେଶ୍ବର: ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ବିକାଶ ଦିଗରେ ରାଜ୍ୟ ସରକାର ୧୦୬୨.୧୦ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ-ଯୋଜନା ଅନୁମୋଦନ କରିଛନ୍ତି। ଅଗ୍ରାଧିକାର ଭିତ୍ତିରେ ରୋଗୀ ସେବା କୈନ୍ଦ୍ରିକ ସୁବିଧା ବିକାଶ କରିବାକୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭାଗକୁ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ମାଧ୍ୟମରେ ଷ୍ଟେଟସେକ୍ଟର ଯୋଜନା ରୁ ଏହି ଅର୍ଥ ଦିଆଯାଇଛି ।
ତେବେ ଏଥିରେ ବିଭିନ୍ନ ଜିଲ୍ଲା ଉପଖଣ୍ଡ ପ୍ରାଥମିକ ଚିକିତ୍ସା କେନ୍ଦ୍ର କମ୍ୟୁନିଟି ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ହେଲଥ ସବ ସେଣ୍ଟର ମାନଙ୍କରେ ଭିତ୍ତିଭୂମିର ବିକାଶ କରାଯିବ। ଏଥିପାଇଁ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବର ପ୍ରଶାସନର ଅନୁମୋଦନ ନିମନ୍ତେ ପ୍ରକ୍ରିୟାକୁ ତ୍ଵରାନିତ କରିବାକୁ ସ୍ୱାସ୍ଥ୍ୟ ସେବା , ଭେଷଜ ଶିକ୍ଷ୍ୟା ଓ ତାଲିମ , ଆୟୁଷ , ଡ୍ରଗ୍ସ କଣ୍ଟ୍ରୋଲ ନର୍ସିଂ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ର ନିର୍ଦେଶକମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ।
ଏଥିସହ ଅନୁମୋଦିତ କାର୍ଯ୍ୟ ଯୋଜନା ମଧ୍ୟରେ 9 ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ନିମନ୍ତେ ଅତିରିକ୍ତ ସୁବିଧା କରିବା, 6 ଟି ନୁଆ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ନିର୍ମାଣ, 60 ଟି କମ୍ୟୁନିଟି ହେଲଥ ସେଣ୍ଟର ର ଘର ନିର୍ମାଣ, 47 ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଷ୍ଟାପ ମାନଙ୍କର କ୍ଵାଟର ନିର୍ମାଣ, ତୃଣମୂଳ ସ୍ତରରେ 40 ଟି ହେଲଥ ସବ ସେଣ୍ଟର ନିର୍ମାଣ, 5 ଟି ପ୍ରାଥମିକ ଓ କମ୍ୟୁନଟି ହେଲ୍ଥ ସେଣ୍ଟର ପାହ୍ୟାବୃଢ଼ି, 696 ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସବ ସେଣ୍ଟର ରେ ରୋଗୀମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇବା ଆଦି ପ୍ରକଳ୍ପ ମାନ ରହିଛି।
ଏହା ମଧ୍ୟ ପଢନ୍ତୁ- Naba Das Murder Case: ବିହେଭିୟର ଷ୍ଟଡିରୁ କିଛି ଜଣା ପଡିବନାହିଁ: ବିଜେପି ନେତା ପ୍ରକାଶ ମିଶ୍ର
ଅନ୍ୟପଟେ ବରଗଡ଼ , ଝାରସୁଗୁଡ଼ା , ମାଲକାନଗିରି , ବାରିପଦା , ନୟାଗଡ଼ ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ସୁବିଧା ଯୋଗାଇ ଦିଆଯିବ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ନବରଙ୍ଗପୁରର ଉମରକୋଟ, ମାଲକାନଗିରି ର ମାଥଲି ଓ ଚିତ୍ରକୋଣ୍ଡା, ନୂଆପଡ଼ା ଜିଲ୍ଲାର ଖରୀଆର ଏବଂ ଗଞ୍ଜାମ ଜିଲ୍ଲାର ଆସ୍କା ଠାରେ ନୂଆ ଉପଖଣ୍ଡ ଚିକିତ୍ସାଳୟ ନିର୍ମାଣ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର