ETV Bharat / state

ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ହସ୍ପିଟାଲରୁ ଫେରାର କୋରୋନା ଆକ୍ରାନ୍ତ - କୋରାପୁଟ କରୋନା ପଜିଟିଭ

କୋରାପୁଟ ଜିଲ୍ଲାରେ ଦିନକରେ ଚିହ୍ନଟ ହେଲେ 6 କୋରୋନା ପଜିଟିଭ ।

corona positve in corona positive
କୋରାପୁଟ କରୋନା ପଜିଟିଭ
author img

By

Published : May 25, 2020, 7:01 PM IST

କୋରାପୁଟ: ଜିଲ୍ଲାରେ ଦିନକରେ 6 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି କୋରାପୁଟ ଜିଲ୍ଲାର ନନ୍ଦପୁର ଓ ଲକ୍ଷ୍ମୀପୁର ବ୍ଲକରୁ ଦୁଇଜଣ ଲେଖାଏଁ ଓ ଦଶମନ୍ତପୁର ବ୍ଲକ ଓ ଜୟପୁର ପୌରାଞ୍ଚଳରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ସେମାନେ ସମସ୍ତେ ଆନ୍ଧ୍ରପ୍ରଦେଶ ରୁ ଆସିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ କ୍ବାରେଣ୍ଟାଇନ କେନ୍ଦ୍ରରେ ରହିଥିବା ବେଳେ ଜୟପୁରର ବ୍ୟକ୍ତି ସହର ମଧ୍ୟରେ ଥିବା ବେଲ ରୋଡ଼ ସ୍ଥିତ ନିଜ ଘରେ ହୋମ କ୍ବାରେଣ୍ଟାଇନରେ ରହିଥିଲେ ।

କୋରାପୁଟ କରୋନା ପଜିଟିଭ

ସେମାନଙ୍କ ସ୍ବାବ ରିପୋର୍ଟ ପାଇବା ପରେ ପାଞ୍ଚଜଣଙ୍କୁ ଜୟପୁରରେ ଥିବା କୋଭିଡ କେୟାର ହସ୍ପିଟାଲ ରେ ଭର୍ତି କରାଯାଇଥିବା ବେଳେ ଜୟପୁରର ବ୍ୟକ୍ତିଙ୍କ ଖୋଜ ଖବର ମିଳିଲା ନାହିଁ । ଜିଲ୍ଲା ପ୍ରଶାସନ ସେହି ବ୍ୟକ୍ତିଙ୍କୁ ଖୋଜା ଖୋଜି କରିବା ପରେ ସେ କାହାକୁ କିଛି ନ ଜଣାଇ ପୁଣିଥରେ ଆନ୍ଧ୍ରପ୍ରଦେଶକୁ କୌଣସି ଏକ ଘରୋଇ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଚାଲିଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସୁରକ୍ଷା ଦୃଷ୍ଟିରୁ ଏହି ସମସ୍ତ ବ୍ୟକ୍ତି ରହିଥିବା କ୍ବାରଣ୍ଟାଇନ କେନ୍ଦ୍ର ଗୁଡିକୁ ଆହୁରି ଅଧିକ କଡାକଡି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.