ETV Bharat / state

ସାଥୀ ସବୁଦିନର, ଦାମୀ କାର୍‌ ଥାଇ ସାଇକେଲରେ ଅଫିସ ପହଞ୍ଚନ୍ତି ନାଲକୋ ଜିଏମ

author img

By

Published : Jun 3, 2022, 3:12 PM IST

ପରିବେଶ ସୁରକ୍ଷା, ଇନ୍ଧନ ରକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସାଇକେଲ ଚାଳନା ନିହାତି ଆବଶ୍ୟକ । ସାଇକେଲ କେବଳ ପରିବହନର ମାଧ୍ୟମ ନୁହେଁ ବରଂ ଏହାଦ୍ବାରା ଏନେକ ରୋଗ ଦୂର ହୁଏ । ବଡକଥା ହେଉଛି ସାଇକେଲ୍‌ ଚଳାଇବା ଦ୍ବାରା ପରିବେଶ ଉପରେ ଏକ ସକାରାତ୍ମକ ପ୍ରଭାବ ପଡିଥାଏ । ଅଧିକ ପଢନ୍ତୁ

57-years-old-nalco-general-manager prabhat kumar das using bicycle for office everyday
ସାଇକେଲ ନେଇ ପ୍ରତିଦିନ ଅଫିସ ଯାଉଛନ୍ତି ପ୍ରଭାତ

କୋରାପୁଟ: ପରିବେଶ ସୁରକ୍ଷା, ଇନ୍ଧନ ରକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସାଇକେଲ ଚାଳନା ନିହାତି ଆବଶ୍ୟକ । ସାଇକେଲ କେବଳ ପରିବହନର ମାଧ୍ୟମ ନୁହେଁ ବରଂ ଏହାଦ୍ବାରା ଏନେକ ରୋଗ ଦୂର ହୁଏ । ବଡକଥା ହେଉଛି ସାଇକେଳ ଚଳାଇବା ଦ୍ବାରା ପରିବେଶ ଉପରେ ଏକ ସକାରାତ୍ମକ ପ୍ରଭାବ ପଡିଥାଏ । ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହିବାକୁ ହେଲେ ସାଇକେଲ ଚାଳନାଠୁ ଭଲ ବାୟ୍ୟାମ ଆଉ କଣ ବା ହୋଇପାରେ । ସ୍ବାସ୍ଥ୍ୟ ହିଁ ସମ୍ପଦ ଆଉ ପରିବେଶ ହିଁ ସବୁକିଛିକୁ ମନ୍ତ୍ର କରି ସାଇକେଲକୁ ସାଥୀ କରିଛନ୍ତି ନାଲକୋରେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ପ୍ରଭାତ କୁମାର ସାହୁ ।

ଚାରିଚକିଆ ଛାଡି ସାଇକେଲରେ ଅଫିସ ଯାଆନ୍ତି ପ୍ରଭାତ

ଘରେ ଚାରିଚକିଆ ଥାଇ ମଧ୍ୟ ପ୍ରତିଦିନ ସାଇକେଲ ଧରି ଅଫିସ ଯାଉଛନ୍ତି ପ୍ରଭାତ । ଯାହା ଅନେକଙ୍କ ପାଇଁ ପ୍ରେରଣା ସାଜିଛି । ଦାମନଯୋଡି ସ୍ଥିତ ନାଲକୋରେ ପରିବେଶ ବିଭାଗର ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ ପ୍ରଭାତ କୁମାର ଦାସ । ବୟସ ୫୭ ବର୍ଷ । ପ୍ରତିଦିନ ନିତ୍ୟକ୍ରମ ସାରି କାର୍ଯ୍ୟ କ୍ଷେତ୍ରକୁ ସାଇକଲ ଚଲାଇ ଯାଆନ୍ତି ପ୍ରଭାତ । ଘରେ ଚାରିଚକିଆ ଅଛି ହେଲେ ସାଇକେଲ ପ୍ରେମ ଆଗରେ ଚାରିଚକିଆ ତୁଚ୍ଛ ହୋଇଛି । ଗୋଟେ କି ଦୁଇ ଦିନ ନୁହେଁ ଦୀର୍ଘ ୨ ବର୍ଷ ହେବ ସେ ଏପରି ସାଇକେଲ ଚଳାଇ ଅଫିସ ଯାଆନ୍ତି । ତାଙ୍କର ଏ କାର୍ଯ୍ୟ ପାଇଁ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଅନେକ ସମୟରେ ଦେଖାଯାଇଛି ଟିକିଏ ଆର୍ଥିକ ସ୍ବଚ୍ଛଳତା ଆସିଲେ ପାଖରେ ଥିବା ସ୍ଥାନକୁ ମଧ୍ୟ ଚାଲି ଚାଲି ଯିବାକୁ ଭୁଲି ଯାଆନ୍ତି ସାଇକେଲ ତ ଦୂରରେ ଥାଉ । ସାଇକେଲରେ ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ସମୟରେ ପ୍ରଭାତ ଦାସଙ୍କ ଭଳି ଜଣେ ଉଚ୍ଚପଦସ୍ଥ ଅଧିକାରୀ ସାଇକେଲରେ କାର୍ଯ୍ୟସ୍ଥଳୀକୁ ଯିବା ସମସ୍ତଙ୍କ ପାଇଁ ଏକ ଉପାଦେୟ ଉଦାହରଣ ହୋଇଛି । ସାଇକେଲ ଚଳାଇବା ଦ୍ଵାରା ସାମାଜିକ ସ୍ତରରେ ପରିବେଶକୁ ସୁରକ୍ଷିତ ରଖିବାର ପ୍ରୟାସ ଭାବେ ଏହି ଉପାୟ ଆପଣେଇଛନ୍ତି ପ୍ରଭାତ କୁମାର ଦାସ ।

ଆଜି ବିଶ୍ବ ସାଇକେଲ ଦିବସ । ପରିବେଶ ସଂରକ୍ଷଣ ପାଇଁ ପ୍ରତିବର୍ଷ ଜୁନ ୩ ତାରିଖକୁ ବିଶ୍ବ ସାଇକେଲ ଦିବସ ଭାବେ ପାଳନ କରାଯାଏ । ବାସ୍ତବରେ ସାଇକେଲ ଚଳାଇବାର ସ୍ବତନ୍ତ୍ରତାକୁ ଯଥାର୍ଥତା ଦେଇଛନ୍ତି ପ୍ରଭାତ । ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କ ଅଫସରେ ଅନେକ କର୍ମଚାରୀ ସାଇକେଲ ଚଳାଇ ଅଫିସ ଆସିବା ଆରମ୍ଭ କଲେଣି ।

କୋରାପୁଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.