ETV Bharat / state

ସୀମାରେ କୁମ୍ବିଂ ଅପରେସନ, 5 ମାଓବାଦୀ ମୃତ

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 8, 2019, 3:41 PM IST

Updated : May 8, 2019, 7:24 PM IST

2019-05-08 15:31:21

ବୁଧବାର ଓଡିଶା-ଆନ୍ଧ୍ର ସୀମାବର୍ତ୍ତୀ କୋରାପୁଟର ନନ୍ଦପୁର ବ୍ଲକ ଅନ୍ତର୍ଗତ ହାତିବାରି ପଞ୍ଚାୟତ ଅଧିନସ୍ଥ ଜଙ୍ଗଲରେ ଡିଭିଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ ଚାଲିଥିବା କୁମ୍ବିଂ ଅପରେସନରେ 5 ମାଓବାଦୀର ମୃତ୍ୟୁ ହୋଇଛି ।

କୋରପୁଟ: ଓଡିଶା-ଆନ୍ଧ୍ର ସୀମାବର୍ତ୍ତୀ କୋରାପୁଟରେ 5 ମାଓବାଦୀଙ୍କ ଏନକାଉଣ୍ଟର । ନନ୍ଦପୁର ବ୍ଲକ ଅନ୍ତର୍ଗତ ହାତିବାରି ପଞ୍ଚାୟତ ଅଧିନସ୍ଥ ଜଙ୍ଗଲରେ ଡିଭିଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ସମୟରେ 5 ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ମାଓବାଦୀ ଥିବା ନେଇ ଏସପି କନୱାର ବିଶାଲ ସିଂ ସୂଚନା ଦେଇଛନ୍ତି ।   ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଚାଲିଥିବା ଜଣାପଡିଛି।

 କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ 

ସ୍ଲଗ- ଆଶ୍ରୟସ୍ଥଳୀରେ ଖାଇବାକୁ ନପାଇ ବ୍ଲକ ଅଫିସ ଘେରିଲେ ଲୋକେ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 5/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ଫନି ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକମାନେ ଖାଇବାକୁ ପାଇ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକମାନେ ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ବାଲିଆପାଳ ବ୍ଲକ  ରତାଇ ପଞ୍ଚାୟତ ର ଭାନୁପୁର ଗ୍ରାମ । ଗ୍ରାମ ରେ ବାତ୍ୟା ଆଶ୍ରୟସ୍ଥଳୀ ନାହିଁ। ଗତ ୩/୫/୧୯ ରେ ବାତ୍ୟା ସମ୍ପର୍କୀତ ଖବର ଜାଣିବା ପରେ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ । ଗ୍ରାମରେ ଏକମାତ୍ର ସ୍କୁଲ ଘରେ ଆଶ୍ରୟ ମଧ୍ୟ ନେଲେ । ହେଲେ ସେମାନଙ୍କ ର ଖବର ବୁଝିବାକୁ ସ୍ଥାନୀୟ ସରପଞ୍ଚ କିମ୍ବା ବିଭାଗୀୟ ଅଧିକାରୀ କେହି ପହଞ୍ଚିଲେ ନାହିଁ । ସେମାନଙ୍କ ର ଦୁଃଖ ସହ୍ଯକରିନପାରି ଗ୍ରାମର ଏକ ଯୁବ ଗୋଷ୍ଠୀ ନିଜ ନିଜ ର ମୋବାଇଲ୍ କୁ ବନ୍ଧକ ରଖି ଉକ୍ତ ଲୋକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିଥିଲେ ମଧ୍ୟ ସରପଞ୍ଚ ନିଜ ହାତରେ କୋୖଣସି ଅର୍ଥ କିମ୍ବା  ଜିନିଷ ପତ୍ର ନଥିବା କହିଥିବା ଅଭିଯୋଗ ହୋଇଛି । ସରପଞ୍ଚ ଙ୍କ ଠାରୁ ଭାଷଣ ଶୁଣିଲା ପରେ ଗ୍ରାମବାସୀ ମାନେ ଦୈ।ଡି ଯାଇଥିଲେ ଜିଲ୍ଲାପରିଷଦ ସଦସ୍ୟଙ୍କ ଘରକୁ ,ହେଲେ ଘରେ ରହି ମଧ୍ୟ ଲୋକଙ୍କୁ ଦେଖା କରି ନଥିବା ଅଭିଯୋଗ ହୋଇଛି। ଗ୍ରାମର ଯୁବ ଗୋଷ୍ଠୀ ମଧ୍ୟ ରାତିରେ ସବୁ ନେତା ଏବଂ ହେଲ୍ପଲାଇନ କୁ ଯୋଗାଯୋଗ କରି ବିଫଳ ହେବା ପରେ , ନିଜ ନିଜର ମୋବାଇଲ ଫୋନ କୁ ବନ୍ଧକ ରଖି ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।ଏବଂ ବାତ୍ୟା ର ତାଣ୍ଡବ ଚାଲିଥିବା ବେଳେ ଯୁବଗୋଷ୍ଠୀ ଗ୍ରାମବାସୀ ଙ୍କୁ ସୁରକ୍ଷିତ ରଖିବା ରେ ସଫଳ ହୋଇଥିଲେ ।                                                ବାତ୍ୟା ପରଦିନ ସମସ୍ତ ଯୁବଗୋଷ୍ଠୀ ଙ୍କ ସହ ଗ୍ରାମବାସୀ ବାଲିଆପାଳ ବ୍ଲକ ସମ୍ମୁଖରେ ନିଜର ହକ ପାଇଁ ,ତଥା ପ୍ରଶାସନ ଏବଂ ରାଜନେତା ମାନଙ୍କର ହୀନମନ୍ୟତା ପାଇଁ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଥିଲେ । ଏଭଳି ଦୃଶ୍ୟ      ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।ସକାଳ ଠାରୁ ଶତାଧିକ ଲୋକ ବ୍ଲକ ସମ୍ମୁଖରେ ବସିଥିବା ବେଳେ ,କେହି ତାଙ୍କର କଥାକୁ ବୁଝି ନଥିଲେ । ତେବେ ଦିନ ୪ଟା ସମୟରେ ଜିଲ୍ଲାପରିଷଦ ରବିନ୍ଦ୍ରନାଥ ଅଣ୍ଡିଆ , ଚେୟାରମେନ ବିଜନ ନାୟକ , ବ୍ଲକ ଏବିଡିଓ ମିଳିତ ହୋଇ ସେମାନଙ୍କୁ ତାଙ୍କର ପ୍ରାପ୍ୟ ସ୍ଵରୁପ ୩୦୦ ଲୋକଙ୍କ ର ଖର୍ଚ୍ଚ ଦିଆଯିବାର ନିଷ୍ପତ୍ତି ପରେ ଧାରଣା ହଟିଥିଲା ।
Last Updated : May 8, 2019, 7:24 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.