କୋରାପୁଟ: ଦକ୍ଷିଣ ଓଡିଶାରେ ପୁଣି ଗଞ୍ଜେଇ ଚାଲାଣ ସକ୍ରିୟ ହୋଇଯାଇଛି । ବୈପାରିଗୁଡା ଅଞ୍ଚଳରୁ ଆସୁଥିବା ଏକ ଗଞ୍ଜେଇ ବୋଝେଇ ଧଳା ବୋଲେରୋକୁ ଜୟପୁର ପୋଲିସ ଅଟକାଇଥିଲା ।
ସେଥିମଧ୍ୟରୁ 67 ଟି ପ୍ୟାକେଟରେ ଭର୍ତ୍ତି କରାଯାଇଥିବା 337 କିଲୋ ଗଞ୍ଜେଇକୁ ଜବତ କରିବା ସହିତ ଚାରିଜଣଙ୍କୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଗିରଫ କରିଛି ।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବାସିନ୍ଦା ହୋଇଥିବା ବେଳେ ଆଉ ଦୁଇଜଣ ବୈପାରିଗୁଡାର ବାସିନ୍ଦା ବୋଲି ପୋଲିସ ଥାନା ଅଧିକାରୀ ଆଜି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ 25 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ