ଚାକିରି ପାଇଲେ 3000 ଯୁବକ ଯୁବତୀ - 3000 youngstars get job in koraput
ଗତକିଛି ବର୍ଷ ମଧ୍ୟରେ ରୋଜଗାର ପାଇଛନ୍ତି 3000 ଯୁବକ ଯୁବତୀ । ଅରମାସ୍ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ମାଧ୍ୟମରେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ କର୍ମନିଯୁକ୍ତି ପାଇଛନ୍ତି ଜିଲ୍ଲାର ବେକାର ଯୁବକ ଯୁବତୀ ।
କୋରାପୁଟ: ଜିଲ୍ଲାରେ କିଛି ମାତ୍ରାରେ କମିଛି ବେକାରୀ ସମସ୍ୟା । ଗତକିଛି ବର୍ଷ ମଧ୍ୟରେ ରୋଜଗାର ପାଇଛନ୍ତି 3000 ଯୁବକ ଯୁବତୀ । ଅରମାସ୍ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ମାଧ୍ୟମରେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ କର୍ମନିଯୁକ୍ତି ପାଇଛନ୍ତି ଜିଲ୍ଲାର ବେକାର ଯୁବକ ଯୁବତୀ । ଏହି ସୂଚନା ଦେଇଛନ୍ତି ଅରମାସର ଜିଲ୍ଲା ପ୍ରକଳ୍ପ ଅଧିକାରୀ ରୋଶନ କାର୍ତିକ ।
ତେବେ ଏହି ପ୍ରକ୍ରିୟାରେ ସଫଳତା ହାସଲ କରିଥିବା ବିଭିନ୍ନ ଯୁବକ ଯୁବତୀ ତଥା ସେମାନଙ୍କ ଅଭିଭାବକଙ୍କୁ ନେଇ ଏକ ଶିବିର କୋରାପୁଟରେ ଆୟୋଜିତ ହୋଇଯାଇଛି । ନୂତନ ଭାବେ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଏହା ଉତ୍ସାହପ୍ରଦ ମୁହୂର୍ତ ହୋଇଛି । ଅନ୍ୟପଟେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ତଥା ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ବର୍ତମାନ ସାରା ବିଶ୍ବ ଯେ ଏକ କର୍ମକ୍ଷେତ୍ର ପାଲଟିଛି ଓ ସେଥିରେ କର୍ମନିଯୁକ୍ତି ପାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ସେ ସଂକ୍ରାନ୍ତରେ ଗାଁ ଗଣ୍ଡାରେ ସଚେତନତା ସୃଷ୍ଟି କରାଯିବ ବୋଲି ଶ୍ରୀ କାର୍ତିକ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ
ବାଇଟ : ସନ୍ତୋଷ ଏଡିଙ୍ଗି , ସଫଳ ପ୍ରାର୍ଥୀ
ବାଇଟ : ରୋଶନ କାର୍ତିକ , ପ୍ରକଳ୍ପ ଅଧିକାରୀ
.........
ଶାନ୍ତାକାର
କୋରାପୁଟ
...........