ETV Bharat / state

ବାପଛେଉଣ୍ଡଙ୍କୁ ପର କଲା ମା’: ଆପଣାଇବ ପ୍ରଶାସନ, ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ

ବାପା ମାଆଛେଉଣ୍ଡ ପିଲା ଉପାସ ରହିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Oct 31, 2019, 9:29 PM IST

କୋରାପୁଟ: ବାପା ପୂର୍ବରୁ ଦୁନିଆ ଛାଡିଥିଲେ । ତିନି ପେଟକୁ ଦାନା ଯୋଗାଉଥିଲେ ମାଆ । ହେଲେ ମା’ ମରିଯିବା ପରେ ଆଉ କେହି ସାହା ହୋଇ ନଥିଲେ । ଏପରିକି ତିନୋଟି ଛୁଆ ଖାଇବାକୁ ନପାଇ ଛଟପଟ ହେଉଥିଲେ । ଦୁଇ ଦିନ ପର୍ଯ୍ୟନ୍ତ ନା ସରକାରୀ ଯୋଜନା ନା କେହି ଲୋକ ତାଙ୍କୁ ସାହା ହୋଇ ନଥିଲେ । ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଦଶମନ୍ତପୁର ବ୍ଲକର ବଦଲିକୁଡୁମା ଗାଁରେ । ଶେଷରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ 10ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ 2 ହଜାର ଟଙ୍କା ଯୋଗାଇ ଦିଆଯାଇଛି । ଏହା ସହିତ ଦଶାହ ପର୍ଯ୍ୟନ୍ତ ତିନି ପିଲାଙ୍କୁ ରନ୍ଧା ଖାଦ୍ୟ ଯୋଗାଇବାକୁ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ଅନୁସାରେ, ଗତକାଲି ବଦଲିକୁଡୁମା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ସମ୍ପର୍କୀୟମାନେ ଦାହ କରିବାପରେ ନିଜ ନିଜ ବାଟରେ ଚାଲିଯାଇଥିଲେ । ମହିଳାଙ୍କ ଘରେ ଥିବା ଦଶ ବର୍ଷର ଝିଅ ସହ ପାଞ୍ଚ ବର୍ଷ ଓ ଦୁଇ ବର୍ଷର ପୁଅ କଥା କେହି ଭାବି ନଥିଲେ । ତେଣୁ ସେମାନେ ଗତକାଲିଠାରୁ ଉପାସରେ ଥିବା ଦେଖାଯାଇଥିଲା । ତେବେ ବିଳମ୍ବରେ ପ୍ରଶାସନର ଦୃଷ୍ଟି ତିନି ପିଲାଙ୍କ ଉପରେ ପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ମାଆ ମରିଗଲା ପରେ ଗତକାଲିଠାରୁ ଖାଇବାକୁ ପାଇନାହାନ୍ତି ବାପଛେଉଣ୍ଡ ତିନୋଟି ଆଦିବାସୀ ପିଲା ।Body:ଆମେ କହୁଚୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ର ବଦଲିକୁଡୁମା ଗାଁର ଜଣେ ଦଶ ବର୍ଷର ଝିଅ ସହ ନିର୍ଜନ ଘରେ ରହିଥିବା ପାଂଚ ବର୍ଷ ଓ ଦୁଇ ବର୍ଷ ର ଭାଇର କଥା । ସେମାନଙ୍କ ବାପା ଗତ ଦୁଇବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ବେଳେ ଜଙ୍ଗଲରୁ କାଠକାଟି ସେମାନଙ୍କୁ ପାଳନ କରୁଥିବା ମାଆ ଗତକାଲି ଜଙ୍ଗଲକୁ ଯାଇଥିବା ବେଳେ ହଠାତ ଅସୁସ୍ଥ ହୋଇ ଡାକ୍ତରଖାନାକୁ ଯିବା ବାଟରେ ତିନୋଛୁଆଙ୍କୁ ଏକାକୀ କରିଦେଇ ସେ ମଧ୍ୟ ମୃତ୍ୟୁବରଣ କରିଥିଲେ । ସମ୍ପର୍କୀୟ ବନ୍ଧୁବାନ୍ଧବ ଆସି ଦହନ କାର୍ଯ୍ୟ ସିନା ସମ୍ପନ୍ନ କଲେ , ଏହି ତିନି ଛୁଆ ଙ୍କ ମୁଣ୍ଡ ଉପରେ ନା ସମ୍ପର୍କୀୟ ନା ସରକାର କାହାରି ଅଭୟ ହସ୍ତ ମିଳିଲା ନାହିଁ । ଘଟଣାର ଚବିଶି ଘଣ୍ଟା ପରେ ମଧ୍ୟ ଦଶମନ୍ତପୁର ବ୍ଲକ ସଦର ମହକୁମାଠାରୁ ମାତ୍ର କିଛି ଦୂରରେ ଥିବା ଏହି ଗାଁ କୁ ସରକାରଙ୍କ ମାଳ ମାଳ ଯୋଜନା ମଧ୍ୟରୁ ଗୋଟିଏ ବି ଆଜି ପର୍ଯ୍ୟନ୍ତ ପହଂଚି ପାରିଲା ନାହିଁ । ଯାହା ଫଳରେ ଆଜି ନିଃସହାୟ ହୋଇପଡିଥିବା ଏହି ତିନି ଛୁଆଙ୍କୁ ମୁଠାଏ ଭାତ ମଧ୍ୟ ମିଳି ପାରିଲା ନାହିଁ । ଅଙ୍ଗନବାଡି ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ସତେ ଯେମିତି ଏହି ଶିଶୁଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡି ଦେଇ ନିସ୍ତବ୍ଧ ହୋଇପଡିଛନ୍ତି ।Conclusion:କାହାରି ଦରଦି ପାଦ ଏ ପର୍ଯ୍ୟନ୍ତ ବାପ ମା ଛେଉଣ୍ଡ ପିଲାଙ୍କ ଘରେ ନପଡିଥିବା ବେଳେ ଭୋକିଲା ପେଟକୁ ନେଇ ଛଟପଟ ହେଉଥିବା ଏହି ତିନୋଟି ନିଷ୍ପାପ ଶିଶୁଙ୍କ ପାଖରେ ପ୍ରଶାସନିକ ଓ ସାମାଜିକ ସହାୟତା ପହଞ୍ଚିବ ତାହା ଦେଖିବାକୁ ବାକି ରହିଲା ।
........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.