ETV Bharat / state

କୋରାପୁଟରେ ଆଉ 28 କୋରୋନା ପଜିଟିଭ ରିପୋର୍ଟ, ସୁସ୍ଥ ହେଲେ 41 - କୋରାପୁଟ କୋରୋନା

ଜିଲ୍ଲାରେ ମଙ୍ଗଳବାର ପୁଣି 28ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଆଜି ଠୁ ସପ୍ତାହକ ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

କୋରାପୁଟରେ ଆଉ 28 କୋରୋନା ପଜିଟିଭ ରିପୋର୍ଟ, ସୁସ୍ଥ ହେଲେ 41

author img

By

Published : Jul 21, 2020, 1:20 PM IST

କୋରାପୁଟ: ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଯାହାକୁ ନେଇ ଜିଲ୍ଲାରେ କୋଭିଡ ନିୟମ କଟକଣାକୁ କଡାକଡି କରାଯାଇଛି । ତେବେ ଗତ କିଛିଦିନ ଧରି କୋରୋନା ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଆଜି(ମଙ୍ଗଳବାର) 41 ଜଣ ସୁସ୍ଥ ହୋଇ ଘରକୁ ଫେରିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।

କୋରାପୁଟରେ ଆଉ 28 କୋରୋନା ପଜିଟିଭ ରିପୋର୍ଟ, ସୁସ୍ଥ ହେଲେ 41

ଏହା ବ୍ୟତୀତ ମଙ୍ଗଳବାର ଜିଲ୍ଲାରେ ଆଉ 28 ଜଣ ନୂଆ କୋରୋନା ସଂକ୍ରମିତ ହୋଇଥିବା ବେଳେ, ଆଜିଠାରୁ ସପ୍ତାହକ ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି।

ଏହି ପରିପ୍ରେକ୍ଷୀରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୁଇ ଦିନ ପାଇଁ ବନ୍ଦ କରିଦିଆଯାଇଛି । ତେବେ ଗତ 3 ଦିନ ଧରି ବନ୍ଦ ପଡିଥିବା କୋରାପୁଟ ଟାଉନ ଥାନା ଆଜି ସର୍ବସାଧାରଣଙ୍କ ସେବାରେ ଖୋଲିଦିଆଯାଇଥିବା କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଟ୍ୱିଟ କରି ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.