ETV Bharat / state

କୋରାପୁଟର 20 ଆବାସିକ ଛାତ୍ରାବାସକୁ ମିଳିଲା ISO ସାର୍ଟିଫିକେଟ

author img

By

Published : Jun 11, 2022, 11:01 AM IST

କୋରାପୁଟ ଜିଲ୍ଲାର ୨୦ଟି ଆବାସିକ ବିଦ୍ୟାଳୟକୁ ମିଳିଲା ଆଇଏସଓ(ISO) ସାର୍ଟିଫିକେଟ । ଏନେଇ ଗତକାଲି ସୂଚନା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ ତାଣ୍ଡି । ଅଧିକ ପଢନ୍ତୁ

କୋରାୁପୁଟର 20ଟି ଆବାସିକ ଛାତ୍ରାବାସକୁ ମିଲିଲା ISO ସାର୍ଟିଫିକେଟ

କୋରାପୁଟ: ଜିଲ୍ଲାର ୨୦ଟି ଆବାସିକ ବିଦ୍ୟାଳୟକୁ ମିଳିଲା ଆଇଏସଓ(ISO) ସାର୍ଟିଫିକେଟ । ଏନେଇ ଗତକାଲି(ଶୁକ୍ରବାର) ସୂଚନା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ ତାଣ୍ଡି । ପ୍ରାୟ ଏକ ବର୍ଷ ଧରି ଛାତ୍ରାବାସରେ ଆନୁଷଙ୍ଗିକ ବ୍ୟବସ୍ଥାର ଉପଲବ୍ଧିକୁ ଦେଖି ଏହି ସାର୍ଟିଫିକେଟ ମିଳିଥିବା ସୂଚନା ।

ସୂଚନାଅନୁସାରେ, କୋରାପୁଟ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଚାଲିଥିବା 599 ଟି ଆବାସିକ ବିଦ୍ୟାଳୟ ମଧ୍ୟରୁ ସେଗୁଡ଼ିକର ଗୁଣବତ୍ତାକୁ ଆଧାର କରି କୋରାପୁଟ ବ୍ଲକ ଅନ୍ତର୍ଗତ ମଣ୍ଡାଗୁଡ଼ା ଆବାସିକ ବିଦ୍ୟାଳୟ ସମେତ ସମୁଦାୟ ୨୦ଟି ଆବାସିକ ଛାତ୍ରାବାସକୁ ସମ୍ମାନଜନକ ଆଇଏସଓ ସାର୍ଟିଫିକେଟ ମିଳିଛି ।

କୋରାୁପୁଟର 20ଟି ଆବାସିକ ଛାତ୍ରାବାସକୁ ମିଲିଲା ଆଇଏସଓ ସାର୍ଟିଫିକେଟ

ଛାତ୍ରାବାସ ଗୁଡିକରେ ପିଲାଙ୍କ ରହିବା, ଖାଇବା ଓ ପଢିବା ପାଇଁ ଉତ୍ତମ ପଠନ, ଶୟନ, କ୍ରୀଡା, ବିଜୁଳି, ଜଳ ପ୍ରଭୃତି ବ୍ୟବସ୍ଥାରେ ଅଭୂତ ପୂର୍ବ ଉନ୍ନତି ଘଟିଥିବା ଛାତ୍ରୀ, ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟିରେ ସଭାପତି ମତ ବ୍ୟକ୍ତ କରିଛନ୍ତି । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଇ- ଲାଇବ୍ରେରୀ, କମ୍ପ୍ୟୁଟର ଯୁକ୍ତ ଶ୍ରେଣୀଗୃହ ପ୍ରଭୃତି ଖୋଲି ଶୈଖିକ ପରିବେଶରେ ଉନ୍ନତି ଆସିବା ଦ୍ବାରା ପିଲାଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଆକର୍ଷଣରେ ବୃଦ୍ଧି ଘଟିବ ବୋଲି ଆଶା ପ୍ରକାଶ ପାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.