ETV Bharat / state

ସାମାନ୍ୟ ବଚସାରୁ 2 ଯୁବକଙ୍କୁ ନିର୍ମମ ହତ୍ୟା - 2 youths murder in koraput

ଦାମନଯୋଡି ନିକଟସ୍ଥ ସିନ୍ଧିପାର ଗାଁରେ ହତ୍ୟାକାଣ୍ଡ । ଚଇତି ପରବ ବେଣ୍ଟ ପରେ ଲୋକେ ଉତ୍ସବ ପାଳୁଥିବା ବେଳେ 2 ଯୁବକଙ୍କୁ ନିର୍ମମ ହତ୍ୟା । ଅଧିକ ପଢନ୍ତୁ

ଚଇତି ପର୍ବ ବେଣ୍ଟ ଉତ୍ସବ ପରେ ଗଡିଲା ମୁଣ୍ଡ , ୨ ମୃତ ଜଣେ ଆହତ

author img

By

Published : Apr 22, 2022, 10:20 AM IST

କୋରାପୁଟ: ଚଇତି ପରବ୍‌ ବେଣ୍ଟ ଉତ୍ସବରେ ଗଡିଲା ମୁଣ୍ଡ । ସାମାନ୍ୟ ବଚସାକୁ କେନ୍ଦ୍ର କରି ୨ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଜଣେ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଦାମନଯୋଡି ନିକଟସ୍ଥ ସିନ୍ଧିପାର ଗାଁରେ । ମୃତକ ଦ୍ବୟ ହେଲେ ପୂର୍ଣ୍ଣ ନାୟକ ଏବଂ ସୁରେନ୍ଦ୍ର ଦାମି ଏବଂ ଗୁରୁତର ହୋଇଥିବା ସୋମନାଥ ଦାମିଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି ।

ଚଇତି ପର୍ବ ବେଣ୍ଟ ଉତ୍ସବ ପରେ ଗଡିଲା ମୁଣ୍ଡ , ୨ ମୃତ ଜଣେ ଆହତ

ସୂଚନାନୁଯାୟୀ, କୋରାପୁଟରେ ଚଇତି ପରବ ବେଣ୍ଟ ପରେ ଦାମନଯୋଡି ନିକଟସ୍ଥ ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିଲେ । ଏହି ସମୟରେ କୌଣସି କାରଣରୁ କିଛି ଯୁବକଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ କିଛି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ପୂର୍ଣ୍ଣ ନାୟକ ଏବଂ ସୁରେନ୍ଦ୍ର ଦାମିଙ୍କ ମୃତ୍ୟୁ ହେବା ସହ ସୋମନାଥ ଗୁରୁତର ଆହତ ହୋଇଥିଲେ । ଏନେଇ ଖବର ପାଇ ଦାମନଯୋଡି ଥାନା ଅଧିକାରୀ ଗୌରହରି ସାହୁଙ୍କ ସମେତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥି ସହ କିଛି ଲୋକଙ୍କୁ ଅଟକ ରଖାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ସୂଚନା ରହିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.