ETV Bharat / state

Tragic Incident: କୋରାପୁଟରେ ଅଘଟଣ, ଇନ୍ଦ୍ରାବତୀରେ ବୁଡିଗଲେ ୨ ଛାତ୍ର

author img

By

Published : Mar 19, 2022, 7:59 PM IST

କୋରାପୁଟରେ ହୋଲିରେ ଘଟିଲା ଅଘଟଣ । ଗାଧୋଇବାକୁ ଯାଇଥିବା ସମୟରେ ନଦୀରେ ବୁଡିଗଲେ ୨ ଛାତ୍ର । ଅଧିକ ପଢନ୍ତୁ

କୋରାପୁଟରେ ଅଘଟଣ, ଇନ୍ଦ୍ରାବତୀରେ ବୁଡିଗଲେ ୨ ଛାତ୍ର

କୋରାପୁଟ: ହୋଲିରେ ସୃଷ୍ଟି ହେଲା ଶୋକାକୁଳ ପରିବେଶ । ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡି ୨ ଜଣ ଛାତ୍ର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, କୋଟପାଡ଼ ସହରର ୪ ଜଣ ହୋଲି ଖେଳି ନିକଟସ୍ତ ଇନ୍ଦ୍ରାବତୀ ନଦୀ ବଣିଆକୁ ଗାଧେଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ୨ ଜଣ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ କୋଟପାଡ଼ ଅଗ୍ନିଶମ ବାହିନୀ ପହଞ୍ଚି ୨ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ତ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତକ ଦ୍ବୟ ହେଲେ କରଣ ସହି ନିବାସୀ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ପୁଅ ଜଗନ୍ନାଥ ମହାପାତ୍ର(17) ବର୍ଷ ଏବଂ ବେଲମା ସହି ନିବାସୀ ସ୍ବର୍ଗତ ନିର୍ମଳ ନାୟକଙ୍କ ପୁତ୍ର ଅଙ୍କୁଶ ନାୟକ(19) । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

କୋରାପୁଟର ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.