ETV Bharat / state

ବଜ୍ରପାତରେ 2 ଯାଆ ମୃତ, 3 ମାସର ଶିଶୁ ଗୁରୁତର

ରବିବାର ସନ୍ଧ୍ୟା ପ୍ରାୟ 5ଟା ସମୟରେ ଦୁଇ ଯାଆ ମାରି ରାଧା ଏବଂ ମାରି ସୁନୀତା ବିଲରେ କାମ କରୁଥିବାବେଳେ ବଜ୍ରପାତରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଫାଇଲ ଫଟୋ
author img

By

Published : Jun 2, 2019, 10:03 PM IST

କୋରାପୁଟ: ବଜ୍ରପାତରେ ଦୁଇ ମହିଳା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଲଙ୍ଗଳବେଡା ପଞ୍ଚାୟତ ର ଚିନାକିମିଡ଼ି ଭଦ୍ରା ଗ୍ରାମରେ । ତେବେ ମୃତ ମହିଳାମାନେ ହେଲେ ମାରି ରବିଙ୍କ ସ୍ତ୍ରୀ ମାରି ରାଧା(25) ଓ ମାରି ଲକ୍ଷ୍ମୀଙ୍କ ସ୍ତ୍ରୀ ମାରି ସୁନୀତା(23) ।

ସୂଚନା ମୁତାବକ, ରବିବାର ସନ୍ଧ୍ୟା ପ୍ରାୟ 5ଟା ସମୟରେ ଦୁଇ ଯାଆ ମାରି ରାଧା ଏବଂ ମାରି ସୁନୀତା ବିଲରେ କାମ କରୁଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିବାବେଳେ ମୃତ ରାଧାଙ୍କ ତିନି ମାସର ଶିଶୁ ପୁତ୍ର ଗୁରୁତର ହୋଇଥିବା ନେଇ ଲଙ୍ଗଳବେଡା ସରପଞ୍ଚ ପ୍ରକାଶ କରିଛନ୍ତି ।

ଏପଟେ ଗୁରୁତର ଶିଶୁକୁ ଆନ୍ଧ୍ରର ଡକିସିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ଚିନାକିମିଡ଼ି ଭଦ୍ରା ଗ୍ରାମଟି ଆନ୍ଧ୍ର ସୀମାନ୍ତରେ ଥିବାରୁ ସୋମବାର ସେମାନଙ୍କ ମର ଶରୀରକୁ ନାରାୟଣପାଟଣା ଅଣାଯାଇ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

କୋରାପୁଟରୁ ସି .ଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.