ETV Bharat / state

ନିର୍ମାଣାଧିନ କୂଅରେ ପଡି ଶିଶୁ-ବୃଦ୍ଧ ମୃତ - କୋରାପୁଟରେ କୂଅରେ ପଡି 2 ମୃତ

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗଲିଗବଦର ଗ୍ରାମଠାରେ ନୂତନ ଭାବେ ଖନନ ହେଉଥିବା କୂଅରେ ପଡି ଏକ ନାବାଳକ ସହ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

କୂଅରେ ପଡି ଶିଶୁ ମୃତ
ନିର୍ମାଣଧୀନ କୂଅରେ ପଡି ଶିଶୁ ଓ ବୃଦ୍ଧ ମୃତ
author img

By

Published : Dec 2, 2019, 11:50 PM IST

କୋରାପୁଟ: ନୂତନ ଭାବେ ଖନନ ହେଉଥିବା କୂଅରେ ପଡି ଏକ ନାବାଳକ ସହ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗଲିଗବଦର ଗ୍ରାମଠାରେ ।

ନିର୍ମାଣଧୀନ କୂଅରେ ପଡି ଶିଶୁ ଓ ବୃଦ୍ଧ ମୃତ

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ରବିବାର ଅପରାହ୍ନ ୫ଟା ସମୟରେ ଏହି ଗ୍ରାମର 10 ବର୍ଷର ଶିଶୁ ପ୍ରିନ୍ସ ପାଙ୍ଗୀ ସାଙ୍ଗ ସାଥୀଙ୍କ ସହ ଗାଁ ନିକଟରେ ନୂତନ ଭାବେ ଖୋଳାଯାଉଥିବା କୁଅ ପାଖରେ ଖେଳୁଥିଲେ । ସେହି ସମୟରେ ପ୍ରିନ୍ସର ଗୋଡ଼ ଖସିଯିବାରୁ ସେ କୂଅ ଭିତରକୁ ଖସି ଯାଇଥିଲା ।

ପରେ ସେହି ବାଟରେ ଗାଈ ଚରାଇ ଫେରୁଥିବା 60 ବର୍ଷ ବୟସର କହଁର ପାଙ୍ଗୀ ଏହା ଦେଖି ତୁରନ୍ତ ପ୍ରିନ୍ସକୁ ବଞ୍ଚେଇବା ପାଇଁ ସେଠାକୁ ଧାଇଁ ଯାଇଥିଲେ । କିନ୍ତୁ ହଠାତ ସେଠାରେ ମାଟି ଅତଡା ଖସିଯିବା ଫଳରେ ସେ ମଧ୍ୟ ନିର୍ମାଣାଧିନ କୂଅ ମଧ୍ୟରେ ପଡିଯାଇଥିଲେ । ଦୁହିଁଙ୍କ ଉପରେ ମାଟି ଘୋଡାଇ ହୋଇଯାଇଥିବା ଯୋଗୁଁ ସେମାନେ ଆଉ ଉପରକୁ ଉଠି ପାରି ନଥିଲେ ।

ଏନେଇ ସୋମବାର ନାବାଳକର ଦାଦା ରଞ୍ଜନ କୁମାର ପାଙ୍ଗୀ ପଟାଙ୍ଗୀ ଥାନାରେ ଲିଖିତ ଭାବେ ଜଣାଇଥିଲେ । ଏହାପରେ ଏଏସଆଇ ଅନିମେଶ ଚନ୍ଦ୍ର ମାଳି, କନେଷ୍ଟବଲ ଗୋବର୍ଦ୍ଧନ ମୁଦୁଲି ଏବଂ କରୁଣାକର ନାୟକ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ଶରୀର ଗୁଡିକୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳକୁ ନୁଆଁ ଗଁ। ଗ୍ରାମପଞ୍ଚାୟତର ସରପଞ୍ଚ ଲାକୀ ଗେମେଲ ପହଁଚି ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଲେଖାଏଁ ଏବଂ ତହସିଲ କାର୍ଯ୍ୟାଳୟ ଦ୍ବାରା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଉଭୟଙ୍କ ପରିବାରକୁ ପ୍ରଦାନ କରାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ନୂଆଗାଁ ପଂଚାୟତ ଅନ୍ତର୍ଗତ ଗଲିଗବଦର ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଘଟିଛି।ନୂତନ ଭାବେ ଖନନ ହେଉଥିବା କୂପରେ ପଡି ଏକ ନାବାଳକ ସହ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।Body:ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ରବିବାର ଅପରାହ୍ନ ୫ଟା ସମୟରେ ଏହି ଗ୍ରାମର 10 ବର୍ଷର ଶିଶୁ ପ୍ରିନ୍ସ ପାଙ୍ଗି ସାଙ୍ଗ ସାଥିଙ୍କ ସହ ଗାଁ ନିକଟରେ ନୂତନ ଭାବେ ଖୋଲାଯାଉଥିବା କୁଅଁ ପାଖରେ ଖେଳୁଥିବା ସମୟରେ ପ୍ରିନ୍ସର ଗୋଡ଼ଖସିଯିବା ଫଳରେ କୁଅଁ ଭିତରକୁ ଖସି ଯାଇଥିବା ବେଳେ ସେହି ବାଟରେ ଗାଇଚରାଇ ଫେରୁଥିବା 60 ବର୍ଷ ବୟସ ର କହଁର ପାଙ୍ଗି ଏହା ଦେଖି ତୁରନ୍ତ ପ୍ରିନ୍ସ କୁ ବଞ୍ଚେଇବା ପାଇଁ ସେଠାକୁ ଧାଇଁ ଯାଇଥିଲେ । କିନ୍ତୁ ହଠାତ ସେଠାରେ ମାଟି ଅତଡା ଖସିଯିବା ଫଳରେ ସେ ମଧ୍ୟ ନିର୍ମାଣାଧୀନ କୂଅ ମଧ୍ୟରେ ପଡିଯାଇଥିଲେ ।ଦୁହିଁଙ୍କ ଉପରେ ମାଟି ଘୋଡାଇ ହୋଇଯାଇଥିବା ଯୋଗୁଁ ସେମାନେ ଆଉ ଉପରକୁ ଉଠି ପାରିନଥିଲେ । ଏନେଇ ଆଜି ନାବାଳକର ଦାଦା ରଞ୍ଜନ କୁମାର ପାଙ୍ଗି ପଟାଙ୍ଗି ଥାନାରେ ଲିଖିତ ଭାବେ ଜଣାଇବା ପରେ ଏଏସଆଇ ଅନିମେଶ ଚନ୍ଦ୍ର ମାଳି, କନେଷ୍ଟବଳ ଗୋବର୍ଦ୍ଧନ ମୁଦୁଲି,ଏବଂ କରୁଣାକର ନାୟକ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତ ଶରୀର ଗୁଡିକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳକୁ ନୁଆଁ ଗଁ। ଗ୍ରାମପଞ୍ଚାୟତର ସରପଞ୍ଚ ଲାକୀ ଗେମେଲ ପହଁଚି ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଲେଖାଏ ଏବଂ ତହସିଲ କାର୍ଯ୍ୟାଳୟ ଦ୍ୱାରା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଁଏ ଉଭୟଙ୍କ ପରିବାରକୁ ପ୍ରଦାନ କରାଯାଇଛି ।Conclusion:ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.