କୋରାପୁଟ: ଜିଲ୍ଲାର ମାଳି ଡୋଳିଆମ୍ବ ଛକଠାରେ ଗୋଟିଏ ପେଟ୍ରୋଲ ଟାଙ୍କର ଓ ଇନୋଭା ଗାଡି଼ ମଧ୍ୟରୁ 1577 କିଲୋ ଗଞ୍ଜେଇ ଜବତ ହୋଇଛି । ତେବେ ଏହି ବେଆଇନ ଗଞ୍ଜେଇ ଚାଲାଣ ବିହାରକୁ ହେଉଥିଲା ବୋଲି ସେମିଳିଗୁଡ଼ା ପୋଲିସ ସୂଚନା ଦେଇଛି ।
ରାୟପୁରରୁ ବିଶାଖାପାଟଣା ଯାଉଥିବା ଜାତୀୟ ରାଜପଥର ମାଳି ଡୋଳିଆମ୍ବ ଛକଠାରେ ଏହି ଗାଡ଼ି 2ଟିକୁ ଅଟକ ରଖିଥିଲା । ଏହି ଚୋରା ଗଞ୍ଜେଇକୁ ବସ୍ତା ଓ ପେଟି ମାଧ୍ୟମରେ ଚାଲାଣ କରାଯାଉଥିଲା । ଘଟଣାସ୍ଥଳରୁ 3 ଜଣ ଅଭିଯୁକ୍ତ ଖସି ପଳାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି 2ଟିକୁ ଅଟକ ରଖିଛି । ସେମାନେ ଏହି ନିଶାଦ୍ରବ୍ୟକୁ ଲମତାପୁଟ ବ୍ଲକର ସଗର ଛକ ଅଞ୍ଚଳରୁ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗୁଣ୍ଠାଗୁଡା ଦେଇ ବିହାର ଚାଲାଣ କରୁଥିଲେ ବୋଲି ସେମିଳିଗୁଡ଼ା ଥାନା ଅଧିକାରୀ ଧୀରେନ କୁମାର ବେହେରା ସୂଚନା ଦେଇଛନ୍ତି ।
କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ