ETV Bharat / state

ପଣସ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ - 1କୋଟି ଟଙ୍କାର ଗଞ୍ଜେଇ ଜବତ

ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ । ପ୍ରାୟ 1 କୋଟି ଟଙ୍କାର ଗଞ୍ଜେଇ ଜବତ ସହ 3ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ପଣସ ବୋଝେଇ ଟ୍ରକରୁ 1କୋଟି ଟଙ୍କାର ଗଞ୍ଜେଇ ଜବତ, ୩ଗିରଫ

author img

By

Published : May 4, 2021, 12:10 PM IST

କୋରାପୁଟ: ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଲିସର ଚଢାଉ । ପ୍ରାୟ 1 କୋଟି ଟଙ୍କାର ଗଞ୍ଜେଇ ଜବତ ସହ 3ଜଣଙ୍କୁ ଗିରଫ କଲା ପୋଲିସ । ଜଲାପୁଟ ଅଞ୍ଚଳର ଜବାଗଡ଼ ଠାରୁ ଏକ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ଖବର ପାଇଥିଲା । ମାଛକୁଣ୍ଡ, ଲମତାପୁଟ ଓ ଜଲାପୁଟ ପୋଲିସ ।

ପଣସ ବୋଝେଇ ଟ୍ରକରୁ 1କୋଟି ଟଙ୍କାର ଗଞ୍ଜେଇ ଜବତ, ୩ଗିରଫ

ଏନେଇ ଏକ ୩ଜଣିଆ ଟିମ ଗଠନ କରି ଟିକାପୁଟ ଛକ ନିକଟରେ ଗାଡିଗୁଡିକୁ ଯାଞ୍ଚ କରୁଥିବା ସମୟରେ ହଠାତ୍ ଜବାଗଡ଼ ଅଞ୍ଚଳରୁ ଏକ ପଣସ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ତାକୁ ଅଟକାଇ ଯାଞ୍ଚ କରିଥିଲା । ତେବେ ଟ୍ରକରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପରେ ମାଛକୁଣ୍ଡ ପୁଲିସ ଟ୍ରକକୁ ଜବତ କରିବା ସହ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳର ୩ ଜଣକୁ ଗିରଫ କରିଛି । ଜବତ ଟ୍ରକରୁ ୧ ହଜାର ୮କେଜି ଗଞ୍ଜେଇ ଜବତ କରିଛି କରିଛି ପୋଲିସ ।

ଯାହାର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ନନ୍ଦପୁର ଏସ୍ଡିପିଓ ସଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି । ଏହି ମାମଲାରେ ମାଛକୁଣ୍ଡ ପୁଲିସ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଂଚଳର ଭି. ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ ନାରାୟଣଙ୍କୁ ମଧ୍ୟ ଗିରଫ କରିଛି । ସେମାନଙ୍କ ପାଖରୁ ୪ଟି ମୋବାଇଲ ଓ ୩୫୦୦ ଟଙ୍କା ମଧ୍ୟ ପୁଲିସ ଜବତ କରିଛି । କୋଭିଡ଼ ଜନିତ ଲକଡାଉନର ସୁଯୋଗ ନେଇ ଜବାଗଡ ଅଞ୍ଚଳରୁ ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଭର୍ତି କରି ସଗର ପାଡୁଆ ରାସ୍ତା ଦେଇ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଅଭିଯୁକ୍ତ ମାନେ ଚେଷ୍ଟା କରିଥିଲେ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.