ETV Bharat / state

ରିଲସ୍ ନେଲା ଜୀବନ: ଚଳନ୍ତା ଟ୍ରେନରୁ ଖସି ଯୁବକ ମୃତ, ୫ ଦିନ ପରେ ଠାବ ହେଲା ମୃତଦେହ - youth falls from moving train

ଚଳନ୍ତା ଟ୍ରେନରେ ରିଲସ କରିବା ସମୟରେ ଖସିପଡିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ୫ ଦିନ ପରେ ମିଳିଛି ମୃତଦେହ । ଅଧିକ ପଢନ୍ତୁ

youth-falls-to-death-while-making-reels
ରିଲସ୍ ନେଲା ଜୀବନ : ଚଳନ୍ତା ଟ୍ରେନରୁ ଖସି ଯୁବକ ମୃତ
author img

By

Published : May 17, 2023, 1:28 PM IST

ଖୋର୍ଦ୍ଧା: ଚଳନ୍ତା ଟ୍ରେନରେ ରିଲସ୍ କରିବା ହେଲା କାଳ । ରିଲ୍ସ କରିବା ସମୟରେ ଅକାଳରେ ଚାଲିଗଲା ଜୀବନ । ଭିଡିଓ କରୁଥିବା ସମୟରେ ଚଳନ୍ତା ଟ୍ରେନରୁ ଖସିପଡିବାରୁ ପ୍ରାଣ ହରାଇଛନ୍ତି ଯୁବକ । ମୃତ ଯୁବକ ହେଲେ କେନ୍ଦ୍ରାପଡା ଟାଉନ ଥାନା ଅଧିନସ୍ଥ ରଣପଡା ଅଞ୍ଚଳର ସେକ୍ ଜହିରୁଦ୍ଦିନ । ସୂଚନା ମୁତାବକ ସେକ୍ ଜହିରଉଦ୍ଦିନ ନାମକ 30ବର୍ଷୀୟ ଯୁବକ ଚଳନ୍ତା ଟ୍ରେନରେ ରିଲସ ଭିଡିଓ କରୁଥିଲେ । ଆଉ ସେହି ସମୟରେ ଅସାବଧାନତାବଶତଃ ହଠାତ୍‌ ସେ ଚଳନ୍ତା ଟ୍ରେନରୁ ଖସିପଡ଼ିଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । କୌଣସି କାର୍ଯ୍ୟ ପାଇଁ ଗତ ୧୨ ତାରିଖରେ ଭୁବନେଶ୍ବରରୁ ହାଇଦ୍ରାବାଦ ଯାତ୍ରା କରୁଥିଲେ ଜହିରଉଦ୍ଦିନ । କୋଣାର୍କ ଏକ୍ସପ୍ରେସ୍ ଯୋଗେ ଜହିରଉଦ୍ଦିନ ନିଜ ବନ୍ଧୁଙ୍କ ସହ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ଖୁସିରେ ରିଲ୍ସ୍ ତଥା ଭିଡିଓ କରୁଥିବାବେଳେ ହଠାତ୍ ତଳକୁ ଖସିପଡ଼ିଥିଲେ । ଟ୍ରେନ୍‌ରେ ଉପସ୍ଥିତ ଥିବା ତାଙ୍କ ବନ୍ଧୁ ପୁରା ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଇଥିଲେ ।

ଜହିରଉଦ୍ଦିନଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲା ରେଳବାଇ ପୋଲିସ । ଖବର ପାଇ ପରିବାରଲୋକେ ମଧ୍ୟ ଆସି ପହଞ୍ଚିଥିଲେ ହେଲେ ବହୁ ଖୋଜାଖୋଜି ପରେ ବି ତାଙ୍କୁ ପାଇବାରେ ବିଫଳ ହୋଇଥିଲା ରେଳବାଇ ପୋଲିସ। ଦୁର୍ଘଟଣା ଘଟିବା ପରେ ଜହିରଉଦ୍ଦିନଙ୍କ ପତ୍ତା ମିଳିନଥିଲା । ହେଲେ ଦୀର୍ଘ ୫ ଦିନ ପରେ ଠାବ ହୋଇଛି ଜହିରଉଦ୍ଦିନଙ୍କ ମୃତଦେହ । ଖୋର୍ଦ୍ଧା ରେଳ ଡିଭିଜନର କାଳୁପଡାଘାଟ ରେଳ ଷ୍ଟେସନର ଅନତି ଦୂରରେ ଥିବା ଏକ ଜଙ୍ଗଲରୁ ଜହିରଉଦ୍ଦିନଙ୍କ ମୃତଦେହ ଉଦ୍ଧାର ହୋଇଛି । ଗଳିତ ମୃତଦେହ ପଡ଼ିରହିଥିବା ସ୍ଥାନରୁ ପ୍ରବଳ ଦୁର୍ଗନ୍ଧ ଆସୁଥିଲା । ଯାହାକୁ ନେଇ ସନ୍ଦେହ ବଢିବାରୁ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ ।

ଏ ସମ୍ପର୍କରେ ରେଳବାଇ ପୋଲିସକୁ ଯୋଗାଯୋଗ କରିବା ପରେ ମୃତଦେହକୁ ଠାବ କରିଛି ନିରାକାରପୁର ରେଳବାଇ ପୋଲିସ । ପରେ ପରିବାର ଲୋକେ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିବା ଜଣାପଡ଼ିଛି । ପୂର୍ବରୁ ଟିକ୍ ଟକ୍ ଭିଡିଓ କରି ଅନେକଙ୍କ ଜୀବନ ଯାଇଥିବା ଖବର ଆସିଛି । ଏପରିକି ସେଲଫି ନେବା ସମୟରେ ମଧ୍ୟ ଅସାବଧାନତା ଯୋଗୁଁ ଅନେକଙ୍କ ପ୍ରାଣ ଚାଲିଯାଇଛି । ସୋସିଆଲ ମିଡିଆ ପ୍ରତି ଆକୃଷ୍ଟ ହୋଇ କେତେକ ଯୁବଗୋଷ୍ଠୀ ଏହାର ଦୂରୁପଯୋଗ କରୁଥିବା ଦେଖିବାକୁ ମିଳୁଛି । ଫଳରେ ଅକାଳରେ ଅନେକଙ୍କ ଜୀବନ ଯାଉଛି । ଏପରି ଦୁର୍ଘଟଣାରୁ ବର୍ତ୍ତିବାକୁ ହେଲେ ସଚେତନତାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.