ETV Bharat / state

ମଦ୍ୟପାନ କରି ବାପାଙ୍କୁ କରିଥିଲେ ଅପମାନ, ନିଶା ଛାଡିବା ପରେ ଜୀବନ ହାରିଲେ ଯୁବକ - ନିଶାସକ୍ତ ଅବସ୍ଥାରେ ବାପାକୁ ଅପମାନ କରିଥିଲା ପୁଅ

ନିଶାସକ୍ତ ଅବସ୍ଥାରେ ବାପାକୁ ଅପମାନ କରିଥିଲା ପୁଅ । ନିଶା ଛାଡିବା ପରେ ପଶ୍ଚାତାପ କରି ଜୀବନ ହାରିଲେ ଯୁବକ। ଅଧିକ ପଢନ୍ତୁ

youth died by suicide in bhubaneswar
youth died by suicide in bhubaneswar
author img

By

Published : Apr 8, 2023, 12:07 PM IST

youth died by suicide in bhubaneswar

ଭୁବନେଶ୍ବର: ନିଶା ସେବନ ପରେ ହିତାହିତ ଜ୍ଞାନ ଭୁଲିଯାଏ ମଣିଷ । ନିଶାସକ୍ତ ଅବସ୍ଥାରେ ଘଟାଇ ଚାଲେ ଗୋଟିଏ ପରେ ଗୋଟିଏ କାଣ୍ଡ । ଏପରିକିି ନିଜ ପରିବାର ଲୋକଙ୍କୁ ଅପମାନ କରିବା ସହ ଜୀବନ ନେବାକୁ ମଧ୍ୟ ପଛାଏ ନାହିଁ । ଯାହା ପରମୁହୁର୍ତ୍ତରେ ନିଜ ପାଇଁ କାଳ ପାଲଟିଥାଏ । ସେମିତି ଏକ ଘଟଣା ଘଟିଛି ରାଜାଧାନୀ ଭୁବନେଶ୍ବରରେ । ମଦ ପିଇ ନିଶାସକ୍ତ ଅବସ୍ଥାରେ ନିଜ ବାପାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ ଯୁବକ । ଆଉ ନିଶା ଛାଡ଼ିଲା ପରେ ବାପା ସହ ଖରାପ ବ୍ୟବହାର କରିଥିବା ଜାଣି ଅପମାନ ସହିନପାରି ନିଜ ଜୀବନ ହାରିଦେଲେ । ନୟାପଲ୍ଲୀ ବେହେରା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଏକ ଭଡାଘରୁ ଯୁବକଙ୍କ ମୃତଦେହକୁ ଜବତ କରିଛି ପୋଲିସ । ମୃତକ ଜଣଙ୍କ ହେଉଛନ୍ତି ପରିବା ଦୋକାନୀ ସୁମନ ସାହୁ ।

ସୁଚନା ମୁତାବକ, ସୁମନ ସାହୁ ଦୀର୍ଘ ଦିନ ହେବ ନୟାପଲ୍ଲୀ ବେହେରା ସାହିରେ ରହିଆସୁଥିଲେ । ପରିବା ଦୋକାନ କରି ଘର ଚଳାଉଥିଲେ । ଗତ କିଛି ଦିନ‌ ହେବ ସୁମନ ଘରଲୋକଙ୍କୁ ଯୋଗାଯୋଗ ନକରିବା ସହ ଟଙ୍କା ଦେବାରେ ଅବହେଳା କରିଥିଲେ । ଏହାପରେ ତାଙ୍କ ବାପା ସୁମନଙ୍କ ପାଖକୁ ଆସି ଜାଣିବାକୁ ପାଇଥିଲେ ଯେ, ପୁଅ ଯାହା ରୋଜଗାର କରୁଛି ସେସବୁ କିଛି ମଦୁଆ ସାଙ୍ଗକ ସହ ମିଶି ମଦ ପିଇ ଉଡାଇ ଦେଉଛି । ଏନେଇ ସୁମନଙ୍କ ବାପା ସମୟରେ ସମୟରେ ଆସି ତାଙ୍କୁ ତାଗିଦ୍ କରୁଥିଲେ ।

ଗତ ୫ରୁ ୬ଦିନ ତଳେ ତାଙ୍କ ବାପା ଭୁବନେଶ୍ବର ଆସିଥିଲେ । ପୁଅର‌ ଏପରି ନିଶା ପାନ ଦେଖି ବାରଣ କରିଥିଲେ । କାହିଁକି ମଦ ପିଉଛୁ ବୋଲି ମଧ୍ୟ ତାଗିଦ୍ କରିଥିଲେ । ହେଲେ ନିଶାରେ ସୁମନ ବାପାଙ୍କୁ ହାତ ଉଠାଇବା ସହ ଗାଳିଗୁଲଜ କରିଥିଲେ । ଏଥିରେ ରାଗି ଯାଇ ବାପା ଗାଁକୁ ପଳାଇ ଥିଲେ । ସେପଟେ ନିଶା ଛାଡିବା ପରେ ବାପାଙ୍କ ସହ ଖରାପ ବ୍ୟବହାର କରିଥିବା ସୁମନ ଜାଣିବାକୁ ପାଇଥିଲେ । ଏହାପରେ ଘରକୁ ଫୋନ କରିବା ପରେ ବାପାଙ୍କୁ ଅପମାନ କରିଥିବା ପଶ୍ଚାତାପ କରି ମୃତ୍ୟୁର ବାଟକୁ ଆପଣାଇ ନେଇଥିଲେ ସୁମନ ।

ସୁମନ ରହୁଥିବା ବେହେରାସାହି ଭଡ଼ାଘରେ ଜୀବନ ହାରିଥିଲେ । ସେ ଏକାକୀ ରହୁଥିବା ବେଳେ କେହି ତାଙ୍କ ରୁମକୁ କେହି ଯିବାଆସିବା କରୁନଥିବାରୁ ମୃତ୍ୟୁ ବିଷୟରେ ଜାଣିପାରୁ ନଥିଲେ । ଗତ ଦୁଇଦିନ‌ ହେବ ରୁମ ଭିତରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସୁମନଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଛି । ନିଶା ପୁଅର ଜୀବନ ନେଇଯାଇଥିବା କହିଛନ୍ତି ସୁମନଙ୍କ ବାପା ।

ତେବେ ନିଶା ପାଇଁ ମଣିଷ କିପରି ବୁଦ୍ଧି ବିବେକ ହରାଇ ଚରମ ନିଷ୍ପତ୍ତି ନେଇପାରେ ଏହି ଘଟଣା ହେଉଛି ତାର ଜ୍ୱଳନ୍ତ ଉଦାହରଣ । ସେପଟେ ଏନେଇ ମନସ୍ତତ୍ବବିତ୍ କହିଛନ୍ତି, '' ନିଶାରେ ବହୁତ ଲୋକ ନିଜର ନିଷ୍ପତ୍ତି ନେବାର ସ୍ଥିତି ଭୁଲି ଯାଆନ୍ତି । କ'ଣ କରିବେ କରିବେ ତାହା ଜାଣି ନପାରି ନିଜକୁ ଦୋଷୀ ଭାବି ଏଭଳି ନିଷ୍ପତ୍ତି ନିଅନ୍ତି । ତେଣୁ ଯେତେବେଳେ ଏକୁଟିଆ ଅନୁଭବ କରୁଛନ୍ତି ସେତେବେଳେ ନିଶା ସେବନ କରନ୍ତୁ ନାହିଁ । କାରଣ ନିଶା ବୁଦ୍ଧି ବିବେକ ସବୁ ହରାଇ ଦିଏ । ନିଶା ସେବନ କଲେ ବ୍ରେନ୍ କାମ କରେନି ଯାହା ସେତେବେଳେ ଠିକ ଲାଗେ କରେ । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.