ETV Bharat / state

ରାଜଧାନୀର VSS ନଗରରେ ବାଣ ବିସ୍ଫୋରଣ, ଯୁବକ ମୃତ

author img

By

Published : Apr 4, 2023, 8:56 AM IST

ଭିଏସଏସ ନଗରର ଗୋଜବାୟାଣୀ ବସ୍ତିରେ ବାଣ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା। ଅଧିକ ପଢନ୍ତୁ

cracker explosion in bhubaneswar
cracker explosion in bhubaneswar
cracker explosion in bhubaneswar

ଭୁବନେଶ୍ବର: ରାଜଧାନୀରେ ବାଣ ବିସ୍ଫୋରଣ । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସହୀଦନଗର ଥାନା ଭିଏସଏସ ନଗରର ଗୋଜବାୟାଣୀ ବସ୍ତିରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୋମବାର ସନ୍ଧ୍ୟାରେ ଏପରି ଘଟଣା ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଛି ।

cracker explosion in bhubaneswar
cracker explosion in bhubaneswar

ମୃତକ ଜଣଙ୍କ ହେଲେ ଶିବାନନ୍ଦ ତାଡ଼ । ସେ କିଛି ବର୍ଷ ହେବ ଉକ୍ତ ବସ୍ତିରେ ରହିବା ସହ ବେଆଇନ ଭାବେ ବାଣ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି । ସୋମବାର ସନ୍ଧ୍ୟାରେ ସେ ବାଣ ପ୍ରସ୍ତୁତ କରୁଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା । ଫଳରେ ଶିବାନନ୍ଦ ଘର ବାହାରକୁ ଛିଟିକି ପଡ଼ିଥିବା ବେଳେ ଘରର ଆଜବେଷ୍ଟସ ଉଡିଯାଇଥିଲା । ବାଣ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏହାପରେ ଗୁରୁତର ଆହତ ଶିବାନନ୍ଦଙ୍କୁ ତୁରନ୍ତ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଣ ବିସ୍ଫୋରଣ ଖବରପାଇ ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ ପହଞ୍ଚିବା ସହ ଶିବାନନ୍ଦଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଏଥିସହ ବସ୍ତିର ମୁଖିଆମାନଙ୍କ ସହ ଆଲୋଚନା କରିବା ସହ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ମେୟର।

ଏହା ମଧ୍ୟ ପଢନ୍ତୁ-Capital Foundation Day: ଏଥର ଧୂମଧାମରେ ପାଳନ ହେବ ରାଜଧାନୀର ଜନ୍ମଦିନ

ଭିଏସଏସ ନଗର ଫାଣ୍ଡି ଓ ସାଇବର ଥାନାର ମାତ୍ର କିଛି ମିଟର ଦୂରରେ ଗୋଜବାୟାଣୀ ବସ୍ତି ରହିଛି । ତେବେ ଶିବାନନ୍ଦ ବେଆଇନ ବାଣ ପ୍ରସ୍ତୁତ କରୁଥିଲେ ତାହା ପୋଲିସ କିପରି ଜାଣିପାରୁଲା ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ବହୁ ସମୟରେ ବିସ୍ଫୋରଣ ଭୟ ଥିବାରୁ ବସ୍ତି ଲୋକେ ମଧ୍ୟ ଶିବାନନ୍ଦଙ୍କୁ ଏଠାରେ ବାଣ ତିଆରି ନ କରିବାକୁ ପରାମର୍ଶ ମଧ୍ୟ ଦେଉଥିଲେ । ଏସବୁ ପରେ ମଧ୍ୟ ଶିବାନନ୍ଦ କାହାରି କଥା ନ ଶୁଣି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ହୋଇଥିବା ଅଘଟଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ବାଣ ବିସ୍ଫୋରଣ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । କେହି ବିସ୍ଫୋରଣର ଆହତ ହୋଇଛନ୍ତି ନା ନାହିଁ ତାହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ମୃତ ଯୁବକ ଘର ମଧ୍ୟରେ ବାଣ ତିଆରି କରୁଥିବା ସମୟରେ କେହି ପରିବାର ସଦସ୍ୟ ଥିଲେ ନା ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.