ETV Bharat / state

ଜାତୀୟ ଯୁବ ଦିବସ, ଆଜିର ଓଡିଶା ଓ ଯୁବ ସମାଜ ଶୀର୍ଷକରେ ଆଲୋଚନା ଚକ୍ର

author img

By ETV Bharat Odisha Team

Published : Jan 13, 2024, 9:52 AM IST

National Youth Day Celebrated : ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଜୟଦେବ ଭବନ ଠାରେ ଆଜିର ଓଡିଶା ଓ ଯୁବ ସମାଜ ଶୀର୍ଷକରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଅଧିକ ପଢ଼ନ୍ତୁ,

ଜାତୀୟ ଯୁବ ଦିବସ ପାଳନ,
ଜାତୀୟ ଯୁବ ଦିବସ ପାଳନ,

ଜାତୀୟ ଯୁବ ଦିବସ ପାଳନ,

ଭୁବନେଶ୍ବର : ଆଜି ହେଉଛି ଜାତୀୟ ଯୁବ ଦିବସ ବା ସ୍ୱାମୀ ବିବେକାନନ୍ଦ ଜୟନ୍ତୀ । ଏହି ଅବସରରେ ଜୟଦେବ ଭବନ ଠାରେ ଆଜିର ଓଡିଶା ଓ ଯୁବ ସମାଜ ଶୀର୍ଷକରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । କ୍ରାନ୍ତିକାରୀ ଫାଉଣ୍ଡେସନ ପକ୍ଷରୁ ଏହି ଦିବସ ଓ ଏହି ଆଲୋଚନା ହୋଇଥିବା ବେଳେ ଯୁବକମାନଙ୍କ ପାଇଁ ସମାଜରେ ଥିବା ବିଧି ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ସ୍ୱାମୀ ବିବେକାନନ୍ଦ ଯୁବକ ମାନକ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଥିବା ବେଳେ ସମାଜରେ ଯୁବକ ମାନଙ୍କର ରାଷ୍ଟ୍ର ଗଠନରେ ସହଭାଗିତା, କର୍ତ୍ତବ୍ୟ ଓ ଦାୟିତ୍ୱବୋଧର ଏକ ନିଦର୍ଶନ । ତେଣୁ ତାଙ୍କ ଜୟନ୍ତୀ ଅବସରରେ ଆଜିର ଯୁବକମାନଙ୍କର ଅସ୍ତିତ୍ବ ଭବିଷ୍ୟତ ଓ ଗତି ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଜିର ଯୁବ ସମାଜର ସାମାଜିକ ଓ ରାଜନୈତିକ ସ୍ଥିତି ଉପରେ ଆଲୋଚନ କରାଯାଇଥିଲା । ଏହାସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯୁବ ବର୍ଗଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିରେ ଯୁବ ସମାଜ ସମ୍ମୁଖରେ ଥିବା ଆହ୍ୱାନ ଯୁବ ସମାଜର ମୌଳିକ କର୍ତ୍ତବ୍ୟ, ସ୍ୱାସ୍ଥ୍ୟ, ରାଜନୀତି, କ୍ରୀଡା ଓ ମନୋରଞ୍ଜନ ଆଦି କ୍ଷେତ୍ରରେ ଯୁବ ସମାଜର ଭୂମିକାକୁ ନେଇ ଅତିଥି ମାନେ ଚର୍ଚ୍ଚା ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୁବ ବର୍ଗ ଯୋଗ ଦେଇଥିଲେ ।

ତେବେ ଏହି ଅବସରରେ ଯୁବକମାନଙ୍କର ସାମାଜିକ ଓ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରି ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ କହିଛନ୍ତି, ’’ଯୁବଶକ୍ତି ଅଧିକାର ଓ ସଚେତନତା ସମ୍ପର୍କରେ ଜାଣି ରାଷ୍ଟ୍ର ଗଠନରେ ବିକାଶ ରେ ଜଣେ ଜଣେ ସିପାହୀ ହେବା ଦରକାର ଆଉ ରାଜନୀତିକୁ ବୁଝିବା ଦରକାର । କିନ୍ତୁ ଆଜିର ଯୁବକ ସରକାରଙ୍କ କ୍ଷମତାରେ ଚାପି ହେଇଯାଉଛନ୍ତି । ବିଭିନ୍ନ ଯୋଜନାରେ ସେମାନଙ୍କୁ ସୀମିତ କରାଯାଉଛି ଆଉ ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ।’’

ଏହା ମଧ୍ୟ ପଢ଼ନ୍ତୁ... ଜଙ୍ଗଲ ଆଚ୍ଛାଦନ ମ୍ୟାପିଂରେ ଡ୍ରୋନ ଟେକ୍ନୋଲୋଜି ବ୍ୟବହାର କର: ମୁଖ୍ୟ ଶାସନ ସଚିବ

ବିଧାୟକ ସୁରଜ ସୂର୍ଯ୍ୟ ବଂଶୀ ତାଙ୍କ ମତ ଦେଇ କହିଛନ୍ତି, ’’ବ୍ୟବସ୍ଥାର ପରିବର୍ତ୍ତନ ହେଲେ ଆମ ସମାଜର ଅବସ୍ଥାର ପରିବର୍ତ୍ତନ ହେବ । ବିନା କ୍ରାନ୍ତିର କିଛି ହୁଏ ନାହିଁ ସମୟ ଆସିଛି ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ କଥାକୁ ମାନେ ପକାଇ ଯୁବ ଶକ୍ତିକୁ ଜାଗ୍ରତ କରି ନିଜ କର୍ତ୍ତବ୍ୟକୁ ବୁଝି ଇତିହାସ ରଚନା କରିବାର ।’’

ତେବେ ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ଏମ୍ସ ମେଡିକାଲ ଅସ୍ଥିସଲ୍ୟ ବିଭାଗୀୟ ମୁଖ୍ୟ ଡକ୍ଟର ବିଷ୍ଣୁପ୍ରସାଦ ପାତ୍ର, ଯୁବ ଉଦ୍ୟୋଗୀ ଡକ୍ଟର ନଳିନୀ କାନ୍ତ ମିଶ୍ର, ସମାଜସେବୀ ଲିଲି ଜେନାମଣୀ । କ୍ରାନ୍ତିକାରୀ ଫାଉଣ୍ଡେସନର ଅଧକ୍ଷ ନଳିନୀକାନ୍ତ ନାୟକ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.