ETV Bharat / state

Price Hike: କୃଷିମନ୍ତ୍ରୀଙ୍କ ଘର ଆଗରେ ପରିବା ବିକିଲା ଛାତ୍ର କଂଗ୍ରେସ

author img

By

Published : Jul 9, 2023, 5:31 PM IST

ରାଜ୍ୟରେ ପରିବା ଦର ଏବେ ଆକାଶଛୁଆଁ ହୋଇଛି । ଯାହାର ପ୍ରତିବାଦରେ କୃଷିମନ୍ତ୍ରୀଙ୍କ ଘର ଆଗରେ ପରିବା ବିକିଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat
ପରିବା ବିକିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ପକେଟ ଜାଳୁଛି ପରିବା ଦର । ପନିପରିବାର ଅହେତୁକ ଦର ବୃଦ୍ଧି ଲୋକଙ୍କୁ କଲବଲ କରୁଛି । ଯାହାର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଏ ନେଇ ଛାତ୍ର କଂଗ୍ରେସ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବାସଭବନ ଆଗରେ ଅଭିନବ ପ୍ରତିବାଦ କରାଯାଇଛି । ମନ୍ତ୍ରୀଙ୍କ ଘର ଆଗରେ କେଜି ପଲା ଧରି ପାଲ ଉପରେ ବସିଲା ଛାତ୍ର କଂଗ୍ରେସ । ଏହାସହିତ ଟମାଟୋ, ବାଇଗଣ ଓ ଲଙ୍କା ଆଦି ପନିପରିବା ବିକ୍ରି କରିଥିବା ଦେଖିବାକୁ ମିଳିଛି ।

କୃଷି ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ବାଇଁଙ୍କ ଘର ଗେଟ୍ ଆଗରେ ଛାତ୍ର କଂଗ୍ରେସ ପରିବା ହାଟ ବସାଇଛି । ଟମାଟୋ କିଲୋ ୫୦, ବାଇଗଣ ୩୦, ପୋଟଳ ୫୦, ଅଦା ୭୦, ବିନ୍ସ ୫୦, ଲଙ୍କା ୫୦, ସାରୁ ୩୦ କିଲୋ ପିଛା ଏହି ଦରରେ ବିକ୍ରି କରିଛି କଂଗ୍ରେସ । ପରିବା ବିକ୍ରି ଶେଷ ବେଳକୁ ପଲିଥିନରେ ପରିବା ଭର୍ତ୍ତି କରି ମନ୍ତ୍ରୀଙ୍କ ଗେଟ ଆଗରେ ଟାଙ୍ଗିଛି ଛାତ୍ର କଂଗ୍ରେସ । ଏହି ପରିବା କିଣିବା ପାଇଁ ଗ୍ରାହକଙ୍କ ଭିତରେ ଗହଳି ବି ଦେଖିବାକୁ ମିଳିଛି । ଗ୍ରାହକ ମଧ୍ୟ କମ ଦରରେ ପରିବା କିଣି ବେଶ ଖୁସି । ଅହେତୁକ ଦରଦାମ ପାଇଁ ଆଉ ପରିବା କିଣି ହେଉନି । କଂଗ୍ରେସଠାରୁ ଅଧା ଦରରେ ପରିବା କିଣି ଖୁସି ଥିବା କହିଛନ୍ତି ଗ୍ରାହକ ।

ଏହା ବି ପଢନ୍ତୁ- Tomato Price Hike: ବଜାରରେ ଦର 120, ପ୍ରତିବାଦରେ 60ଟଙ୍କାରେ ଟମାଟୋ ବିକିଲା ମହିଳା କଂଗ୍ରେସ

ସେପଟେ ଛାତ୍ର କଂଗ୍ରେସ ସଭାପତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦରଦାମ ପ୍ରସଙ୍ଗରେ କଡ଼ା ସାମଲୋଚନ କରିଛନ୍ତି । ଛାତ୍ର ସଭାପତି ୟାଶୀର ନବାଜ କହିଛନ୍ତି, "ରାଜ୍ୟରେ ଶୀତଳ ଭଣ୍ଡାର ନାହିଁ, ଫଳରେ ଚାଷୀ ଆଜି ନାହିଁ ନଥିଭା ଅସୁବିଧାର ସମ୍ମୁଖୀନ ହେଉଛି । ସାଧାରଣ ଲୋକେ ପରିବା କିଣିବା ସମ୍ଭବ ହେଉନାହିଁ । ପରିବା ଏତେ ରେଟ୍‌ ହୋଇଛି ଯେ ହାତ ମାରି ହେଉନାହିଁ । ଏଭଳି ସ୍ଥଳେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚୁପ ବସିଛନ୍ତି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ସମୟରେ କହିଥିଲେ 'ଅଛେ ଦିନ ଆଏଙ୍ଗେ'। ତେବେ ଏହି କଣ ସେହି ଅଛେ ଦିନ ?"

ଅନ୍ୟପଟେ ଛାତ୍ର କଂଗ୍ରେସର ଏହି ବିକ୍ଷୋଭ ସମୟରେ ସୁରକ୍ଷା ଦୃଷ୍ଟକୋଣରୁ ମନ୍ତ୍ରୀଙ୍କ ଘର ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମନ୍ତ୍ରୀ ବାସଭବନରେ ଅନୁପସ୍ଥିତ ଥିଲେ ବୋଲି ମଧ୍ୟ ବିଭିନ୍ନ ସୂତ୍ରରୁ ସୂଚନା ମିଳିଛି । ସୂଚନା ଥାଉ କି ପରିବା ଦର ବୃଦ୍ଧି ପରେ ବିରୋଧୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ମଧ୍ୟବିତ୍ତ ପରିବାର ସମ୍ପର୍କରେ ଚିନ୍ତା କରି ଦର ବୃଦ୍ଧି କରିବା ଲାଗି ଦାବି କରିଛନ୍ତି । ଗତ 3 ତାରିଖରେ ଜାତୀୟ ମହିଳା କଂଗ୍ରେସ ମାଷ୍ଟର କ୍ୟାଣ୍ଟିନ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରି ଟମାଟୋ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ଟମାଟୋ କେଜି 120 ଟଙ୍କା ଥିବା ବେଳେ 60 ଟଙ୍କାରେ ଟମାଟୋ ବିକିଥିଲା ମହିଳା କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.