ETV Bharat / state

ସହରର ମୁଖ୍ୟରାସ୍ତା ମରାମତି ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଜିଲ୍ଲାର ମୁଖ୍ୟ ରାସ୍ତା ବହୁ ଦିନ ଧରି ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଛି । ହେଲେ ଏହାର ମରାମତି କରାନଯିବାରୁ ସୋମବାର ଯୁବ କଂଗ୍ରେସ ପକ୍ଷରୁ ରାସ୍ତାର ତୁରନ୍ତ ମରାମତି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Nov 2, 2020, 1:33 PM IST

Youth Congress Protests demanding repair main road of khurda city
ସହରର ମୁଖ୍ୟରାସ୍ତା ମରାମତି ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧା: ପୂର୍ତ୍ତ ବିଭାଗ ଅଧୀନରେ ଥିବା ସହରର ପ୍ରମୁଖ ରାସ୍ତା ଗୁଡିକ ବିପର୍ଯ୍ୟସ୍ତ ହୋଇପଡିଛି । ତେବେ ରାସ୍ତାର ତୁରନ୍ତ ମରାମତି ଦାବି ନେଇ ଯୁବ କଂଗ୍ରେସ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ସୂଚନା ମିଳିଛି ।

ସହରର ମୁଖ୍ୟ ରାସ୍ତା ବହୁତ ଦିନ ଧରି ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଛି । ଫଳରେ ରାସ୍ତାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁନାହିଁ । ରାସ୍ତାକୁ ମରାମରି କରିବା ପାଇଁ ଗତ ମାସ 18 ତାରିଖରେ ଯୁବ କଂଗ୍ରେସ ପକ୍ଷରୁ ଦାବିପତ୍ର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦିଆଯାଇଥିଲା । କିନ୍ତୁ ରାସ୍ତାଟି ବିପଦ ସଂକୁଳ ଅବସ୍ଥାରେ ପଡିରହିଥିଲେ ମଧ୍ୟ ରାସ୍ତା ମରାମତି କରାଯାଇନାହିଁ ।

ଏଥିଲାଗି ସୋମବାର ଯୁବ କଂଗ୍ରେସ ପକ୍ଷରୁ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଛକ ନିକଟରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭସ୍ଥଳକୁ ଉପଜିଲ୍ଲାପାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଆସି ଖୁବଶୀଘ୍ର ରାସ୍ତା ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.