ETV Bharat / state

ଚାକିରି ଦେବା ଆଳରେ ଟଙ୍କା ଠକି ଅଏସ କରୁଥିଲା ଠକ, ବାନ୍ଧିଲା ପୋଲିସ - youth arrested for duping youth

କନଷ୍ଟେବଳ ଚାକିରି ଦେବା ଆଳରେ ୧୩ ଲକ୍ଷ ୫୦ ହଜାର ଟଙ୍କା ଠକେଇ ଅଭିଯୋଗ । ଠକକୁ ଧରିଲା ପୋଲିସ । ଅଧିକ ପଢନ୍ତୁ

କନଷ୍ଟେବଳ ଚାକିରୀ ଦେବା ଆଳରେ ୧୩ ଲକ୍ଷ ୫୦ ହଜାର ଟଙ୍କା ଠକେଇ

author img

By

Published : May 5, 2023, 10:34 AM IST

କନଷ୍ଟେବଳ ଚାକିରୀ ଦେବା ଆଳରେ ୧୩ ଲକ୍ଷ ୫୦ ହଜାର ଟଙ୍କା ଠକେଇ

ଭୁବନେଶ୍ବର: କନଷ୍ଟେବଳ ଚାକିରି ଦେବା ଆଳରେ ୧୩ ଲକ୍ଷ ୫୦ ହଜାର ଟଙ୍କା ଠକେଇ ଅଭିଯୋଗ । ଠକେଇ ଟଙ୍କାରେ ସୌଖିନ କାର ଓ ବାଇକ ଚଢି ଅୟସ କରୁଥିଲେ ଠକ ଯୁବକ । ଘଟଣାରେ ଜଣକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦେବବ୍ରତ ପଲେଇ । ମୟୂରଭଞ୍ଜରର ରାଇରଙ୍ଗପୁରରେ ଦେବବ୍ରତଙ୍କ ଘର । ଆଉ ଏହି ଠକକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ତେବେ ଚାକିରି ଦେବା ସମୟରେ ଦେବବ୍ରତ କହୁଥିଲା," ମତେ ଟଙ୍କା ଦିଅ ମୁଁ ତୁମକୁ ଚାକିରି ଦେବି । ଟଙ୍କା ବଦଳରେ ଯେଉଁ ଚାକିରି ଚାହିଁବେ ସେ ଚାକିରି କରିଦେବି । ସରକାରୀ ବେସରକାରୀ ସବୁ ଜାଗାରେ ମୋର ଚିହ୍ନା ।" ଏମିତି କହି ଅନେକ ନିରୀହ ଗରିବ ଲୋକଙ୍କୁ ଠକି ଅଭିଯୁକ୍ତ କମାଇଥିଲା ଲକ୍ଷ ଲକ୍ଷ ଟଙ୍କା । ସେହି ପଇସାରେ କିଣୁଥିଲା ଦାମୀ କାର, ବାଇକ୍ ଓ ପୁଳା ପୁଳା ଟଙ୍କା ଧରି କରୁଥିଲା ରିଲ୍ସ ଭିଡିଓ । ଖାଲି ସେତିକି ନୁହେଁ ମୋର ମନ୍ତ୍ରୀଙ୍କ ସହ ଚିହ୍ନା ରହିଛି ତାଙ୍କୁ କହି ମୁଁ ଚାକିରି କରେଇ ଦେବି ବୋଲି କହି ଲୋକଙ୍କୁ ଠକୁଥିଲେ ଦେବବ୍ରତ ।

ଏସିପି ସଂଜୀବ ଶତପଥୀ କହିଛନ୍ତି, ‘‘ଅନୁଗୋଳର ବାନା ପ୍ରଧାନ ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଆଧାର କରି ଏହି ଠକକୁ ଗତକାଲି(ଗୁରୁବାର) ଗିରଫ କରିଛି ମଞ୍ଚେଶ୍ୱର୍ ଥାନା ପୋଲିସ । ଦାମୀ କାର, ଦାମୀ ବାଇକ୍ ଓ ଯୁବତୀଙ୍କ ସହ ବୁଲି ଅସତ୍ ଉପାୟରେ ଅର୍ଜିତ ଟଙ୍କାକୁ ଖର୍ଚ୍ଚ କରୁଥିଲା । D2s solution ନାମକ ଗୋଟିଏ ଏଜେନ୍ସି ଖୋଲି ଓ ୱେବସାଇଟ ତିଆରି କରି ବିଭିନ୍ନ ଲୋକଙ୍କୁ ଠକିବା ଥିଲା । ଯେଉଁଠି ସେ ଚାକିରି ଦିଆଯାଉଛି ବୋଲି ସେ ବିଜ୍ଞାପନ ଦେଇଥିଲେ । ସେହି ବିଜ୍ଞାପନକୁ ଦେଖି ଅଭଯୋଗକରି ତାଙ୍କୁ ୧୩ ଲକ୍ଷ ଦେଇଥିଲେ । କିନ୍ତୁ କନଷ୍ଟେବଳର ରେଜଲ୍ଟ ବାହାରିଲା ପରେ ସେଥିରେ ନ ଆସିବାରୁ ଏମାନଙ୍କର ସନ୍ଦେହ ହୋଇଥିଲା ଆଉ ସେ ଅଭିଯୁକ୍ତ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ । ଯେଉଁଥିରୁ ଜାଣିବାକୁ ପାଇଥିଲେ ଯେ ଏହି ଏଜେନ୍ସି ଓ ତାର ମାଲିକ ଉଭୟ ମିଛ । ପରେ ସେମାନେ ଅଭିଯୋଗ କରିଥିଲେ । ଠକେଇ ଟଙ୍କାରେ ଦେବବ୍ରତ ଗୋଟିଏ ଥର ଗାଡି ଆର ୱାନ ବାଇକ କିଣିଥିଲେ । ’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.