ETV Bharat / state

ପ୍ରଥମ ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗଦେବେ ସର୍ବକନିଷ୍ଠ ପୂର୍ବତନ ସରପଞ୍ଚ ଆରତୀ ଦେବୀ

ମୁମ୍ବାଇ ସ୍ଥିତ ୱାଲର୍ଡ ସେଣ୍ଟରରେ ଆୟୋଜିତ ହେବାକୁ ଥିବା ପ୍ରଥମ ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗ ଦେବେ ଗଞ୍ଜାମ ଜିଲ୍ଲାର ସର୍ବକନିଷ୍ଠ ପୂର୍ବତନ ସରପଞ୍ଚ ସୁଶ୍ରୀ ଆରତୀ ଦେବୀ । ଅଧିକ ପଢ଼ନ୍ତୁ

author img

By

Published : May 28, 2023, 10:49 AM IST

arati devi to attend national mla conference
ଜାତୀୟ ବିଧାୟକ ସମ୍ମିଳନୀରେ ଆରତୀ ଦେବୀଙ୍କୁ ଡାକରା

ଭୁବନେଶ୍ବର: ମୁମ୍ବାଇ ସ୍ଥିତ ଜିଓ ୱାଲର୍ଡ ସେଣ୍ଟରରେ ପ୍ରଥମ ଜାତୀୟ ବିଧାୟକ ସମ୍ମିଳନୀ ଅନୁଷ୍ଠିତ ହେବ । ପୁଣେ ସ୍ଥିତ MIT ନ୍ୟାସନାଲ ସ୍କୁଲ ଅଫ ଗଭର୍ଣମେଣ୍ଟ ଦ୍ୱାରା ଏହି ଜାତୀୟ ସ୍ତରୀୟ ସମ୍ମିଳନୀ ଜୁନ 15 ରୁ 17 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ସମ୍ମିଳନୀରେ ମୁଖ୍ୟତଃ ଗଣତନ୍ତ୍ର, ରାଷ୍ଟ୍ର ଗଠନ, ଶାନ୍ତି ପ୍ରତିଷ୍ଠା, ନେତୃତ୍ୱ ଓ ଗୁଡ଼ ଗଭର୍ଣ୍ଣାନ୍ସ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ । ଏହି ସମ୍ମିଳନୀରେ ଯୋଗଦେବାକୁ ଗଞ୍ଜାମ ଜିଲ୍ଲାର ପୂର୍ବତନ ସର୍ବକନିଷ୍ଠ ସରପଞ୍ଚ ସୁଶ୍ରୀ ଆରତୀ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ପ୍ରଥମ ଜାତୀୟ ବିଧାୟକ ସମ୍ମିଳନୀରେ ସୁମିତ୍ରା ମହାଜନ, ଡ଼ଃ ମିରା କୁମାର, ଡ଼ଃ ମନୋହର ଯୋଶୀ, ଶିବରାଜ ପାଟିଲ ଓ ଲୋକସଭାର ବାଚସ୍ପତି ଓଁମ ବିର୍ଲାଙ୍କ ଭଳି ବରିଷ୍ଠ ରାଜନୀତିଜ୍ଞ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀରେ ମୁଖ୍ୟତଃ ଗଣତନ୍ତ୍ର, ରାଷ୍ଟ୍ର ଗଠନ, ଶାନ୍ତି ପ୍ରତିଷ୍ଠା, ନେତୃତ୍ୱ ଓ ଗୁଡ଼ ଗଭର୍ଣନାନ୍ସ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ । ଏହି ସମ୍ମିଳନୀରେ ଯୋଗଦେବାକୁ ଆୟୋଜକ MIT ପୁଣେ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପୂର୍ବତନ ସର୍ବକନିଷ୍ଠ ସରପଞ୍ଚ ସୁଶ୍ରୀ ଆରତୀ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏଭଳି ସମ୍ମାନଜନକ ତଥା ଜାତୀୟସ୍ତରୀୟ ସମ୍ମିଳନୀରେ ଯୋଗଦେବାର ସୁଯୋଗ ପାଇଥିବାରୁ ନିଜେ ଗର୍ବ ଅନୁଭବ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆରତୀ । ସେ କହିଛନ୍ତି, "ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିବାରୁ ନିଜକୁ ଗର୍ବ ଅନୁଭବ ହେଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ସଫଳ କରିବା ପାଇଁ ମୁଁ ଚେଷ୍ଟା ଜାରି ରଖିଛି । ଆଗକୁ ମଧ୍ୟ ଲୋକଙ୍କ ସେବା ପାଇଁ କାର୍ଯ୍ୟ କରିବି ।"

ପ୍ରକାଶ ଥାଉକି, 'ଟିପ ଚିହ୍ନ ନୁହେଁ ଦସ୍ତଖତ ଦିଅ' ସ୍ଲୋଗାନ ଦେଇ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ଓଡ଼ିଶାର ଝିଅ ଆରତୀ ଦେବୀ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତାଙ୍କ ରାଜନୀତି ଜୀବନର କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଚଳଚ୍ଚିତ୍ର 'ସାର ମ୍ୟାଡ଼ମ ସରପଞ୍ଚ' ପ୍ରସ୍ତୁତ ହୋଇଥିଲା । ଖାଲି ସେତିକି ନୁହେଁ ପୁରୁଷ ପ୍ରାଧାନ୍ୟ ସମାଜରେ ରାଜନୀତିର ପୃଷ୍ଠପୋଷକତାରେ ନିଜର ଦବଦବା ଦେଖାଇବା ସହ ସେ ଅନେକ ପରିବର୍ତ୍ତନଶୀଳ କାର୍ଯ୍ୟ ଆପଣାଇଥିଲେ । ତାହା ସେତେବେଳେ ରାଜନୀତିରେ ଜଣେ ମହିଳା ପାଇଁ ପ୍ରଥମ ପ୍ରୟାସ ଥିଲା l

ଜଣେ ଉଚ୍ଚ ଶିକ୍ଷିତା ଓ ସ୍ୱଚ୍ଛଳ ବ୍ୟାଙ୍କ ଚାକିରି ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ ମସିହାରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ଢୁଙ୍କାପଡା ପଞ୍ଚାୟତର ସାଜିଥିଲେ ସରପଞ୍ଚ । ନାରୀ ଶିକ୍ଷା ଓ ମହିଳା ଗ୍ରାମସଭା ଭଳି କାର୍ଯ୍ୟ ହାତକୁ ନେଇ ଚର୍ଚ୍ଚାରେ ଥିଲେ । ଏଥିପାଇଁ ତାଙ୍କୁ କେବଳ ରାଜ୍ୟ ନୁହେଁ ଦେଶ ଓ ଦେଶ ବାହାରେ ପ୍ରଶଂସା ଓ ସମ୍ମାନ ମିଳିଥିଲା । ଯେଉଁଥି ପାଇଁ ତାଙ୍କୁ ଜାତୀୟ ସ୍ତରରେ ଚେଞ୍ଜ ମେକର ଭାବେ ପୁରସ୍କାର ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.