ଖୋର୍ଦ୍ଧା: ଧାରୁଆ ଅସ୍ତ୍ରର ଆକ୍ରମଣରେ ଯୁବକ ମୃତ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ମୁତାବକ ଗତ ସନ୍ଧ୍ୟାରେ ବଡ଼ସିରେଇପୁର ଗ୍ରାମର ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା ଗ୍ରାମ ଯୁବକଙ୍କ ସହ ଖେଳୁଥିଲେ । ତେବେ ଖେଳିବା ସମୟରେ କେହି ଜଣେ ସନ୍ତୋଷଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଏଥିରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଯୁବକ ଜଣଙ୍କ । ଏନେଇ ଗ୍ରାମବାସୀ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ବାଣପୁର ମେଡିକାଲ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅପରପକ୍ଷରେ ବାଣପୁର ଆଇଆଇସି ବଡ଼ସିରେଇପୁର ଗ୍ରାମକୁ ଯାଇ ତଦନ୍ତ ଜାରି ରଖିଛନ୍ତି । ତେବେ କିଏ ଏ କେଉଁ କାରଣକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରିବାକୁ ବି ପଛାଇଲା ନାହିଁ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ପ୍ରକୃତ ରହସ୍ୟ କଣ ତାହା ସାମ୍ନାକୁ ଆସିବ ଓ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି । ସେପଟେ ପୁଅର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ