ETV Bharat / state

ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା, ଗାଡି ଧକ୍କାରେ ଯୁବକ ମୃତ - ଦୁର୍ଘଟଣା ଖବର

ଦିନକୁ ଦିନ ୧୬ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଆଜି ପୁଣି ଗଲା ଆଉ ଜଣେ ଯୁବକଙ୍କ ଜୀବନ । ଅଧିକ ପଢନ୍ତୁ....

ଅଜଣା ଗାଡି ଧକ୍କାରେ ଯୁବକ ମୃତ
ଅଜଣା ଗାଡି ଧକ୍କାରେ ଯୁବକ ମୃତ
author img

By

Published : Mar 16, 2021, 5:36 PM IST

ଖୋର୍ଦ୍ଧା : ଦିନକୁ ଦିନ ୧୬ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଦୁର୍ଘଟଣାରେ ଅକାଳରେ ଚାଲି ଯ‍ାଉଛି ଜୀବନ । ସେହିଭଳି ଆଜି ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି । ୧୬ ନଂ ଜାତୀୟ ରାଜପଥ କୟିଥପଲା ଛକ ନିକଟରେ ଅଜଣ‍ା ଗାଡି ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଟାଙ୍ଗୀ ଥାନା ବଉଳା ବନ୍ଧ ଗ୍ରାମର ରଣଜିତ ପ୍ରଧାନ ବୋଲି ଜଣାପଡିଛି ।

ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା, ଗାଡି ଧକ୍କାରେ ଯୁବକ ମୃତ

ରଣଜିତ କୌଣସି କାମରେ ନିଜର ଜଣେ ବନ୍ଧୁଙ୍କୁ କୁହୁଡିରେ ଛାଡି ବାଇକରେ ଫେରୁଥିବାବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା ।ଦୁର୍ଘଟଣାରେ ରଣଜିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଟାଙ୍ଗି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.