ETV Bharat / state

୨୪ ଘଣ୍ଟାରେ ବର୍ଷା ସମ୍ଭାବନା, ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ରାଜ୍ୟରେ ଘନ କୁହୁଡି

ରାଜ୍ୟରେ ଶୀତ ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି ଘନ କୁହୁଡ଼ି । ଆସନ୍ତା ୨୪ ଘଣ୍ଟାରେ ବର୍ଷାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରେ ଘନ କୁହୁଡି
ରାଜ୍ୟରେ ଘନ କୁହୁଡି
author img

By ETV Bharat Odisha Team

Published : Jan 5, 2024, 8:55 PM IST

ରାଜ୍ୟରେ ଘନ କୁହୁଡି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ । ଥଣ୍ଡା ଅନୁଭୂତ ହେଉଥିବାବେଳେ ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି । କୋରାପୁଟ, ଦାରିଙ୍ଗିବାଡି, ଜି ଉଦୟଗିରି ଓ ସିମିଳିଗୁଡା ଭଳି ୪ ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି। ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦ ରୁ ୨୦୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଛି। ଏହାସହ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରଣ ଓଡ଼ିଶାର ୪ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ସମତଳ ଅଞ୍ଚଳ କେନ୍ଦୁଝରରେ ୧୦.୯ ଡିଗ୍ରୀ ସର୍ବନିମ୍ନ ଓ ପାହାଡିଆ ଅଞ୍ଚଳ ଜି ଉଜୟଗିରିରେ ୭.୦ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି କଟକରେ ୨୭. ୫ ଡିଗ୍ରୀ ଓ ଭୁବନେଶ୍ୱରରେ ୨୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବାକୁ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିସବୁ ଜିଲ୍ଲାଗୁଡ଼ିକ ହେଲା ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲା । ତେବେ ବିଭିନ୍ନ ସ୍ଥାନରେ ଘନ କୁହୁ଼ଡି କାରଣରୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ସକାଳୁ ସକାଳୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଯାତାୟତରେ ସମସ୍ୟା ଉପୁଜୁଛି ।

ଏହା ମଧ୍ୟ ପଢନ୍ତୁ...ଅନୁଗୋଳରେ ଘନ କୁହୁଡିର ଆସ୍ତରଣ, ଜୀବନ ଯାତ୍ରା ପ୍ରଭାବିତ

ଏହା ମଧ୍ୟ ପଢନ୍ତୁ...କୁହୁଡି ପାଇଁ ରାଉରକେଲାରୁ ଉଡିପାରୁନି ବିମାନ, ଯାତ୍ରୀ ହନ୍ତସନ୍ତ

ସେହିପରି ଆସନ୍ତାକାଲି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ଘନ କୁହୁଡି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ୍ ୫ ଓ ୬ ତାରିଖରେ ଉତ୍ତର ଆଭ୍ୟନ୍ତରଣ ଓଡ଼ିଶାର ୪ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଝାରସୁଗୁଡା ଏହି ୪ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଅନୁଗୋଳରେ ପ୍ରଦୂଷଣ କାରଣରୁ ସ୍ଥିତ ଜଟିଳ ହୋଇଛି । ଏଠାରେ ବାୟୁର ମାତ୍ରା ଅତି ନିମ୍ନମାନର ଥିବା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.