ETV Bharat / state

ସ୍ମୃତିରେ ୨୦୨୩: ଓଡ଼ିଶା ଶିକ୍ଷା ଜଗତ ପାଇଁ ରୂପାନ୍ତରଣ ବର୍ଷ; ସ୍ମାର୍ଟ ହୋଇଛି ସରକାରୀ ସ୍କୁଲ, ବଢିଛି ବିଶ୍ବବିଦ୍ୟାଳୟ

author img

By ETV Bharat Odisha Team

Published : Dec 26, 2023, 2:24 PM IST

Education in 2023: ସ୍ମୃତି ହେବାକୁ ବସିଛି ୨୦୨୩ । ଚଳିତ ବର୍ଷ ଓଡି଼ଶା ଶିକ୍ଷା ଜଗତରେ ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି । ବର୍ଷା ସାରା ରୂପାନ୍ତରଣ ଉପରେ ଗୁରୁତ୍ବ ଦିଆଯାଇଛି । ବଦଳିଛି ସରକାରୀ ସ୍କୁଲ, କଲେଜର ରୂପରେଖ । ଦୁଇଟି ମହାବିଦ୍ୟାଳୟର ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି । ନୂଆ ୟୁନିଫର୍ମ ପିନ୍ଧି ସ୍କୁଲ ଆସିଛନ୍ତି ପିଲା । ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା କୋଚିଂର ବ୍ୟବସ୍ଥା ହୋଇଛି । ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଆହୁରି କେତେ କ'ଣ ପଦକ୍ଷେପ ନିଆଯାଇଛି । ପଢ଼ନ୍ତୁ ବିସ୍ତୃତରେ

ଓଡ଼ିଶା ଶିକ୍ଷା ଜଗତ ପାଇଁ ୨୦୨୩ ବର୍ଷ
ଓଡ଼ିଶା ଶିକ୍ଷା ଜଗତ ପାଇଁ ୨୦୨୩ ବର୍ଷ

ଭୁବନେଶ୍ବର: ସରି ସରି ଆସୁଛି ୨୦୨୩ । ଚଳିତ ବର୍ଷ ରାଜ୍ୟରେ ଶିକ୍ଷାକ୍ଷେତ୍ର ପାଇଁ ଥିଲା ରୂପାନ୍ତରଣ ବର୍ଷ । ଶିକ୍ଷାର ମାନ ବୃଦ୍ଧି ପାଇଁ ସ୍କୁଲ, କଲେଜଗୁଡିକର ହେଲା ନବକଳେବର । ପିଲାମାନେ ଭଲ ପାଠ ପଢିବେ, ଉଜ୍ଜଳ ଭବିଷ୍ୟତ ଗଢିବେ, ସେଥିପାଇଁ 5T ଉପକ୍ରମରେ ଆରମ୍ଭ ହେଲା ସ୍କୁଲ କଲେଜ ରୂପାନ୍ତରଣ ଏବଂ ଆଦର୍ଶ ବିଦ୍ୟାଳୟ । ଘରୋଇ ଇଂରାଜୀ ଶିକ୍ଷାନୁଷ୍ଠାନ ଭଳି ବଦଳିଗଲା ସରକାରୀ ସ୍କୁଲ । ଡିଜିଟାଲ ମାଧ୍ୟମରେ ପାଠ ପଢିଲେ ଛାତ୍ରଛାତ୍ରୀ । ସ୍କୁଲର ଚାକଚକ୍ୟ କ୍ଲାସରୁମ ଠାରୁ ଆରମ୍ଭ କରି ସୁନ୍ଦର କ୍ୟାମ୍ପସ ପାଠପଢା ଉପରେ ନୂଆ ନଆ ପଦକ୍ଷେପ ଗ୍ରହଣ ହେଲା । ଯାହାଫଳରେ ଏବେ ଇଂରାଜୀ ମାଧ୍ୟମିକ ସ୍କୁଲ ପିଲାଙ୍କ ସହ ଟକ୍କର ଦେଇ ଆଗକୁ ବଢୁଛନ୍ତି ଓଡ଼ିଶା ମଧ୍ୟାମିକ ସ୍କୁଲର ଛାତ୍ରଛାତ୍ରୀ । କେବଳ ସ୍କୁଲ ନୁହେଁ, ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ବହୁତ୍ କିଛି ପରିବର୍ତ୍ତନ ହୋଇଛି । ସତ୍ୟବାଦୀରେ ଉଦଘାଟିତ ହୋଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ । ଯେଉଁଠାରେ ଚଳିତ ବର୍ଷ ପାଠପଢା ମଧ୍ୟ ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ପାଠପଢା ସମେତ ଶାରୀରିକ ବିକାଶ ପାଇଁ ରାଜ୍ୟରେ ନୂଆ-ଓ କାର୍ଯ୍ୟକ୍ରମ ଚାଲିଛି ।

*ରୂପାନ୍ତରିତ ହେଲା ହାଇସ୍କୁଲ*

ରାଜ୍ୟରେ ପ୍ରାୟ 8679ଟି ସ୍କୁଲ ରୂପାନ୍ତରିକରଣ କରାଯାଇଛି । ଫାଇଭ-ଟି କାର୍ଯ୍ୟକ୍ରମରେ ଅନେକ ହାଇସ୍କୁଲର ଚେହେରା ବଦଳିଛି । ଚାକଚକ୍ୟ କ୍ଲାସରୁମରେ ପାଠ ପଢୁଛନ୍ତି ପିଲା । କଳାପଟା ଛାଡି ଏବେ ଡିଜିଟାଲ ମାଧ୍ୟମରେ ପାଠପଢା ଚାଲିଛି । ସ୍କୁଲ କ୍ୟାମ୍ପସ ଠାରୁ ଆରମ୍ଭ କରି ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ଇତ୍ୟାଦି ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ଵ ଦିଆଯାଇଛି । ଯେଉଁ କାରଣରୁ ଘରୋଇ ସ୍କୁଲ ଛାଡ଼ି ଏବେ ସରକାରୀ ସ୍କୁଲ ମୁହାଁ ହେଉଛନ୍ତି ପିଲା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 1075ଟି ହାଇସ୍କୁଲର ରୂପାନ୍ତରିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ 3,470ଟି, ତୃତୀୟ ପର୍ଯ୍ୟାୟରେ 2,336 ଓ ଚତୁର୍ଥ ପର୍ଯ୍ୟାୟର 1,789ଟି ହାଇସ୍କୁଲ ରୂପାନ୍ତରଣ କରାଯାଇଛି ।

*ମୋ ସ୍କୁଲ ଓ ମୋ କଲେଜ ଅଭିଯାନ*

ରାଜ୍ୟରେ ମୋ ସ୍କୁଲ ଏବଂ ମୋ କଲେଜ ଅଭିଯାନ ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛି । ପୁରାତନ ଛାତ୍ରଛାତ୍ରୀ ହଜାର ହଜାର ସଂଖ୍ୟାରେ ଏହି ଅଭିଯାନ ସହିତ ଯୋଡି ହେଉଛନ୍ତି । ସ୍କୁଲ ଓ କଲେଜ ଭିତ୍ତିଭୂମିର ଉନ୍ନତି ପାଇଁ ପାଣ୍ଠି ସଂଗ୍ରହ କରି ନୂଆ ନୂଆ ପଦକ୍ଷେପ ମାନ ନିଆଯାଇଛି । ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା 61 ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ ଦେଉଛନ୍ତି । ଏପଟେ ମୋ ସ୍କୁଲ ଅଭିଯାନର ଅଧୀନରେ ଥିବା ରାଜ୍ୟର 5,195ଟି ପ୍ରାଥମିକ ସ୍କୁଲର ଉନ୍ନତିକରଣ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ ୨୦୨୩: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ ୧ ପ୍ରେରଣରେ ଇସ୍ରୋର ଅସୀମ ସଫଳତା

*ବଦଳିଲା ସ୍କୁଲ ୟୁନିଫର୍ମ*

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ ବଦଳିଲା । ଅଗଷ୍ଟ 15 ତାରିଖରୁ ଧଳା ରଙ୍ଗର ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ବଦଳରେ ଚେକ୍ ସାର୍ଟ ଓ ଫୁଲ ପ୍ୟାଣ୍ଟ ପିନ୍ଧି ସ୍କୁଲ ଆସିଲେ ପିଲା । ଯାହା ପୁରାପୁରି ଇଂରାଜୀ ମାଧ୍ୟମିକ ପିଲାଙ୍କ ଭଳି ଦେଖାଗଲା । ଛାତ୍ରମାନେ ଗ୍ରୀନ ଓ ଧଳା ରଙ୍ଗର ଚେକ୍ ସାର୍ଟ ସହ ଗ୍ରୀନ ରଙ୍ଗର ଫୁଲ ପ୍ୟାଣ୍ଟ୍ ଏବଂ ଛାତ୍ରୀମାନେ ଗ୍ରୀନ ଓ ଧଳା ରଙ୍ଗର ଚେକ୍ ସଲୱାର୍ ସହିତ ଗ୍ରୀନ ରଙ୍ଗର ଜ୍ୟାକେଟ ପିନ୍ଧିଲେ । ସପ୍ତାହକୁ କେବଳ ଗୋଟିଏ ଦିନରେ ଟି-ସାର୍ଟ ଓ ଟ୍ରାକ ପ୍ୟାଣ୍ଟ ପିନ୍ଧି ଆସୁଛନ୍ତି । ଏହାର ରଙ୍ଗ ନୀଳ ନାଲି ହଳଦିଆ ଏବଂ ସବୁଜ ରଖାଯାଇଛି । ଏଥିସହ ଆମେ ଗଢ଼ିବୁ ନୂଆ ଓଡ଼ିଶା ଲୋଗ ଥିବା ଟୋପି ଏବଂ ସାଇକେଲ ନେଇ ଛାତ୍ରଛାତ୍ରୀ ସ୍କୁଲକୁ ଆସୁଛନ୍ତି ।

*ମାଗଣାରେ ଡାକ୍ତରୀ ଓ ଇଂଜିନିୟରିଂ କୋଚିଂ*

'ଛାତ୍ର ପ୍ରୋତ୍ସାହନ ଯୋଜନା' ଯୋଜନା ମାଧ୍ୟମରେ ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ ଦିଆଯିବ । ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ । ଯେଉଁମାନେ ଦଶମ ଶ୍ରେଣୀରେ ମେଧାବୀ ଛାତ୍ରଛାତ୍ରୀ ରହିଥିବେ, ସେହିମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ଗରୀବ ମେଧାବୀ ପିଲାମାନଙ୍କୁ ଉନ୍ନତ ଶିକ୍ଷା ଦେଇ ଭବିଷ୍ୟତ ଗଠନ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏଥିସହ ଏହି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ୭ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ମେଧା ଭିତ୍ତିରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ହାଇସ୍କୁଲର ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବ ।

*ମାଗଣାରେ ଜେଇଇ ଏବଂ ନିଟ କୋଚିଂ*

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ଜେଇଇ ଓ ନିଟ କୋଚିଂ । ନିଟ ଓ ଜେଇଇ ପାଇଁ ଅଧ୍ୟୟନ କରୁଥିବା ଆଶାୟୀମାନଙ୍କୁ ସପ୍ଲିମେଣ୍ଟାରୀ ଭାବରେ ଅନଲାଇନ କୋଚିଂ ପ୍ରଦାନ କରାଯିବ । ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏହି ମାଗଣା କୋଚିଂ। ଯେଉଁ ଅଞ୍ଚଳରେ ଛାତ୍ରଛାତ୍ରୀ ମାଟ୍ରିକ ପରେ ଅର୍ଥ ଅଭାବରୁ ପାଠ ପଢି ପାରୁନଥିଲେ ସେମାନେ ମାଗଣାରେ ସେହି କଲେଜରେ କୋଚିଂ ନେଇପାରିବେ । ଏହି ପିଲାମାନଙ୍କୁ ସ୍ୱତନ୍ତ୍ର ଭାବେ ଏକ୍ସପର୍ଟ ପାଠ ପଢ଼ାଇବେ । ଚଳିତ ବର୍ଷ ଏକାଦଶ ଶ୍ରେଣୀର ପିଲାମାନଙ୍କୁ ଏହି କୋଚିଂ ଦିଆଯିବ ।

*କଲେଜ କ୍ୟାମ୍ପସରେ ମାଗଣା ୱାଇଫାଇ*

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ୱାଇ-ଫାଇ( WiFi) ସୁବିଧା କରାଯିବ । ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯିବା ନେଇ ପଦକ୍ଷେପ ନିଆଯାଇଛି । ଛାତ୍ରଛାତ୍ରୀଙ୍କ ହାତ ପାହାନ୍ତାରେ ମିଳିବ ହାଇସ୍ପିଡ ଇଣ୍ଟରନେଟ୍ ସେବା । ଅଧିକାଂଶ ପାଠ୍ୟପୁସ୍ତକ ଅନଲାଇନରେ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ଯାହାଫଳରେ ଇଣ୍ଟରନେଟ ସୁବିଧା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ଏବଂ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିପାରିବ । କ୍ୟାମ୍ପସରେ ଇ-ଲର୍ନିଂକୁ ସୁଗମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

*ମହାବିଦ୍ୟାଳୟ ହେଲା ବିଶ୍ଵବିଦ୍ୟାଳୟ*

ରାଜ୍ୟରେ ଥିବା ପୁରୁଣା ଓ ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟ ଏବଂ ଧରଣୀଧର ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟରେ ପରିଣତ ହୋଇଛି । ଜୟପୁରର ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ୭୫ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପୋଷ୍ଟ ଗ୍ରାଜୁଆଟ ପ୍ରୋଗ୍ରାମ, ୧୭ଟି ଅଣ୍ଡର ଗ୍ରାଜୁଆଟ ପ୍ରୋଗ୍ରାମ ସହିତ ବିବିଏ, ବିସିଏ, ବି.ଇ.ଡି ପାଠ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ୪ ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ, ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହାଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଦକ୍ଷିଣ ଓଡିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଅନ୍ୟପଟେ କେନ୍ଦୁଝରର ଧରଣୀଧର କଲେଜ ମଧ୍ୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି ।

*ବିଶ୍ବବିଦ୍ୟାଳୟକୁ ମିଳିଲା ନାକ ମାନ୍ୟତା*

ରାଜ୍ୟରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟକୁ ମିଳିଛି ନାକ ମାନ୍ୟତା । ରେଭେନ୍ସା ବିଶ୍ଵବିଦ୍ୟାଳୟ ନାକ୍ ମାନ୍ୟତା ପାଇଛି । ପୂର୍ବରୁ ରେଭେନ୍ସା ନାକ A+ ଗ୍ରେଡ ପାଇଥିବା ବେଳେ ଚଳିତ ବର୍ଷ ଏହା A++ ଗ୍ରେଡ ମାନ୍ୟତା ପାଇଛି । ସେହିଭଳି ଫକୀରମୋହନ ବିଶ୍ଵବିଦ୍ୟାଳୟ ମଧ୍ୟ ନାକ ମାନ୍ୟତା B+ ଗ୍ରେଡ ରୁ A ଗ୍ରେଡ ପାଇଛି । ତେବେ ସବୁଠାରୁ ବିବାଦରେ ଥିବା ଉତ୍କଳ ବିଶ୍ଵବିଦ୍ୟାଳୟ ପୂର୍ବରୁ ଯେଉଁ A+ ନାକ ମାନ୍ୟତା ପାଇଥିଲା ଚଳିତ ବର୍ଷ ମଧ୍ୟ ସେହି ମାନ୍ୟତା ରହିଛି । ନାକ ମୂଲ୍ୟାୟନରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିବା ଆଶା ଥିଲା କିନ୍ତୁ ଏହା ଖସି A ଗ୍ରେଡକୁ ଆସିଥିଲା। ଏନେଇ ବାଦବିବାଦ ପରେ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିଲେ । ତେବେ ପୁନଃ ଯାଞ୍ଚ ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୂର୍ବ ଭଳି A+ ନାକ୍ ମାନ୍ୟତା ମିଳିଥିଲା ।

*ସିଏଚ୍ଏସଇର ନୂଆ ଢାଞ୍ଚା*

ଚଳିତ ବର୍ଷ CHSE ଅନେକ କିଛି ପରିବର୍ତ୍ତନ କରିବା ସହ ନାନା ପଦକ୍ଷେପ ନେଇଛି । ନୂଆ ନୂଆ ଢାଞ୍ଚା ବନାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷା ଠାରୁ ଆରମ୍ଭ କରି ପିଲାଙ୍କୁ ସାର୍ଟିଫିକେଟ ଦେବା ପର୍ଯ୍ୟନ୍ତ ସବୁଠି ନୂଆ ନୂଆ ପଦକ୍ଷେପ । ପିଲାମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବା ନେଇ ଆରମ୍ଭ କରିଛି ପ୍ରଶ୍ନପତ୍ର ବ୍ୟାଙ୍କ । ଯେଉଁଥିରେ ପିଲାମାନେ ପୂର୍ବ ପ୍ରଶ୍ନପତ୍ର ଦେଖି ପରୀକ୍ଷା ପାଇଁ ଅଭ୍ୟାସ କରିପାରିବେ ଏବଂ ଭଲ ରେଜଲ୍ଟ ପାଇବେ । ଏହାସହ ସିବିଏସଇ ଢାଞ୍ଚାରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଏପଟେ ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଲାଇଭ ଷ୍ଟ୍ରିମିଙ୍ଗ କରାଯିବ । ଯାହା ପ୍ରଥମ କରି ଆରମ୍ଭ କରାଯାଇଛି । ଚଳିତ ବର୍ଷ ମଧ୍ୟ ଡ଼ିଜି ଲକରରେ ପିଲାଙ୍କ ସାର୍ଟିଫିକେଟ ମାର୍କ ସିଟ ଉପଲବ୍ଧ ହୋଇଛି । ପ୍ରଥମ କରି ଯୁକ୍ତ ଦୁଇ ନାମଲେଖା ପାଇଁ ଚଳିତ ବର୍ଷ ନାମ ଲେଖାଇଥିବା ପିଲାମାନଙ୍କୁ ହ୍ୱାଟ୍ସଆପ ଜରିଆରେ ଇଣ୍ଟିମେଶନ ଲେଟର ଦିଆଯାଇଥିଲା ।

*ନିଯୁକ୍ତି ପର୍ବ*

ଚଳିତ ବର୍ଷ ଖାଲି ଥିବା ଶିକ୍ଷକ ପଦ ପୂରଣ କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ହଜାର ହଜାର ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଚାଲିଥିଲା । ସରକାରୀ ହାଇସ୍କୁଲ ଶିକ୍ଷକ ପାଇଁ 7540 ଶିକ୍ଷକ ପଦବୀ, କନିଷ୍ଠ ଶିକ୍ଷକ 20 ହଜାର ପଦବୀ, ସରକାରୀ ହାଇସ୍କୁଲ ଶିକ୍ଷକ ପାଇଁ 6025, ପୂର୍ଣ୍ଣ ଅନୁଦାନ ହାଇସ୍କୁଲ ଶିକ୍ଷକ ପାଇଁ 2064 ଏବଂ ପିଜିଟି ପଦବୀ ପାଇଁ 3 ଟି ପର୍ଯ୍ୟାୟରେ 1898 ପଦବୀ ସୃଷ୍ଟି କରାଯାଇଛି । ଅନ୍ୟପଟେ ରାଜ୍ୟରେ ଖୁବଶୀଘ୍ର ପ୍ରକାଶ ପାଇବାକୁ ଯାଉଛି 1008ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ । 23 ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଏହି ନିଯୁକ୍ତି ଦିଆଯିବ । ପୂର୍ବରୁ 50 ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟରୁ ଉନ୍ନୀତ ହୋଇଥିବା 106ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ନିଯୁକ୍ତି କରାଯିବ ।

*ଡ୍ରପ୍ ଆଉଟ୍ ପିଲାଙ୍କୁ ନିଯୁକ୍ତିକ୍ଷମ*

ରାଜ୍ୟରେ ଡ୍ରପ୍ ଆଉଟ୍ ସମସ୍ୟା ଚିନ୍ତାଜନକ ରହିଛି । ସ୍କୁଲ୍ ଡ୍ରପ୍ ଆଉଟ୍ ହାର ବୃଦ୍ଧିକୁ ନେଇ ଚାରିଆଡ଼େ ସମାଲୋଚନା ହୋଇଛନ୍ତି ରାଜ୍ୟ ସରକାର । ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ସ୍କୁଲ ଡ୍ରପ୍ ଆଉଟ୍ ହେଉଛନ୍ତି । ଏନେଇ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ସହଯୋଗରେ ଦଶମ ଶ୍ରେଣୀରେ ଫେଲ୍ ଓ ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ବିଷୟରେ ତାଲିମ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପସନ୍ଦର ଯେକୌଣସି ଟ୍ରେଡର ଦକ୍ଷତା ବିକାଶ ପାଇଁ ୩ ରୁ ୬ ମାସର ପ୍ରଶିକ୍ଷଣ ପ୍ରଦାନ କରାଯିବ । କିଛି ଜିଲ୍ଲାରେ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କାଉନସେଲିଂ ବ୍ୟବସ୍ଥା କରାଯାଉଛି । ଯାହାଫଳରେ ଏହି ପ୍ରଶିକ୍ଷଣ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ସାହାଯ୍ଯ କରିବ ।

*ନକଲି ଶିକ୍ଷକ ଓ ପରୀକ୍ଷାର୍ଥୀ*

ଚଳିତ ବର୍ଷ ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ସେହି ଶିକ୍ଷକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏବେ ବି ରାଜ୍ୟରେ ଧରପଗଡ ଜାରି ରହିଛି । ଅନେକ ଲୋକ ଜାତି, ଜନ୍ମ ଓ ଶିକ୍ଷାଗତ ଯୋଗ୍ୟତା ଜାଲିଆତି କରି ଶିକ୍ଷକତା କରୁଛନ୍ତି । ଏହି ଅଭିଯୋଗ ଆଧାରରେ ରାଜ୍ୟରେ 300ରୁ ଅଧିକ ନକଲି ଶିକ୍ଷକ ଚିହ୍ନଟ ହୋଇଥିଲେ । ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଟକ, ବଲାଙ୍ଗୀର ଭଳି ଅନେକ ଜିଲ୍ଲାରୁ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ନକଲି ଶିକ୍ଷକଙ୍କ ସହ ନକଲି ପରୀକ୍ଷାର୍ଥୀମାନେ ମଧ୍ୟ ସକ୍ରିୟ ହୋଇଛନ୍ତି । ଚଳିତ ବର୍ଷ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରବେଶିକା ପରୀକ୍ଷା ପାଇଁ କିଛି ପିଲା ନକଲି ପରୀକ୍ଷାର୍ଥୀ ଭାବରେ ଆସି ପରୀକ୍ଷା ଦେଉଥିବାର ନଜରକୁ ଆସିଛି । ସେମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବିକାଶ କୁମାର ଦାସ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.