ETV Bharat / state

Elephant Day: ନନ୍ଦନକାନନରେ ହାତୀ ଖାଇଲା ମନପସନ୍ଦର ଫଳ - ବିଶ୍ବ ହାତୀ ଦିବସ

ନନ୍ଦନକାନନରେ ବିଶ୍ଵ ହାତୀ ଦିବସ ପାଳନ । ପ୍ରାଣୀ ଉଦ୍ୟାନ ପକ୍ଷରୁ ହାତୀଙ୍କୁ ମନପସନ୍ଦର ଫଳ ଖାଇବାକୁ ଦିଆଯାଇଛି । ଅଧିକ ପଢ଼ନ୍ତୁ

Elephant Day 2023
ବିଶ୍ବ ହାତୀ ଦିବସ
author img

By

Published : Aug 12, 2023, 7:49 PM IST

ବିଶ୍ବ ହାତୀ ଦିବସ

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ହାତୀ ଦିବସ । 2012 ମସିହା ଅଗଷ୍ଟ 12ରୁ ହାତୀ ଦିବସ ପାଳନ ହୋଇ ଆସୁଛି । ଏହି ଅବସରରେ ନନ୍ଦନକାନନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରାଣୀ ଉଦ୍ୟାନ ପକ୍ଷରୁ ହାତୀଙ୍କୁ ମନପସନ୍ଦର ଫଳ ଖାଇବାକୁ ଦିଆଯାଇଛି । ହାତୀଙ୍କ ସୁରକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ ହେବା ସହ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜିତ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ନନ୍ଦନକାନନରେ 4 ଟି ହାତୀ ଅଛି । ଗୋଟିଏ 6 ମାସର ରହିଥିବା ବେଳେ ଅନ୍ୟ 3ଟି ହାତୀ ବାସନ୍ତୀ, ହୀରା ଓ ମାମା ରହିଛନ୍ତି । ଏହି 3 ହାତୀଙ୍କୁ ହାତୀଶାଳରେ କଦଳୀ, ନଡ଼ିଆ, ଆଖୁ, ସେଓ, ତରଭୁଜ ଏବଂ ମକା ଆଦି ଖାଇବାକୁ ଦିଆଯାଇଛି । ଏହାସହ 6 ମାସର ଛୋଟ ହାତୀ ଅଭିକୁ ଏକ ଘର ଭିତରେ ଖାଇବାକୁ ଦିଆଯାଇଛି । ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ କୁଇଜ ପ୍ରତିଯୋଗିତା, ଚିତ୍ରାଙ୍କନ, ସ୍ଲୋଗାନ ଓ ଦସ୍ତଖତ ଅଭିଯାନ କରାଯାଇଛି । ଯେଉଁଥିରେ କୁନିକୁନି ପିଲାମାନେ ଅଂଶଗ୍ରହଣ କରିଛନ୍ତି । ହାତୀ ଦିବସ ଅବସରରେ ଭାଗନେଇଥିବା ପ୍ରତିଯୋଗୀଙ୍କୁ ଇ-ସାର୍ଟିଫିକେଟ ଦିଆଯିବ । ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କୁ ସାର୍ଟିଫିକେଟ ସହ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯିବ । ତେବେ ହାତୀମାନଙ୍କର ଯତ୍ନ ନେଉଥିବା ମାହୁନ୍ତ ମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Elephant Day: ଜନବସତି ସହ ତାଳଦେଇ ବଢୁଛି ହାତୀ-ମଣିଷ ଲଢେଇ, ସୁରକ୍ଷା ପାଇଁ ଆହ୍ବାନ

ସେପଟେ ହାତୀ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଆଦି ଉପସ୍ଥିତ ରହି ହାତୀ ମାନଙ୍କ ସୁରକ୍ଷା ଏବଂ ଏଥିପାଇଁ କଣ ଚ୍ୟାଲେଞ୍ଜ ରହିବ ସେନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଭାରତର ସାଂସ୍କୃତିକ ପ୍ରତୀକ ହେଉଛି ହାତୀ । ଭାରତ ହାତୀ ସଂରକ୍ଷଣରେ ଗୋଟେ ପ୍ରମୁଖ ଭୂମିକା ବହନ କରୁଛି । 2017 ହାତୀ ଗଣନା ଅନୁସାରେ ପ୍ରାୟ 30 ହଜାର ହାତୀ ଭାରତରେ ଅଛନ୍ତି । ହାତୀଙ୍କ ପାଇଁ ଦେଶରେ 33ଟି ହାତୀ ରିଜର୍ଭ ରହିଛି । ପ୍ରତିବର୍ଷ ହାତୀ-ମଣିଷ ଲଢ଼େଇ ଯୋଗୁଁ ପ୍ରାୟ 500 ଲୋକ ମରୁଥିବା ବେଳେ ଲୋକଙ୍କ ଆକ୍ରୋଶ ଯୋଗୁଁ 100 ହାତୀ ମରୁଛନ୍ତି । ଏହାକୁ କମାଇବା ଏବେ ଭାରତ ସରକାରଙ୍କ ପାଇଁ ଗୋଟେ ବଡ ଚ୍ୟାଲେଞ୍ଜ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.