ETV Bharat / state

ବନ୍ୟପ୍ରାଣୀ ସୁରକ୍ଷା ସହ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆବଶ୍ୟକ

author img

By ETV Bharat Odisha Team

Published : Oct 6, 2023, 7:52 AM IST

ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ଆଇନ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ । ଜଙ୍ଗଲ ସଂରକ୍ଷଣକୁ ଦୃଷ୍ଟିରେ ରଖି ପୋଷଣୀୟ ଖଣିଜ ସଂପଦର ଉତ୍ତୋଳନ ଓ ଆଇନ ବିଭାଗୀୟ ଦିଗ ଉପରେ ଅନୁଶୀଳନ କରିବାକୁ ଗୁରୁତ୍ବ । ଅଧିକ ପଢନ୍ତୁ

ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ଆଇନ-୨୦୨୩ କାର୍ଯ୍ୟକ୍ରମ

ଭୁବନେଶ୍ବର: ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ଆଇନ-୨୦୨୩ ସଂପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ସଂପ୍ରତି ଜଙ୍ଗଲ ସଂରକ୍ଷଣ ସଙ୍ଗେ ସଙ୍ଗେ ଉନ୍ନୟନକୁ ଦୃଷ୍ଟିରେ ରଖି ସନ୍ତୁଳିତ ବିକାଶ ଦିଗରେ ପୂର୍ବ ଆଇନରେ ଆବଶ୍ୟକ ସଂଶୋଧନ କରାଯିବା ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଛି । ଜଙ୍ଗଲ ବ୍ୟବହାର କରୁଥିବା ବ୍ୟବହାରୀ ସଂସ୍ଥାମାନେ ଜଙ୍ଗଲ ସଂରକ୍ଷଣ ନିୟମ (ସଂଶୋଧନ) ସମ୍ପର୍କରେ ଭଲ ଭାବେ ଜାଣିବା, ଜଙ୍ଗଲ ସଂରକ୍ଷଣକୁ ଦୃଷ୍ଟିରେ ରଖି ପୋଷଣୀୟ ଖଣିଜ ସମ୍ପଦର ଉତ୍ତୋଳନ ଓ ଆଇନ ବିଭାଗୀୟ ଦିଗ ଉପରେ ଅନୁଶୀଳନ କରିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

୧୯୮୦ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଜଙ୍ଗଲ ସଂରକ୍ଷଣ ଆଇନରେ ଆବଶ୍ୟକୀୟ ସଂଶୋଧନ କରାଯାଉଛି । ଏହି ପ୍ରସଙ୍ଗ ଉପରେ ତର୍କ, ଅନୁଶୀଳନ ଓ ଆଲୋଚନା ପୂର୍ବକ ସବୁ ସ୍ତରରୁ ମତାମତ ଓ ସହମତିର ଆବଶ୍ୟକତା ରହିଛି । ଜଙ୍ଗଲ(ସଂରକ୍ଷଣ) ସଂଶୋଧନ ଆଇନ-୨୦୨୩ ପରିପ୍ରେକ୍ଷୀରେ ଏକ କମିଟି ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛି । ଏହି କମିଟି ଜଙ୍ଗଲ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସରକାରୀ ଅନୁଷ୍ଠାନ, ସ୍ବେଚ୍ଛାସେବୀ ସଂଗଠନ, ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାମାନଙ୍କ ଠାରୁ ମତାମତ ଗ୍ରହଣ କରି ଭାରତ ସରକାରଙ୍କୁ ବିବରଣୀ ପଠାଇବ । ବିଶ୍ବ ସମୁଦାୟ ନିକଟରେ ୨୦୭୦ ମସିହା ସୁଦ୍ଧା ‘ଶୂନ’ କାର୍ବନ ନିର୍ଗମନର ଯେଉଁ ପ୍ରତିବଦ୍ଧତା ରହିଛି, ତାହାକୁ ନିଶ୍ଚିତ କରିବାରେ କାର୍ଯ୍ୟକାରୀ ହେବାକୁ ଥିବା ସଂଶୋଧିତ ଆଇନ୍ ସହାୟକ ହେବ ବୋଲି ସୂଚନା ମିଳିଛି ।

ବନ୍ୟପ୍ରାଣୀ ସୁରକ୍ଷା ସହ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆବଶ୍ୟକ
ବନ୍ୟପ୍ରାଣୀ ସୁରକ୍ଷା ସହ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆବଶ୍ୟକ
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଜଙ୍ଗଲ ସଂରକ୍ଷଣ ସହିତ ଓ ସନ୍ତୁଳିତ ବିକାଶ ପରିପ୍ରେକ୍ଷୀରେ ସଂପୃକ୍ତ ଅଂଚଳର ଜନସାଧାରଣ ମାନସିକ ସ୍ତରରେ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ଜଙ୍ଗଲ ସଂରକ୍ଷଣ ଓ ବିକାଶକୁ ଦୃଷ୍ଟିରୁ ରହିଥିବା ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ଆଲୋଚନା ପୂର୍ବକ ସରକାତ୍ମକ ପ୍ରସଙ୍ଗରେ ଭାରତ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବାକୁ ସେ ମତ ରଖିଛନ୍ତି । ଜଙ୍ଗଲ ସଂରକ୍ଷଣକୁ ଦୃଷ୍ଟିରେ ରଖି ପୋଷଣୀୟ ଖଣିଜ ସମ୍ପଦର ଉତ୍ତୋଳନ ଓ ଆଇନ ବିଭାଗୀୟ ଦିଗ ଉପରେ ଅନୁଶୀଳନ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: 'ଉତ୍କର୍ଷ ତାଲିମ କେନ୍ଦ୍ରରେ ପରିଣତ ହେବ ମହିଳା ଓ ଶିଶୁ ବିକାଶ କେନ୍ଦ୍ର '

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ତଥା ଇସ୍ପାତ ଓ ଖଣି ବିଭାଗ ଦେଓ ରଞ୍ଜନ କୁମାର ସିଂ କହିଛନ୍ତି ଯେ, ବିକାଶ ପାଇଁ ଖଣିର ଉପଯୋଗ ଆବଶ୍ୟକତା ରହିଛି । ଦୈନନ୍ଦିନ ପ୍ରତ୍ୟେକ ବ୍ୟବହାର୍ଯ୍ୟ ଉତ୍ପାଦ ଇସ୍ପାତରୁ ହିଁ ପ୍ରସ୍ତୁତ । ସମାନ ଭାବରେ ପରିବେଶ ସୁରକ୍ଷା ମଧ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଣୁ ବିକାଶ ସହିତ ପରିବେଶର ସୁରକ୍ଷାକୁ ଦୃଷ୍ଟି ଦେଇ ସନ୍ତୁଳିତ ବିକାଶ ପାଇଁ ଜଙ୍ଗଲ(ସଂରକ୍ଷଣ) ଆଇନର ମାର୍ଗଦର୍ଶିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରଧାନ ବନ ସଂରକ୍ଷଣ(ବନ୍ୟପ୍ରାଣୀ) ଏସ. କେ ପୋପଲି, ପ୍ରଧାନ ବନ ସଂରକ୍ଷକ ତଥା ମୁଖ୍ୟ ବନପାଳ ଦେବୀଦତ୍ତ ବିଶ୍ବାଳ ଯୋଗ ଦେଇ ଏହି ଆଇନ (ସଂଶୋଧନ)ରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ଅବଗତ କରାଇଛନ୍ତି । ଡିଡିଜିଏଫ(ସେଣ୍ଟ୍ରାଲ) ଏ. ତିୱାରୀଙ୍କ ସହ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀ, ବିଭିନ୍ନ ଜିଲ୍ଲାରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ବିଭାଗ, ଖଣି ବିଭାଗ ଓ ଜଙ୍ଗଲ ସଂରକ୍ଷଣ ସଂପର୍କିତ ବିଭିନ୍ନ ସଂସ୍କାର କର୍ତ୍ତୃପକ୍ଷମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.