ETV Bharat / state

ଅସହାୟଙ୍କୁ ଦେଖି ବଦଳିଗଲା ମନ, ସାହାଯ୍ୟ କରିବା ପାଇଁ ଦହିବରା ବିକ୍ରି କରୁଛନ୍ତି ଉଚ୍ଚ ଶିକ୍ଷିତା - ଭୁବନେଶ୍ବରର ଆଶ୍ୟକ୍ତା ପଣ୍ଡା

ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଯୁବତୀଙ୍କ ପ୍ରୟାସ । ମେଳାରେ ବୁଲିବୁଲି ଦହିବରା ଆଳୁଦମ ବିକ୍ରି କରୁଛନ୍ତି ଭୁବନେଶ୍ବରର ଆଶ୍ୟକ୍ତା ପଣ୍ଡା । ଅଧିକ ପଢନ୍ତୁ

Etv Bharat
ସାହାଯ୍ୟ କରିବା ପାଇଁ ଦହିବରା ବିକ୍ରି କରୁଛନ୍ତି ଉଚ୍ଚ ଶିକ୍ଷିତା
author img

By

Published : Nov 9, 2022, 1:25 PM IST

Updated : Nov 9, 2022, 2:13 PM IST

ଭୁବନେଶ୍ୱର: ପେଶାରେ ଜଣେ କର୍ପୋରେଟ ଚାକିରିଆ , କିନ୍ତୁ ନିଶା ତାଙ୍କର ଲୋକଙ୍କୁ ସେବା ଯୋଗାଇବା । ଏଥିପାଇଁ ସେ ବିକ୍ରି କରୁଛନ୍ତି ଦହିବରା ଆଲୁଦମ । ବିଭିନ୍ନ ମେଳାରେ ବୁଲିବୁଲି ଦହିବରା ଆଲୁଦମ ବିକ୍ରି କରୁଛନ୍ତି ଉଚ୍ଚ ଶିକ୍ଷିତା ଯୁବତୀ ଆଶ୍ୟକ୍ତା ପଣ୍ଡା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ ସେ ନିଜ ପାଇଁ ନୁହେଁ ବରଂ ଅସହାୟ ଓ କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ସେ ଏପରି କାମ କରୁଛନ୍ତି । ଖାଲି ଦହିବରା ଆଳୁଦମ ନୁହଁ ତା ସାଙ୍ଗକୁ କିଛି ହାତ ତିଆରି ଆଇଟମ କରି ମେଳାରେ ବିକ୍ରି କରୁଛନ୍ତି ଆଶ୍ୟକ୍ତା । ନିଜ ରୋଜଗାରରେ ସେ ଏବି ବ୍ୟବସାୟ କରୁଥିବା ବେଳେ ଏଥିରୁ ଅର୍ଜିତ ଟଙ୍କାକୁ ଅନାଥ ଓ କ୍ୟାନସର ରୋଗିଙ୍କ ପାଇ ଏକାଠି କରୁଛନ୍ତି। ରାଜଧାନୀର ପ୍ରଦର୍ଶନୀ ପଡିଆରେ ଏପରି ଠେଲା ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ଆଶ୍ୟକ୍ତା ।

ସାହାଯ୍ୟ କରିବା ପାଇଁ ଦହିବରା ବିକ୍ରି କରୁଛନ୍ତି ଉଚ୍ଚ ଶିକ୍ଷିତା

ଭୁବନେଶ୍ୱର ନୟାପଲ୍ଲୀ ଲେନ ୩ରେ ରୁହନ୍ତି ଆଶ୍ୟକ୍ତା ପଣ୍ଡା । ଯେକି ଜଣେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟସ ତଥା ଆଇଏଏସ ଦିନନାଥ ପଣ୍ଡାଙ୍କ ନାତୁଣୀ । ଆଶ୍ୟକ୍ତାଙ୍କ ବାପା ଜଣେ ସରକାରୀ ପ୍ରଫେସର ହୋଇଥିବା ବେଳେ ମାଆ ଏକ ଘରୋଇ ଶିକ୍ଷାନୁଷ୍ଠାନ ଚଳାଉଛନ୍ତି । ଆଶ୍ୟକ୍ତା ନିଜେ ମଧ୍ୟ କର୍ପୋରେଟ ହାଉସର କର୍ମଚାରୀ ଭାବେ କାର୍ଯ୍ୟରତ । ପିଲାବେଳୁ ବିଭିନ୍ନ ସ୍ଥାନରେ ଅନାଥ ଆଶ୍ରମ ବୁଲିବାକୁ ଯାଇଥିବା ବେଳେ ତାଙ୍କର ମନ ପରିବର୍ତ୍ତନ ହୋଇଥିଲା । ଏହାପରେ ସେ ଲୋକଙ୍କ ସେବା କରିବା ପାଇଁ ସ୍ଥିର କଲେ । ପିଲା ବେଳୁ ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମର ଥିବା ଲୋକଙ୍କ ସେବା କରିବା ପାଇଁ ବେଶ ତତ୍ପର ଥିଲେ। ତେଣୁ ଅଧିକରୁ ଅଧିକ ସେବା ଯୋଗାଇବାକୁ ସେ ଚାକିରି କରିଥିଲେ ମଧ୍ୟ ବିଭିନ୍ନ ମେଳାରେ ଦହିବରା ଆଳୁଦମ ବିକ୍ରି କରୁଛନ୍ତି । ସନ୍ଧ୍ୟା ସମୟରେ ନିଜର ଷ୍ଟଲ ଲଗାଇ ଏପରି କିଛି ହାତ ତିଆରି ଖାଦ୍ୟ ବିକ୍ରି କରୁଥିବା ବେଳେ ଯୁବତୀଙ୍କ ଉପରେ ପଡିଥିଲା କ୍ୟାମେରାର ଲେନ୍ସ ।

ଆଶ୍ୟକ୍ତା ଓୟୁଏଟିରେ ପାଠ ପଢିଥିବା ବେଳେ ଓଡିଶୀ ନୃତ୍ୟରେ ସ୍ନାତ୍ତକ ହାସଲ କରିଛନ୍ତି । ଏଥିସହ XIMBଭଳି ଅନୁଷ୍ଠାନରୁ MBA ପାସ୍‌ ହୋଇ ଏବେ ଏକ କର୍ପୋରେଟ ହାଉସରେ ଭଲ ଦରମାରେ କାମ କରୁଛନ୍ତି । ତେବେ ତାଙ୍କ ମାଆ ସଂଯୁକ୍ତା ପଣ୍ଡା କହିଛନ୍ତି, "ପିଲାବେଳୁ ସେବାପ୍ରତି ମନୋଭାବ ରହିଛି ମୋ ଝିଅର । ଯାହାକୁ ଆମେ ପ୍ରୋତ୍ସାହିତ କରିଛୁ । ଏବେ ଭଲ କମ୍ପନୀରେ କାମ କରୁଛି , ଫ୍ରି ଟାଇମରେ ସେ ସପିଂ ମଲ କି ଅଯଥା ବୁଲାବୁଲିରେ ମନ ନ ଦେଇ ଏପରି କରି ଅନାଥ, ବୃଦ୍ଧାଶ୍ରମ ଓ କ୍ୟାନ୍ସର ପିଡିତଙ୍କ ପାଇଁ ଫଣ୍ଡ ଏକଠି କରୁଛି । ଝିଅର ଏପରି କାମ ପାଇଁ ଆମେ ଗର୍ବିତ ।"

ଇଟିଭି ଭାରତ, ଭୁବନେଶ୍ୱର

Last Updated : Nov 9, 2022, 2:13 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.