ETV Bharat / state

ସଙ୍କଟରେ କାଠ ଡଙ୍ଗା କାରିଗରଙ୍କ କୌଳିକ ବୃତ୍ତି

ସଙ୍କଟରେ ଡଙ୍ଗା କାରିଗର । କାଠ ଡଙ୍ଗା ତିଆରିକରି ନାଁ କମେଇଥିବା ଗାଁ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକର ମଙ୍ଗଳାଯୋଡି।  ତେବେ ସମୟ ବଦଳିବା ସହ ହାତ ଯାଗାରେ ମେସିନ କାମ କରୁଛି । ଯାହାଫଳରେ ଫାଇବର ଡଙ୍ଗା  କାଠ ଡଙ୍ଗାର ସ୍ଥାନ ନେବାକୁ ବସିଛି ।

ଡିଜାଇନ ଫଟୋ
author img

By

Published : Nov 25, 2019, 2:08 PM IST

Updated : Nov 25, 2019, 2:33 PM IST

ଖୋର୍ଦ୍ଧା: ସଙ୍କଟରେ ଡଙ୍ଗା କାରିଗର । କାଠ ଡଙ୍ଗା ତିଆରିକରି ନାଁ କମେଇଥିବା ଗାଁ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକର ମଙ୍ଗଳାଯୋଡି। ତେବେ ସମୟ ବଦଳିବା ସହ ହାତ ଯାଗାରେ ମେସିନ କାମ କରୁଛି । ଯାହାଫଳରେ ଫାଇବର ଡଙ୍ଗା କାଠ ଡଙ୍ଗାର ସ୍ଥାନ ନେବାକୁ ବସିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ମଙ୍ଗଳାଯୋଡି ଗ୍ରାମଟି ଚିଲିକା କୂଳରେ ରହିଛି । ମାଛ ଧରିବାକୁ ଚିଲିକା ମଧ୍ୟକୁ ଯିବା ପାଇଁ କାଠ ଡଙ୍ଗାର ଚାହିଦା ରହୁଥିବାରୁ ପୂର୍ବରୁ ବଂଶାନୁକ୍ରମିକ ଭାବେ ଏଠାରେ ଡଙ୍ଗା ନିର୍ମାଣ କରୁଥିଲେ ଏକାଧିକ ପରିବାର । ତେବେ କାରିଗର ଗ୍ରାହକଙ୍କ ଚାହିଦା ଅନୁସାରେ ଡଙ୍ଗା ନିର୍ମାଣ କରିଥାନ୍ତି । ଗୋଟିଏ ଗୋଟିଏ ଡ଼ଙ୍ଗାର ମୂଲ୍ୟ 6ହଜାର ଟଙ୍କାରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା ରହିଥାଏ । ଗୋଟିଏ କାଠ ଡଙ୍ଗାକୁ ମସ୍ୟଜୀବ ମାନେ ରଙ୍ଗ ଓ ରାଳ ମାରି 4ରୁ 5 ବର୍ଷ ଚଳାଇ ଚିଲିକରୁ ମାଛ ଧରିଥାନ୍ତି ।

ତେବେ ଶାଳ କାଠ ଡଙ୍ଗା ଅଧିକ ଦାମ ଥିବାବେଳେ ଚାଖୁଣ୍ଡା କାଠ ଡଙ୍ଗା କମ ଦାମ ରହିଥାଏ । ଏପଟେ ଶାଳ କାଠ କିଣିବା କାରିଗରଙ୍କ ପାଇଁ ସମ୍ଭବ ହେଉନଥିବା ବେଳେ ଚିଲିକାରେ ଦିନକୁ ଦିନ କାଠ ଡଙ୍ଗା ବଦଳରେ ଫାଇବର ଡଙ୍ଗାର ଚଳପ୍ରଚଳ ବଢୁଥିବା ଦେଖିବାକୁ ମିଳୁଛି । ଆଗରୁ ଏଠାରେ ପ୍ରାୟତଃ ୫୦ ପରିବାର ଡଙ୍ଗା ତିଆରି କରୁଥିବା ବେଳେ ଏବେ ଏଠାରେ ଗୋଟିଏ କି ଦୁଇଟି ପରିବାର ଏହି ଡଙ୍ଗା ନିର୍ମାଣ କରୁଛନ୍ତି ।

ଅନ୍ୟପଟେ ସରକାର ଡଙ୍ଗା କାରିଗର ମାନଙ୍କୁ କୌଣସି ପ୍ରୋତ୍ସାହନ ଯୋଗାଇ ଦେଉନଥିବାରୁ ଦୁର୍ଦ୍ଦିନରେ ଜୀବିକା ନିର୍ବାହ କରୁଛନ୍ତି ଏମାନେ । ଯାହାଫଳରେ ନିଜ ବାପ ଅଜା ଅମଳର କୌଳିକ ବୃତି ଛାଡି ଡଙ୍ଗା କାରିଗର ଏବେ ଦାଦନ ଖଟିବାକୁ ଯାଉଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Nov 25, 2019, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.