ETV Bharat / state

ମହିଳାଙ୍କ ସ୍ୱାବଲମ୍ବୀ ହେବାର ପ୍ରୟାସ: ସାହାଯ୍ୟ କଲେ ସବ୍ୟସାଚୀ

author img

By

Published : Aug 21, 2020, 6:39 AM IST

Updated : Aug 25, 2020, 11:06 PM IST

କୋରୋନା ମହାମାରୀ ଅନେକଙ୍କ ସଂସାର ଛାରକାର କରିଦେଇଛି । ଅନେକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏହା ପୂର୍ବରୁ ବେଶ ଭଲ କିଛି ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ଜୀବିକା ହରାଇ ଏବେ ରାଜରାସ୍ତାକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି । ଏମିତି କିଛି ଦେଖିବାକୁ ମିଳିଥିବା ରାଜଧାନୀ ଭୁବନେଶ୍ବରର ସ୍ଥାନୀୟ ଜିଡିପି କଲୋନୀରେ ରହୁଥିବା ମହିଳା ଜ୍ୟୋସ୍ନାରାଣୀ ମହାନ୍ତିଙ୍କ କ୍ଷେତ୍ର । ହେଲେ ଏହି ସମୟରେ ତାଙ୍କୁ ଭଗବାନ ପରି ସାହାଯ୍ୟର ହାତ ବଢ଼ାଇଥିଲେ ଓଲିଉଡର ସୁପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ମିଶ୍ର । ଅଧିକ ପଢନ୍ତୁ...

ମହିଳାଙ୍କ ସ୍ୱାବଲମ୍ବୀ ହେବାର ପ୍ରୟାସ: ସାହାଯ୍ୟ କଲେ ସବ୍ୟସାଚୀ
ମହିଳାଙ୍କ ସ୍ୱାବଲମ୍ବୀ ହେବାର ପ୍ରୟାସ: ସାହାଯ୍ୟ କଲେ ସବ୍ୟସାଚୀ

ଭୁବନେଶ୍ବର: କୋରୋନା ମହାମାରୀ ଅନେକଙ୍କ ସଂସାର ଛାରକାର କରିଦେଇଛି । ଅନେକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏହା ପୂର୍ବରୁ ବେଶ ଭଲ କିଛି ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ଜୀବିକା ହରାଇ ଏବେ ରାଜରାସ୍ତାକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି । ଏମିତି କିଛି ଦେଖିବାକୁ ମିଳିଥିବା ରାଜଧାନୀ ଭୁବନେଶ୍ବରର ସ୍ଥାନୀୟ ଜିଡିପି କଲୋନୀରେ ରହୁଥିବା ମହିଳା ଜ୍ୟୋସ୍ନାରାଣୀ ମହାନ୍ତିଙ୍କ କ୍ଷେତ୍ର । କୋରୋନା ଜ୍ୟୋତ୍ସାଙ୍କୁ ଅନେକ ଯାତନା ଦେଇଥିଲା । ହେଲେ ଏହି ସମୟରେ ତାଙ୍କୁ ଭଗବାନ ପରି ସାହାଯ୍ୟର ହାତ ବଢ଼ାଇଥିଲେ ଓଲିଉଡର ସୁପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ମିଶ୍ର ।

ସେ ଯେତେବେଳେ ନିଜେ ବଞ୍ଚିବା ସହ ନିଜ ପରିବାରକୁ ଭଲ ଭାବେ ପାଳିବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ସ୍ଥାନୀୟ ବିଧାୟକ ଓ ଅନ୍ୟମାନଙ୍କୁ ସାକ୍ଷାତ କରିଥିଲେ । ସେମାନେ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ । କିନ୍ତୁ ଏହି ସାହାଯ୍ୟ ତାଙ୍କୁ କିଛି ଦିନ ଚଳିବାରେ ସହାୟକ ହୋଇଥିଲା । ହେଲେ ନିଜେ କିପରି ସ୍ୱାବଲମ୍ବୀ ହେବେ ସେ ନେଇ ଅଭିନେତା ସବ୍ୟସାଚୀଙ୍କୁ ତାଙ୍କ ଦୁଃଖ ଜଣାଇଲେ । ଆଉ ସବ୍ୟସାଚୀ ତାଙ୍କୁ ହୋଟେଲ କରିବା ପାଇଁ ବିଭିନ୍ନ ସାମଗ୍ରୀ ସହିତ ଡାଲି ଓ ଚାଉଳ ଆଦି କିଣି ଦେଇଥିଲେ । ଯାହାକୁ ନେଇ ସେ ସ୍ଥାନୀୟ ଅବ୍ୟବହୃତ ସ୍କୁଲ ଗୃହରେ ନିଜର କ୍ୟାଣ୍ଟିନ ଆରମ୍ଭ କରିଥିଲେ । ଯେଉଁଠି ସେ ନିଜେ ରୋଷେଇ କରିବା ସହ ଆଖ ପାଖରେ ଲୋକମାନଙ୍କୁ ପାର୍ସଲ ଦେବା ଆରମ୍ଭ କରିଛନ୍ତି ।

ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ତାଙ୍କ ସମ୍ବାଦ ପ୍ରକାଶ ହେବା ପରେ ଲୋକମାନେ ତାଙ୍କୁ ମୋବାଇଲରେ ଅର୍ଡର ଦେବା ସହିତ ତାଙ୍କ ନିକଟରୁ ଆସି ଖାଦ୍ୟ ନେଇ ଯାଉଥିବା ମଧ୍ୟ ସେ କହିଛନ୍ତି । ଏହା ଦ୍ୱାରା ସେ ଭଲ କିଛି ରୋଜଗାର କରିବା ସହିତ ଅନ୍ୟ ନିକଟରେ ହାତ ପତାଇବାକୁ ପଡୁନଥିବା କହିଛନ୍ତି । ସବ୍ୟସାଚୀଙ୍କ ଏହି ସାହାଯ୍ୟ ପାଇଁ ସେ ତାଙ୍କ ଅନେକ କୃତଜ୍ଞତା ଅର୍ପଣ କରିବା ସହ ତାଙ୍କ ନାଁ ଅନୁସାରେ ନିଜ କ୍ୟାଣ୍ଟିନର ନାଁ ସବ୍ୟସାଚୀ କ୍ୟାଣ୍ଟିନ ରଖିଥିବା କହିଛନ୍ତି । ଆଉ ସବ୍ୟ ତାଙ୍କ ପାଇଁ ନିଜ ଭାଇ ଠାରୁ ଅଧିକ ବୋଲି ସେ କୁହନ୍ତି ।

ଇତିମଧ୍ୟରେ ସବ୍ୟସାଚୀ ଅନେକ ଲୋକଙ୍କୁ ସାହାଯ୍ୟ କରି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି । ଆଉ ଆଜି ସେ ନିଜ କାମ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Aug 25, 2020, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.