ETV Bharat / state

Womens MLA: ଓଡିଶା ବିଧାନସଭାରେ ବଢୁଛି ମହିଳାଙ୍କ ପ୍ରତିନିଧିତ୍ବ

ଦିନ ଥିଲା ଅବଳା ଦୁର୍ବଳା ଅଖ୍ୟା ଦେଇ ମହିଳାଙ୍କୁ ଉପେକ୍ଷିତ କରାଯାଉଥିଲା । ଏବେ ସମୟ ବଦଳିଛି । ଦୁର୍ବଳା ଏବେ ସବଳା ହେଉଛନ୍ତି । ନିଜର ହକ ପାଇଁ ଲଢୁଛନ୍ତି ଓ ଜିତିଛନ୍ତି ମଧ୍ୟ । ରାଜନୀତିରେ ବଢୁଥିବା ମହିଳା ପ୍ରତିନିଧିତ୍ବ ସଂଖ୍ୟା ଏହାର ଜ୍ବଳନ୍ତ ଉଦାହରଣ । ନିଜର ହକ ହାସଲ ଲାଗି ପୁରୁଷ ପ୍ରାଧାନ୍ୟ ରାଜନୀତିରେ ବଢିବାରେ ଲାଗିଛି ମହିଳାଙ୍କ ଭୂମିକା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 15, 2023, 7:03 PM IST

ଓଡିଶା ବିଧାନସଭାରେ ବଢୁଛି ମହିଳାଙ୍କ ପ୍ରତିନିଧିତ୍ବ

ଭୁବନେଶ୍ବର: ରାଜନୀତି କ୍ଷେତ୍ରରେ ବଢିବାରେ ଲାଗିଛି ମହିଳାଙ୍କ ପ୍ରତିନିଧିତ୍ବ ସଂଖ୍ୟା । ଏହାର ତାଳ ଦେଇ ଓଡିଶା ବିଧାନସଭାରେ ବଢୁଛି ବିଧାୟିକାଙ୍କ ସଂଖ୍ୟା । ନଗଦ ଦୀପାଳି ଦାସ ବିଧାୟିକା ଭାବେ ନିର୍ବାଚିତ ହେବା ପରେ ଏହି ସଂଖ୍ୟା 19 ଛୁଇଁଛି । ସେପଟେ କେନ୍ଦ୍ର ସରକାର 50 ପ୍ରତିଶତ ସଂରକ୍ଷଣ ଆଇନକୁ ପାସ କରିବା ଲାଗି ଦାବି କରିଛି ବିଜେଡି ।

ଦିନ ଥିଲା ଅବଳା ଦୁର୍ବଳା ଅଖ୍ୟା ଦେଇ ମହିଳାଙ୍କୁ ଉପେକ୍ଷିତ କରାଯାଉଥିଲା । ଏବେ ସମୟ ବଦଳିଛି । ଦୁର୍ବଳା ଏବେ ସବଳା ହେଉଛନ୍ତି । ନିଜର ହକ ପାଇଁ ଲଢୁଛନ୍ତି ଓ ଜିତିଛନ୍ତି ମଧ୍ୟ । ରାଜନୀତିରେ ବଢୁଥିବା ମହିଳା ପ୍ରତିନିଧିତ୍ବ ସଂଖ୍ୟା ଏହାର ଜ୍ବଳନ୍ତ ଉଦାହରଣ । ନିଜର ହକ ହାସଲ ଲାଗି ପୁରୁଷ ପ୍ରାଧାନ୍ୟ ରାଜନୀତିରେ ବଢିବାରେ ଲାଗିଛି ମହିଳାଙ୍କ ଭୂମିକା । ଭୋଟ ବ୍ୟାଙ୍କ ରାଜନୀତିରେ ମଧ୍ୟ ପୁରୁଷଙ୍କୁ ପଛରେ ପକାଇ ବିଜୟୀ ହେଉଛନ୍ତି ମହିଳା । ରାଜ୍ୟ ବିଧାନସଭାରେ ବିଧାୟିକାଙ୍କ ସଂଖ୍ୟା 19 ରେ ପହଞ୍ଚିଛି । ସେଥିରୁ ବିଜେଡିର ବିଧାୟିକାଙ୍କ ସଂଖ୍ୟା ଦୀପାଳି ଦାସଙ୍କୁ ମିଶାଇ 18 ହୋଇଥିବାବେଳେ ବିଜେପିରୁ ଜଣେ ବିଧାୟିକା ଅଛନ୍ତି । ରାଜ୍ୟ ବିଧାନସଭାର ଆସନ ସଂଖ୍ୟା 147 ହୋଇଥିବା ବେଳେ ମହିଳା ପ୍ରତିନିଧିତ୍ବ ବର୍ତ୍ତମାନ ପ୍ରାୟ 28 ପ୍ରତିଶତ ରହିଛି ।

ଏହାବି ପଢନ୍ତୁ- ପାଖଉଛି ଘୋଷଯାତ୍ରା, ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ବୁଣାରେ ବ୍ୟସ୍ତ ରାଉତପଡ଼ା ବୁଣାକାର

ରାଜ୍ୟରେ ହୋଇଥିବା ବିଜେପୁର, ପାଟକୁରା, ବ୍ରଜରାଜନଗର, ପଦ୍ମପୁର ଉପ ନିର୍ବାଚନରେ ମହିଳା ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବିଜେପୁରରୁ ରୀତା ସାହୁ ବିଜୟୀ ହୋଇ ମନ୍ତ୍ରୀ ହୋଇଛନ୍ତି । ସେହିପରି ପାଟକୁରାରୁ ସାବିତ୍ରୀ ଅଗ୍ରୱାଲ, ପଦ୍ମପୁରରୁ ବର୍ଷା ସିଂ ବରୀହା, ବ୍ରଜରାଜନଗରରୁ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି । ଅନ୍ୟପଟେ ଝାରସୁଗୁଡ଼ାରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ଦୀପାଳି ଦାସ । ଦୀପାଳି ଏବେ ମନ୍ତ୍ରୀ ହେବା ରେସରେ ରହିଛନ୍ତି । ଅନ୍ୟପଟେ ଧାମନଗରରୁ ଅବନ୍ତି ଦାସ, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ପ୍ରତିନିଧିତ୍ବ କରୁଛନ୍ତି 4 ମହିଳା । ଚିକିଟିରୁ ଉଷା ଦେବୀ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଆସ୍କାରୁ ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟରୁ ସୂର୍ଯ୍ୟମଣୀ ବୈଦ୍ୟ । ସେହିପରି ଚମ୍ପୁଆରୁ ମିନାକ୍ଷୀ ମହନ୍ତ, ବିଂଝାରପୁରରୁ ପ୍ରମିଳା ମଲ୍ଲିକ, ବରୀରୁ ସୁନନ୍ଦା ଦାସ, କୋଟପାଡରୁ ପଦ୍ମିନୀ ଦିଆନ, ହିନ୍ଦୋଳରୁ ସୀମାରାଣୀ ନାୟକ, ଟିଟିଲାଗଡରୁ ଟୁକୁନି ସାହୁ, କରଞ୍ଜିଆରୁ ବାସନ୍ତି ହେମ୍ବ୍ରମ, ସୁନ୍ଦରଗଡରୁ କୁସୁମ ଟେଟେ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ । କେବଳ ପଶ୍ଚିମ ଓଡିଶାରୁ ନିର୍ବାଚିତ ହୋଇଛନ୍ତି 7 ମହିଳା । ବରଗଡ ଲୋକସଭା ଆସନରୁ 5 ମହିଳା ବିଧାୟିକା ଓଡିଶା ବିଧାନସଭାକୁ ଆସିଛନ୍ତି । 2019 ସାଧାରଣ ନିର୍ବାଚନରେ ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଟିଟିଲାଗଡରୁ ଟୁକୁନି ସାହୁ ଓ ସୁନ୍ଦରଗଡରୁ କୁସୁମ ଟେଟେ ବିଜୟୀ ହୋଇଥିବା ବେଳେ ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ଆଉ 4 ବିଧାୟିକା ।

ଏହାବି ପଢନ୍ତୁ - ଦିନ ଦ୍ବିପ୍ରହରେ ସୁନା ଦୋକାନରେ ଡକାୟତି, ୧୫କୋଟିର ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ରାଜ୍ୟ ସରକାରଙ୍କ 22 ଜଣିଆ ମନ୍ତ୍ରୀ ମଣ୍ଡଳରେ 5 ଜଣ ମହିଳା ମନ୍ତ୍ରୀ ଅଛନ୍ତି । ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ବାସନ୍ତୀ ହେମ୍ବ୍ରମ, ରୀତା ସାହୁ ମନ୍ତ୍ରୀ ରହିଛନ୍ତି । ପ୍ରମିଳା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା କରିଛନ୍ତି । ଗତ ସାଧାରଣ ନିର୍ବାଚନରେ 33 ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ ଦେଇଥିଲା । ସେହିପରି ପୌର ଓ ପଞ୍ଚାୟତ ନିର୍ବାଚନରେ ମହିଳା ପ୍ରତିନିଧିତ୍ବ ସଂଖ୍ୟା ଦଳ ବଢେଇଛି । ଆଗାମୀ ଦିନରେ ମଧ୍ୟ ଆହୁରି ଅଧିକ ମହିଳାଙ୍କୁ ଦଳ ଟିକେଟ ଦେବ । ମହିଳା ସଂରକ୍ଷଣ ବିଲ ପାସ କରିବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଲ ପାରିତ ହେଲେ ସବୁଦଳ 50 ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ ବାଧ୍ୟ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.